ଆରମ୍ଭ ହେଲା ଘୋଷଯାତ୍ରା: ଭକ୍ତମୟ ପୁରୀ; ପହଣ୍ଡି ବିଜେରେ ଆସିଲେଣି ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ପଛରେ ଆସୁଛନ୍ତି କାଳିଆ ସାଆନ୍ତ
ପୁରୀ ଅଫିସ,୪।୭: ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। ଥିଲା ମହାପ୍ରଭୁଙ୍କୁ ଅପେକ୍ଷା। ଶେଷରେ ଅପେକ୍ଷାର ଅନ୍ତ ଘଟାଇ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସୁଛନ୍ତି ପ୍ରଭୁ ଜଗନ୍ନାଥ। ଗୁରୁବାର ପହଣ୍ଡି ବିଜେ ନୀତି ଆରମ୍ଭ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ...
୬ ଯାଏ କାଁ ଭାଁ ବର୍ଷା ସମ୍ଭାବନା
ଭୁବନେଶ୍ୱର,୪ା୭(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇ ଯାଇଛି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲଗାଣ ବର୍ଷା ହେବାର ସମ୍ଭାବନା ନାହିଁ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଁ...
ପୋଲିସ ଗୁଳି ଫେଲ୍
ଗଞ୍ଜାମ ଜିଲାରେ ଅପରାଧ କମୁନି। ବ୍ରହ୍ମପୁର ଏବଂ ଗଞ୍ଜାମ ଦୁଇଟି ପୋଲିସ ଜିଲାରେ ଦୁଇଜଣ ଏସ୍ପି ଏବଂ ମାଳମାଳ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରାଟ ଟିମ୍ ଥିବା ସତ୍ତ୍ୱେ ଆପରାଧିକ କାର୍ଯ୍ୟକଳାପ ବଢ଼ୁଛି। କମ୍ ବୟସର ଯୁବକମାନେ ଅପରାଧ ଦୁନିଆରେ...
ଖୁବ୍ଶୀଘ୍ର କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ
ଭୁବନେଶ୍ୱର, ୪ା୭(ବ୍ୟୁରୋ): ରାଜ୍ୟ କଂଗ୍ରେସର ସାଙ୍ଗଠନିକ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ କରାଯିବ। ତୃଣମୂଳସ୍ତରରୁ କଂଗ୍ରେସକୁ ପୁଣିଥରେ ମଜଭୁତ କରିବାକୁ ଉଦ୍ୟମ କରାଯିବ। ସଙ୍ଗଠନରେ ନୂଆ ଲୋକଙ୍କୁ ସୁଯୋଗ ଦିଆଯାଇ ଦଳକୁ ମଜଭୁତ କରିବା ପାଇଁ ଚେଷ୍ଟା କରାଯିବ ବୋଲି କଂଗ୍ରେସ...
ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପଦ୍ମ ପୁରସ୍କାର ଆବେଦନ
ଭୁବନେଶ୍ୱର,୪ା୭(ବ୍ୟୁରୋ): ପଦ୍ମ ପୁରସ୍କାର-୨୦୨୦ ପାଇଁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବ। ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ ଅନ୍ଲାଇନ ଆବେଦନ ଗତ ମେ’ ୧ ରୁ ଆରମ୍ଭ ହୋଇଛି। ଏଥିପାଇଁ ରହିଥିବା ସ୍ବତନ୍ତ୍ର ପୋର୍ଟାଲ https://padmaawards.gov.inରେ ଆବେଦନ ଗ୍ରହଣ...
ଯନ୍ତାରେ ପଡ଼ିଲା ଉତ୍ପାତ କରୁଥିବା ହନୁ
ବାରଙ୍ଗ,୪ା୭(ଡି.ଏନ୍.ଏ.): ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଅନ୍ଧାରୁଆ ଜଗନ୍ନାଥପ୍ରସାଦ ଗ୍ରାମରେ ଗତ ୨ମାସ ହେବ ଉତ୍ପାତ ସୃଷ୍ଟିକରୁଥିବା ଏକ ଲାଞ୍ଜଖଣ୍ଡି ହନୁମାଙ୍କଡ ବୁଧବାର ଧରାପଡିଛି। ବିସ୍କୁଟ ଖାଇବାକୁ ଆସି ଯନ୍ତାରେ ପଡିଯାଇଛି। ଗତ ୨ମାସ ମଧ୍ୟରେ ଏହି ହନୁ ୨୦ରୁ ଊର୍ଦ୍ଧ୍ୱ...
ହାଇକୋର୍ଟରେ ଜଜ୍ ଚୟନ ବିବାଦ: ୧୨ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ
କଟକ ଅଫିସ, ୪ା୭: ଜୁନ୍ ୧୭ରୁ ହାଇକୋର୍ଟ ବାର୍ ଆସୋସିଏଶନ ଆନ୍ଦୋଳନ ଚଳାଇଛି। ଆନ୍ଦୋଳନ ସ୍ବରୂପ ଓକିଲମାନେ ହାଇକୋର୍ଟର ନିର୍ଦ୍ଦିଷ୍ଟ କେତୋଟି କୋର୍ଟଙ୍କୁ ବର୍ଜନ କରି ଆସୁଛନ୍ତି। ଏହି ବର୍ଜନ କାର୍ଯ୍ୟ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।...
ଏସ୍ସିବିରେ ରୋଗୀଙ୍କୁ ଦିଆଗଲାନି: ୪୨ ପ୍ରକାର ଔଷଧ ହେବ ଏକ୍ସପାଏରି
କଟକ ଅଫିସ, ୪ା୭: ଏସ୍ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏକ୍ସପାଏରି ଔଷଧ ଦିଆଯିବାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଗତ ୩ ଦିନ ମଧ୍ୟରେ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ୨ ଜଣ ରୋଗୀଙ୍କୁ ଏକ୍ସପାଏରି ମେଡିସିନ ଦିଆଯାଇଥିବା ଘଟଣା ନଜରକୁ...
ଜନ୍ମବେଦି ଯିବେ ଦାରୁଦିଅଁ
ପୁରୀ ଅଫିସ,୪ା୭: ସିଂହଦ୍ୱାରରେ ତିନିରଥ। ଭକ୍ତମୟ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ। ଅପେକ୍ଷା କେବଳ କେତେବେଳେ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଦାରୁଦିଅଁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଇବେ ମହାପ୍ରଭୁଙ୍କ ଦୁର୍ଲଭ ଦର୍ଶନ।...
ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ହାଇକୋର୍ଟରେ ମାମଲା: ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି
କଟକ ଅଫିସ, ୪ା୭: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଗତ ସାଧାରଣ ନିର୍ବାଚନ ସମୟରେ ମୋକିମ ଦାଖଲ କରିଥିବା ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ କରି ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ...
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଜେଲ୍ ଗଲେ ସେସୁ ଅଧିକାରୀ
କଟକ ଅଫିସ, ୪ା୭: ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)ର ପାରାଦୀପ ଡିଭିଜନ ଦାୟିତ୍ୱରେ ଥିବା କନିଷ୍ଠ ପରିଚାଳକ (ଅର୍ଥ) ଧନେଶ୍ୱର ସାହୁ ଜେଲ୍ ଯାଇଛନ୍ତି। ଭିଜିଲାନ୍ସ ସେଲ୍ ପକ୍ଷରୁ ସାହୁଙ୍କୁ ବୁଧବାର ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। କୋର୍ଟରେ...
ଡେଙ୍ଗୁ: ସହରବାସୀ ଆତଙ୍କିତ
କଟକ ଅଫିସ, ୪ା୭: କଟକ ସହରରେ ଜଣ୍ଡିସ ପରେ ଏବେ ଡେଙ୍ଗୁ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏହାକୁ ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି। ସହରରେ ବିଶୁଦ୍ଧ ପାନୀୟଜଳର ଅଭାବ ଓ ବିପର୍ଯ୍ୟୟ ପରିମଳ ବ୍ୟବସ୍ଥା ଯୋଗୁ ବିଭିନ୍ନ ସମୟରେ ସଂକ୍ରାମକ...
Archives


