ରାଜ୍ୟ

ଜିଲାପାଳଙ୍କୁ ନିର୍ଦ୍ଦେଶ: ଡିଏମ୍‌ଏଫ୍‌ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ କର

ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ(ଡିଏମ୍‌ଏଫ୍‌) ଏବଂ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓମ୍ବାଡକ) ଅର୍ଥରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଜିଲାପାଳମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଗୁରୁବାର…

ଡିସେମ୍ବର ୧ରୁ ବିମାନବନ୍ଦର ରନ୍‌ଓ୍ବେ ରିକାର୍ପେଟିଂ

ଭୁବନେଶ୍ୱର,୧।୧୧(ବ୍ୟୁରୋ): ଡିସେମ୍ବର ୧ରୁ ଆରମ୍ଭ ହେବ ଭୁବନେଶ୍ୱର ବିମାନବନ୍ଦର ରିକାର୍ପେଟିଂ କାମ। ପୂର୍ବରୁ ଏହା ୧ ନଭେମ୍ବରରୁ କରାଯିବା ପାଇଁ ସ୍ଥିର କରାଯାଇଥିଲା। ମରାମତି କାର୍ଯ୍ୟ ଚାଲୁଥିବା ସମୟରେ ଅର୍ଥାତ୍‌ ରାତି ୧୦ଟାରୁ ଭୋର ୫ଟା ୩୦ ମଧ୍ୟରେ ଭୁବନେଶ୍ୱର ବିଜୁ…

ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ : ‘ଶାସକ ଦଳ ନେତାଙ୍କୁ ବଞ୍ଚାଇବାକୁ ଆତ୍ମହତ୍ୟା ରୂପ ଦିଆଯାଉଛି’

ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ କଂଗ୍ରେସ ଜୋର୍‌ଦାର ବର୍ଷିଛି। ଏହି ଘଟଣାକୁ ନେଇ ଭାଜପା ବାରମ୍ବାର ଆନ୍ଦୋଳନ କରୁଥିବା ବେଳେ ବିଳମ୍ବରେ…

ବିଜେଡି ସଭ୍ୟ ସଂଗ୍ରହ ଅବଧି ୩ ସପ୍ତାହ ବୃଦ୍ଧି

ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଅକ୍ଟୋବର ଶେଷ ସୁଦ୍ଧା ବିଜେଡି ପକ୍ଷରୁ ପ୍ରାୟ ୪୧ ଲକ୍ଷଙ୍କୁ ଦଳୀୟ ସଭ୍ୟ କରାଯାଇଥିବା ଜଣାପଡ଼ିଛି। ସେହିପରି ସଭ୍ୟ ସଂଗ୍ରହରେ ଦେଖାଦେଇଥିବା ଉତ୍ସୁକତାକୁ ଦେଖି ଏହି ଅଭିଯାନକୁ ଆହୁରି ୩ ସପ୍ତାହକୁ ବୃଦ୍ଧି କରାଯାଇଛି। ବିଜେଡି ସଭାପତି ତଥା…

ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପାଇଁ କଳିଙ୍ଗ ପ୍ରସ୍ତୁତ

ଭୁବନେଶ୍ୱର,  ୧।୧୧(କ୍ରୀଡ଼ା ପ୍ରତିନିଧି):ବିଶ୍ୱକପ୍‌, ଚାମ୍ପିୟନ୍ସ ଟ୍ରଫି, ଓ୍ବାଲର୍‌ଡ ଲିଗ୍‌ ଏବଂ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ପରି ଅନେକ ଅନ୍ତର୍ଜାତୀୟ ହକି ଟୁର୍ନାମେଣ୍ଟର ସଫଳ ଆୟୋଜନ ପାଇଁ ଦେଶ ବିଦେଶରେ ଚର୍ଚ୍ଚାରେ ରହିଥିବା କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଆଉ ଏକ ସମ୍ମାନଜନକ…

ବହୁ ଚର୍ଚ୍ଚିତ ସନ୍ଦୀପ ନନ୍ଦ ହତ୍ୟା ମାମଲା:୧୦ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର, ୧-୧୧(ବ୍ୟୁରୋ):ବହୁଚର୍ଚ୍ଚିତ ସନ୍ଦୀପ ନନ୍ଦ ହତ୍ୟା ମାମଲାର ଶୁଣାଣି କରି ଭୁବନେଶ୍ୱର ଚତୁର୍ଥ ଅତିରିକ୍ତ ଜିଲା ଦୌରାଜଜ୍‌ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୧୦ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି…

ପର୍ଯ୍ୟଟନ ବିକାଶକୁ ପ୍ରଶାସନିକ ଅଣଦେଖା

କେନ୍ଦୁଝର, ୧।୧୧(ସ୍ବ.ପ୍ର.)-କେନ୍ଦୁଝରରେ ପଡ଼ିଲାଣି ଶୀତ। ଏହାହେଉଛି ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ବଣପାହାଡ ଘେରା କେନ୍ଦୁଝର ଜିଲାର ପ୍ରତିଟି ସ୍ଥାନ ରମଣୀୟ । ଏହି ଜିଲାର ପ୍ରାକୃତିକ ପରିବେଶ ଓ ଜଙ୍ଗଲ ପରିବେଷ୍ଟିତ ପ୍ରକୃତିଦତ୍ତ ଜଳପ୍ରପାତ ଗୁଡିକ ପର୍ଯ୍ୟଟକଙ୍କୁ ଜିଲାକୁ ଆକୃଷ୍ଟ…

ଭଦ୍ରକ କାଳୀପୂଜାର ୫ମ ଦିନ: ପୂଜା ମଣ୍ଡପରେ ପ୍ରବଳ ଭିଡ଼

ଭଦ୍ରକ ଅଫିସ, ୧।୧୧ – ଭଦ୍ରକ ଐତିହାସିକ କାଳୀପୂଜା ପାଇଁ ଚରମ୍ପା ଅଞ୍ଚଳ ଝଲସୁଛି। ଗୁରୁବାର ଥିଲା ପୂଜାର ୫ମ ଦିନ। ଲକ୍ଷାଧିକ ଜନସମାଗମକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଛି। ପୂର୍ବାହ୍ନରୁ ବିଭିନ୍ନ ପୂଜା ମଣ୍ଡପରେ ଅସମ୍ଭାଳ…

ସଚେତନତା ଅଭାବ: ୩୦ କିମି ଭାରରେ ବୁହା ହେଲା ମୃତଦେହ

ମାଲକାନଗିରି, ୩୧।୧୦(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ବିଭିନ୍ନ ସମୟରେ ରୋଗୀ, ଗର୍ଭବତୀ ଓ ମୃତଦେହ ଭାରରେ ବୁହାହେବା ଘଟଣା ଘଟୁଥିବା ଦେଖିବାକୁ ମିଳିଥାଏ। ହେଲେ ସଚେତନତା ଅଭାବରୁ ଜଣେ ମହିଳାଙ୍କୁ ଗୁଣିଆ ପାଖରେ ଚିକିତ୍ସା କରାଇବା ଏବଂ ତାଙ୍କର ମୃତ୍ୟୁ ଘଟିବା ପରେ…

ଚିକିତ୍ସା ଅବହେଳାରୁ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଲେ ସ୍ତ୍ରୀ

ରଣପୁର,୩୧।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ଚାନ୍ଦପୁରରେ ଥିବା ବସନ୍ତ ମଞ୍ଜରୀ ସ୍ବାସ୍ଥ୍ୟ ନିବାସରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିକିତ୍ସାରେ ଅବହେଳା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବାକୁ ନେଇ ଚିକିତ୍ସାଳୟରେ କିଛି ସମୟ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।…

ସୁନ୍ଦରଗଡ଼ରେ ଲଜ୍ଜା: ଯୁବତୀଙ୍କୁ ଗଣବଳାତ୍କାର, ୩ ଗିରଫ

କୁଆଁରମୁଣ୍ଡା,୩୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳର ଖୁଖୁଣ୍ଡୁବାହାଲ ନିକଟ ଘଞ୍ଚ ଜଙ୍ଗଲରେ ଗତ ୨୯ ତାରିଖ ବିଳମ୍ବିତ ରାତିରେ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ୩ ଜଣ ଯୁବକ ରାତିତମାମ ବଳାତ୍କାର କରିଛନ୍ତି। ଏହାପରେ ୩୦…

ସୁରଙ୍କୁ ନବଙ୍କ ଜବାବ: ଏବେ ଯୁଗ ବଦଳିଲାଣି, ମନ୍ତ୍ରୀ ଯେଉଁଠି ଥିଲେ ବି ଡିଜିଟାଲରେ କାମ କରିପାରିବେ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଗୁରୁବାର ‘୫-ଟି’କୁ କଟାକ୍ଷ କରିବା ସହ ମନ୍ତ୍ରୀ ପ୍ରଚାରରେ ଥିବା ବେଳେ ସିଡିଏମ୍‌ଓଙ୍କୁ ସସ୍‌ପେଣ୍ଡ କରାଯାଉଛି ଏବଂ ଭୋଟଗଣତିରେ ଥିବା ବେଳେ ସସ୍‌ପେଣ୍ଡ ଉଠିଯାଉଛି ବୋଲି କହିଥିଲେ। ଏହାର ଜବାବ ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri