ଏସ୍‌ସିବିରେ ରୋଗୀଙ୍କୁ ଦିଆଗଲାନି: ୪୨ ପ୍ରକାର ଔଷଧ ହେବ ଏକ୍ସପାଏରି

କଟକ ଅଫିସ, ୪ା୭: ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏକ୍ସପାଏରି ଔଷଧ ଦିଆଯିବାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଗତ ୩ ଦିନ ମଧ୍ୟରେ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ୨ ଜଣ ରୋଗୀଙ୍କୁ ଏକ୍ସପାଏରି ମେଡିସିନ ଦିଆଯାଇଥିବା ଘଟଣା ନଜରକୁ ଆସିଥିଲା। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଘଟଣା ସମ୍ପର୍କରେ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି। ଭିଟାମିନ ଏ, ଡି ଓ ଭିଟାମିନ ବି କମ୍ପ୍ଲେକ୍ସ ସିରପ ଏବଂ ବଟିକାର ଅବଧି ଶେଷ ହୋଇଯାଇଥିବା ଯୋଗୁ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏଭଳି ପରିସ୍ଥିତି ଉପୁଜିଛି। ତେଣୁ ଏସ୍‌ସିବି ମେଡିକାଲରେ ଏହି ମେଡିସିନର ଷ୍ଟକ ସମ୍ପର୍କରେ ସ୍ବାସ୍ଥ୍ୟ ସଚିବ ଅଧୀକ୍ଷକଙ୍କଠାରୁ ସବିଶେଷ ତଥ୍ୟ ଲୋଡିଛନ୍ତି।
ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଏସ୍‌ସିବିରେ ମହଜୁଦ ଥିବା ଭିଟାମିନ ବି କମ୍ପ୍ଲେକ୍ସ ସିରପର ଅବଧି ଅଗଷ୍ଟ ମାସ ପର୍ଯ୍ୟନ୍ତ ରହିଛି। ତେଣୁ ଆହୁରି ହାତରେ ଗୋଟିଏ ମାସ ରହୁଥିବାରୁ ରୋଗୀଙ୍କୁ ଏହି ମେଡିସିନ ଦେବାରେ କୌଣସି ଅସୁବିଧା ନାହିଁ। ଅନ୍ୟପକ୍ଷରେ ଏକ୍ସପାଏରି ମେଡିସିନକୁ ନେଇ ଖୋଳତାଡ଼ ହେବା ପରେ ଆଉ ଏକ ବଡ଼ ଘଟଣା ନଜରକୁ ଆସିଛି। ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ୍‌ ପକ୍ଷରୁ ଏସ୍‌ସିବି ମେଡିକାଲକୁ ଯୋଗାଇ ଦିଆଯାଇଥିବା ମେଡିସିନ ମଧ୍ୟରୁ ୪୨ ପ୍ରକାର ଔଷଧର ଅବଧି ଆସନ୍ତା ଫେବୃୟାରୀ ମଧ୍ୟରେ ଶେଷ ହେବାକୁ ଯାଉଛି। ସେଥିମଧ୍ୟରୁ କେତେକ ଔଷଧର ଅବଧି ଜୁଲାଇ ଓ ଅଗଷ୍ଟ ରହିଥିବା ଓ୍ବେର ହାଉସ ପକ୍ଷରୁ ବୁଧବାର ଏସ୍‌ସିବି ଅଧୀକ୍ଷକଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଉଦାହରଣ ଭାବେ ପଲିପ୍ରୋପିଲେନ ମେଡିସିନର ଅବଧି ଜୁଲାଇ ୩୧ରେ ସରୁଥିବା ବେଳେ ୬୯୬ଟି ଏହି ଔଷଧ ମେଡିକାଲରେ ମହଜୁଦ ଥିବା ୱେର ହାଉସ ପକ୍ଷରୁ କୁହାଯାଇଛି। ସେହିପରି କୋଟ୍ରିମାଜୋଲ ମାଉଥ୍‌ ପେଣ୍ଟ, ବୁଡେ ସୋନାଇଡ ଇନହେଲର ଓ ଭିଟାମିନ-ଏ ୫୦ହଜାର କ୍ୟାପସୁଲ ଏସ୍‌ସିବି ମେଡିକାଲରେ କାର୍ଯ୍ୟରେ ନ ଲାଗିବାରୁ ତାହାକୁ ଗଞ୍ଜାମ ଜିଲାକୁ ପଠାଯାଇଥିବା ଓ୍ବେର ହାଉସ ଦାୟିତ୍ୱରେ ଥିବା ଜଣେ କର୍ମଚାରୀ କହିଛନ୍ତି। ଏହାବାଦ ଅବଧି ଶେଷ ହେବାକୁ ଯାଉଥିବା ମେଡିସିନଗୁଡ଼ିକ ଏସ୍‌ସିବି ମେଡିକାଲରେ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଉଦାହରଣ ଭାବେ ସେପ୍ଟ୍ରିଆଜୋନ ଇଞ୍ଜେକ୍‌ଶନ ଆସନ୍ତା ସେପ୍ଟେମ୍ବରରେ ଏକ୍ସପାଏରି ହେବାକୁ ଥିବାବେଳେ ୪୧୬୦ଟି ଇଞ୍ଜେକ୍‌ଶନ ଓୟାର ହାଉସରେ ମହଜୁଦ ରହିଛି। ସେହିପରି ସେଫେପାଇମ ଇଞ୍ଜେକ୍‌ଶନର ଅବଧି ଆସନ୍ତା ନଭେମ୍ବରରେ ଶେଷହେବାକୁ ଥିବାବେଳେ ସେଥିରୁ ୩୧୮୦ଟି ମେଡିକାଲରେ ମହଜୁଦ ଅଛି। ଟେନୋଫୋବିର ଡିସୋପ୍ରୋକ୍ସିଲ ବଟିକାର ଅବଧି ନଭେମ୍ବରରେ ପୂରିବାକୁ ଥିବାବେଳେ ଏଥିରୁ ୩୬,୪୮୦ଟି ଓ୍ବେର ହାଉସରେ ମହଜୁଦ ଥିବା ସୂଚନା ମିଳିଛି। ମୁଖ୍ୟତଃ ଏହି ମେଡିସିନଗୁଡ଼ିକର ଚିଠା ଡାକ୍ତରଙ୍କ ପାଖରୁ ଆସୁନାହିଁ। ଫଳରେ ଏଗୁଡ଼ିକ ନିରାମୟ କେନ୍ଦ୍ରକୁ ନ ଯାଇ ଓ୍ବେର ହାଉସରେ ପଡ଼ି ରହୁଥିବା ଓ୍ବେର ହାଉସର ଜଣେ କର୍ମଚାରୀ ପରିଚୟ ଗୋପନ ରଖି କହିଛନ୍ତି। ତେବେ ଏହି ମେଡିସିନଗୁଡ଼ିକ ରୋଗୀଙ୍କୁ ନ ଦିଆଯାଇ ଏତେ ସଂଖ୍ୟକ ଗଦା ହୋଇ ରହିବା କାରଣ ସମ୍ପର୍କରେ ଅଧୀକ୍ଷକ ପ୍ରଫେସର ମହାନ୍ତି କୁହନ୍ତି, ରୋଗ ଅନୁଯାୟୀ ଔଷଧ ଦିଆଯିବ। ତେଣୁ ଯେଉଁ ଔଷଧଗୁଡ଼ିକର ଆବଶ୍ୟକତା ପଡୁନାହିଁ ସେଗୁଡ଼ିକ ଅନ୍ୟ ଜିଲାକୁ ସ୍ଥାନାନ୍ତର କରାଯାଉଛି। କିନ୍ତୁ ଏ କ୍ଷେତ୍ରରେ ସାମାଜିକ କର୍ମୀମାନଙ୍କ ମତ ଭିନ୍ନ ରହିଛି। ସାମାଜିକ କର୍ମୀ ମଳୟ ରଞ୍ଜନ ଷଡଙ୍ଗୀ କୁହନ୍ତି, ଡାକ୍ତରମାନେ ଘରୋଇ ମେଡିସିନ ଦୋକାନୀଙ୍କୁ ଲାଭ ପହଞ୍ଚାଇବା ପାଇଁ ଚିଠା ଲେଖୁଛନ୍ତି। ତେଣୁ ସରକାର ଯେଉଁ ଔଷଧ ସବୁ ମାଗଣାରେ ଯୋଗାଇଛନ୍ତି, ସେଗୁଡ଼ିକ ରୋଗୀଙ୍କ କ୍ଷେତ୍ରରେ ନ ଲାଗି ଏହିଭଳି ଭାବେ ଏକ୍ସପାଏରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri