ରାଜ୍ୟ

ସମୟ ପୂର୍ବରୁ ବନ୍ଦ ହେଉଛି ସ୍କୁଲ: ୬୦ ଶିକ୍ଷକଙ୍କୁ କୈଫିୟତ ତଲବ

ପଟ୍ଟାଙ୍ଗି,୧୮ା୭(ଡି.ଏନ୍‌.ଏ.): ଖରା ଛୁଟି ପରେ ଜୁନ୍‌ ୨୨ ତାରିଖ ରାଜ୍ୟର ସମସ୍ତ ସ୍କୁଲ ଖୋଲିଥିଲା। କିନ୍ତୁ ପାଠପଢ଼ାରେ କମ୍‌ ସମୟ ଦେଇ ଛୁଟି ହେବାର ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ ବନ୍ଦ କରିଦେଉଥିଲେ ଶିକ୍ଷୟିତ୍ରୀ ଶିକ୍ଷକ। ସେମାନେ ଘରକୁ ସଅଳ ଫେରିବା…

ପାଟକୁରାରେ ଖବରଦାତାଙ୍କୁ ଦୁର୍ବ୍ୟବହାର ଘଟଣା : ବିଧାନସଭାରେ ହଟ୍ଟଗୋଳ; କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନିଲମ୍ବନ ଦାବି

ଭୁବନେଶ୍ୱର,୧୮।୭(ବ୍ୟୁରୋ) : ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ହଟାଯାଉ, ନଚେତ୍‌ ଗୃହ ଚଳାଇ ଦେବୁ ନାହିଁ। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଧାନସଭାରେ ହଙ୍ଗାମା କରିଥିଲେ। ପ୍ରସଙ୍ଗ ଗୋଟିଏ ହେଲେ ମଧ୍ୟ ଭାଜପା ଏବଂ କଂଗ୍ରେସ ଭିନ୍ନ ଭିନ୍ନ…

ଗଣ୍ଡଗୋଳ ପାଇଁ ଲୋୟର ସୁକ୍‌ତେଲ ୧୯ ବର୍ଷ ପରେ ଅଧା ରହିଛି: ବଲାଙ୍ଗୀରରେ ଚଳିତବର୍ଷ ୧୫ଶହ ଗଭୀର ନଳକୂପ ଖୋଳାଯିବ

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ବଲାଙ୍ଗୀର ଜିଲାକୁ ଜଳସେଚନ ସୁବିଧା ମିଳୁ ନାହିଁ। ରାଜ୍ୟ ସରକାର ସବୁ ବ୍ଲକକୁ ୩୫ ପ୍ରତିଶତ ଜଳସେଚନ ସୁବିଧା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ବଲାଙ୍ଗୀର ଜିଲାର ଅନେକ ବ୍ଲକରେ ୧ ପ୍ରତିଶତ ଜଳସେଚନ…

ଶୀତଳଭଣ୍ଡାର, ଆଳୁମିଶନ ବନ୍ଦ ଆରୋପ ମହାରଥୀଙ୍କୁ ବାଧିଛି

ଭୁବନେଶ୍ୱର,୧୮।୭(ବ୍ୟୁରୋ) : କାଲିଠୁ ମୁଁ ଖାଇନି। ଆପଣ ମନ୍ତ୍ରୀ ହୋଇଥିଲେ କ’ଣ ଏକଥା ସହିପାରିଥାନ୍ତେ! ମୋର ସବୁ ସମ୍ମାନ ଆପଣଙ୍କ ପାଖରେ। ବୁଧବାର ମୋହନ ମାଝିଙ୍କ ପ୍ରଶ୍ନୋତ୍ତର ବେଳେ ଅର୍ଥମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଲେ, ତାହା ମୋତେ ବହୁତ ବାଧିଛି। ଆପଣ…

ଏବେବି କ୍ଷତିପୂରଣ ପାଇନାହାନ୍ତି ହୀରାକୁଦ ବିସ୍ଥାପିତ

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ହୀରାକୁଦ ବନ୍ଧ ନିର୍ମାଣ ହେବାର ୭୦ ବର୍ଷ ପରେ ମଧ୍ୟ ବିସ୍ଥାପିତଙ୍କୁ ଏଯାଏ କ୍ଷତିପୂରଣ ମିଳିନାହିଁ। ସେମାନେ ରହୁଥିବା ପଡ଼ା ଗ୍ରାମକୁ ଏ ପର୍ଯ୍ୟନ୍ତ ରାଜସ୍ବ ଗ୍ରାମର ମାନ୍ୟତା ମିଳିନାହିଁ। ଏଥିଯୋଗୁ ସେହି ଲୋକମାନେ କୌଣସି ସୁବିଧା ସୁଯୋଗ…

ପ୍ରାକୃତିକ ବିପର୍ଯ୍ୟୟ ସୂଚନା ଦେବ ‘ସତର୍କ’ ଆପ୍‌: ବ୍ଲକ, ପଞ୍ଚାୟତରେ ଲାଗିବ ପାଣିପାଗ ଓ ବୃଷ୍ଟିମାପକ ଯନ୍ତ୍ର

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଚିର ସହଚର ହୋଇ ରହିଛି। କେତେବେଳେ ବନ୍ୟା ତ କେତେବେଳେ ବାତ୍ୟା, ମରୁଡ଼ି, ବଜ୍ରପାତ, ଅଂଶୁଘାତ ଭଳି ବିପତ୍ତି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ପ୍ରାକ୍‌ ସୂଚନା ଅଭାବରୁ ଅନେକ ଧନ ଜୀବନ ନଷ୍ଟ ହେଉଛି।…

ଯୁକ୍ତ ୩ ନାମଲେଖା: ପ୍ରଥମ କଟ୍‌ ଅଫ୍‌ ମାର୍କ ପ୍ରକାଶିତ

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ଯୁକ୍ତ ୩ ପ୍ରଥମ ବର୍ଷରେ ନାମଲେଖା ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ କଟ୍‌ ମାର୍କ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ୧୦ ହଜାର ୪୪୬ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରଥମ କଟଅଫ୍‌ ମାର୍କରେ ୧…

ଷ୍ଟିଚ୍‌ ବେଳେ ରହିଗଲା ଛୁଞ୍ଚି

କେନ୍ଦ୍ରାପଡା ଅଫିସ, ୧୮ା୭: ଏକ ଅଭାବନୀୟ ଘଟଣା ପାଇଁ ଚର୍ଚ୍ଚାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ। ପ୍ରସୂତିକାଳୀନ ଷ୍ଟିଚ୍‌ ପରେ ମହିଳାଙ୍କ ଗୋପନୀୟ ଅଙ୍ଗରେ ଛୁଞ୍ଚି ରହିଯିବା ଭଳି ଏକ ଘଟଣା ବୁଧବାର ଲୋକଲୋଚନକୁ ଆସିଛି। ଏ ନେଇ ସମ୍ପୃକ୍ତା…

ଧନୀଙ୍କ ପସନ୍ଦ ଦୁବାଇ

ଭୁବନେଶ୍ୱର,୧୮ା୭(ବ୍ୟୁରୋ):ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ପ୍ରମୁଖ ସହର ଦୁବାଇର ଦୃଢ଼ ଆର୍ଥିକ ବ୍ୟବସ୍ଥା, ଉଚ୍ଚତମ ଅଟ୍ଟାଳିକା, ଉନ୍ନତମାନର ଅନ୍ତଃରାଷ୍ଟ୍ରୀୟ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ, ସୌନ୍ଦର୍ଯ୍ୟଭରା ସମୁଦ୍ରକୂଳ, ବିକଶିତ ରାଷ୍ଟ୍ର ସହ ସମକକ୍ଷ ସାମାଜିକ ବିଧିବ୍ୟବସ୍ଥା ଗତ କିଛି ବର୍ଷ ହେଲା…

‘ଅଞ୍ଚଳଭିତ୍ତିକ ପାରମ୍ପରିକ କୃଷିକୁ ଅଣଦେଖା ନେଇ ଗୃହରେ ଉଦ୍‌ବେଗ’

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜ୍ୟରେ ୬୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ। ହେଲେ ସରକାର କୃଷି ଏବଂ କୃଷକଙ୍କୁ ନେଇ ରହିଥିବା ପ୍ରକୃତ ସମସ୍ୟା ହୃଦୟଙ୍ଗମ କରିବାରେ ଅସମର୍ଥ ବୋଲି ଖର୍ଚ୍ଚଦାବି ଆଲୋଚନା ବେଳେ ଏକାଧିକ ବିରୋଧୀ ସଦସ୍ୟ ମତ ରଖିଛନ୍ତି। ଆଲୋଚନାକୁ…

ପାଟକୁରା ବିକାଶ ମୁଁ ନିଜେ ଦେଖିବି: ନବୀନ

ଡେରାବିଶ/ପାଟକୁରା, (ସ୍ବ.ପ୍ର./ ଡି.ଏନ୍‌.ଏ.) ୧୮ା୭: ଆସନ୍ତା ୨୦ ତାରିଖ ଶନିବାର ପାଟକୁରା ବିଧାନସଭା ନିର୍ବାଚନ। ଗୁରୁବାର ସନ୍ଧ୍ୟା ସୁଦ୍ଧା ନିର୍ବାଚନ ପ୍ରଚାର ହେବାକୁ ଥିବା ବେଳେ ବୁଧବାର ପାଟକୁରା ନିର୍ବାଚନମଣ୍ଡଳୀରେ ପହଞ୍ଚତ୍ଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହାଇଟେକ୍‌…

ସତ୍ତା ହରାଇବ ବୈତାଳ ମନ୍ଦିର

ପୁରୁଣା ଭୁବନେଶ୍ୱର, ୧୮ା୭ (ଡି.ଏନ.ଏ.): ବର୍ଷାଋତୁ ଆରମ୍ଭ ହୋଇଯାଇଛି। ହେଲେ ମନ୍ଦିରମାଳିନୀ ଭୁବନେଶ୍ୱର ସହରରେ ଥିବା ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ଚିନ୍ତା ବିଭାଗକୁ ଘାରିଛି। ତେବେ କେନ୍ଦ୍ରୀୟ ପତ୍ନତତ୍ତ୍ୱ ବିଭାଗ, ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ବିଏମ୍‌ସି ଅଧିକାରୀଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri