ବିଏମ୍ସି ପକ୍ଷରୁ ପଲିଥିନ ଚଢ଼ାଉ; ୯୦ କେଜି ଜବତ
ଭୁବନେଶ୍ୱର,୧୧।୭(ବ୍ୟୁରୋ) ବାରଣ କରାଯାଇଥିବା ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାରକାରୀଙ୍କ ଉପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଲଗାତାର ଚଢାଉ ଜାରି ରଖିଛି। ଚଳିତ ସପ୍ତାହରେ ୯୦ କେଜି ପଲିଥିନ ଜବତ କରିବା ସହ ୧୧ ହଜାର ୯ ଶହ ଟଙ୍କାର...
କମିଶନରେଟ ପୋଲିସର ସ୍ବତନ୍ତ୍ର ଚଢ଼ାଉ; ୮ ଥାନା ଅଞ୍ଚଳର ୧୩ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର(ବ୍ୟୁରୋ)/କଟକରୋଡ/ବାରଙ୍ଗ(ଡି.ଏନ୍.ଏ.),୧୧।୭: ରାଜଧାନୀରେ ଚୋରା ନିଶା କାରବାର ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଲୁଟପାଟ, ଛିନ୍ତାଇ ଘଟଣା ବଢି ଚାଲିବା ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ବ୍ରାଉନସୁଗାର ଓ ଗଞ୍ଜେଇ ନିଶା କବଳରେ ଯୁବପିଢି ପଡି ଅନେକ ଆପରାଧିକ କାର୍ଯ୍ୟକଳାପ...
ରେଲଓ୍ବେ ପାଇଁ ଓଡ଼ିଶାକୁ ୫୯୯୩ କୋଟି
ଭୁବନେଶ୍ୱର,୧୧ା୭(ବ୍ୟୁରୋ): ଚଳିତବର୍ଷ କେନ୍ଦ୍ର ବଜେଟରେ ଓଡିଶାରେ ରେଲଓ୍ବେ ଭିତ୍ତିଭୂମି ବିକାଶ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ମୋଟ ୫୯୯୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର ୫୯୪୦ କୋଟି ଟଙ୍କାର ବ୍ୟୟ ବରାଦ...
‘ଓଡ଼ିଶା ହେବ ୧ ଟ୍ରିଲିୟନ ଡଲାରର ଅର୍ଥନୀତି’
ଭୁବନେଶ୍ୱର,୧୧ା୭(ବ୍ୟୁରୋ): ୨୦୫୦ ସୁଦ୍ଧା ଓଡ଼ିଶା ୧ ଟ୍ରିଲିୟନ(୧ ଲକ୍ଷ କୋଟି) ଡଲାର ଅର୍ଥନୀତି ହେବ। ଭିଜନ୍ ଡକ୍ୟୁମେଣ୍ଟରେ ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ଏମିତି ସ୍ବପ୍ନ ଦେଖାଇଛନ୍ତି। ଜେଏସଡବ୍ଲ୍ୟୁ ଓ ପିଡବ୍ଲ୍ୟୁସି ଇଣ୍ଡିଆ ପକ୍ଷରୁ ଏମିତି ଏକ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି।...
ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା: ରୋଗୀଙ୍କୁ ଦିଆଗଲା ଏକ୍ସପାଏରି ସାଲାଇନ
ଚମ୍ପୁଆ, ୧୦ା୭(ଡି.ଏନ.ଏ.): ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ବଢିବାରେ ଲାଗିଛି। କିଛିଦିନ ତଳେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା କମି ନ ଥିବା ବେଳେ ଗତ ମଙ୍ଗଳବାର ରାତିରେ ସ୍ଥାନୀୟ ଏକ ମହିଳା ରୋଗୀଙ୍କୁ ଡାକ୍ତରଖାନା ପକ୍ଷରୁ...
ଟଳୁନି ବୈତରଣୀ ସେତୁ ବିପଦ
ଆନନ୍ଦପୁର,୧୦। ୭(ସ୍ବ.ପ୍ର.): ଆନନ୍ଦପୁର ବୈତରଣୀ ସେତୁ ପ୍ରତି ବିପଦ ଟଳିବାର ନାଁ ଧରୁନି। ବର୍ଷକ ତଳେ ଏକ ପିଲାରରୁ ବିୟରିଂ ଖସି ବିପଦ ସୃଷ୍ଟି ହୋଇଥିବାବେଳେ ଜୁନ୍ ମାସ ୧୨ ତାରିଖ ମରାମତି କାର୍ଯ୍ୟ କରାଯାଇଥିଲା। ହେଲେ ଏବେ ବାଲି...
ସାପ କାମୁଡ଼ାରେ ବୃଦ୍ଧା ମୃତ
ଭାପୁର,୧୦ା୭(ଡି.ଏନ୍.ଏ.): ଗୁହାଳରୁ ଗୋବର ଆଣି ଗାଣ୍ଡୁଆରେ ଧରି ଘର ପଛ ପଟେ ଥିବା ଖତଗାଡ଼ରେ ପକାଇବାକୁ ଯାଇଥିବାବେଳେ ମଙ୍ଗଳବାର ସନ୍ଧ୍ୟାରେ ଏକ ବିଷାକ୍ତ ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ନୟାଗଡ଼ ଜିଲା ଭାପୁର ବ୍ଲକ...
ପୋତି ହୋଇପଡ଼ିଛି ଡ୍ରେନ: ପୌରନିର୍ବାହୀ ଅଧିକାରୀଙ୍କୁ ଭେଟିଲେ ମହିଳା
ବାସୁଦେବପୁର, ୧୦।୭ (ଡି.ଏନ.ଏ.): ବାସୁଦେବପୁର ପୌରପାଳିକାର ବିଭିନ୍ନ ଡ୍ରେନ ପୋତି ହୋଇପଡ଼ିଛି। ବର୍ଷାଦିନ ପୂର୍ବରୁ ଏହି ଡ୍ରେନଗୁଡ଼ିକ ସଫା କରାଯାଇ ନ ଥିବାରୁ ଚଳିତବର୍ଷ ସହରାଞ୍ଚଳବାସୀ ନାନା ଅସୁବିଧାରେ ପଡ଼ିବାର ଆଶଙ୍କା ରହିଛି। ବାସୁଦେବପୁର ପୌରପାଳିକାର ୧୨ ନମ୍ବର ୱାର୍ଡ...
ମଣ୍ଡିରୁ ଧାନ ଉଠାଣ ଦାବି, ଗଜା ଧାନ ଧରି ଚାଷୀଙ୍କ ବିକ୍ଷୋଭ: ୮ ଘଣ୍ଟା ଚାଷୀଙ୍କ ୨୬ ନଂ. ଜାତୀୟ ରାଜପଥ ଅବରୋଧ
ଜୁନାଗଡ,୧୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରବାହାଲ ନିକଟସ୍ଥ ଝାରକୁଣ୍ଡାମାଲ ଛକଠାରେ ବୁଧବାର ମଣ୍ଡିରୁ ଧାନ ଉଠାଣ ଦାବିରେ ଚାରବାହାଲ ଓ ବେଲଗୁଡା ମଣ୍ଡିର ଚାଷୀମାନେ ୨୬ ନଂ. ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଏହାସହ ମଣ୍ଡିରେ ବର୍ଷା ଯୋଗୁ...
କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳ ଅନୁଦାନ: ମିଳିବ ୬ହଜାର କୋଟି
ଭୁବନେଶ୍ୱର, ୧୦।୭(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ରେ ଓଡ଼ିଶାକୁ ରେଳ ଅନୁଦାନ। ରାଜ୍ୟ ପାଇଁ ମୋଟ ୫୮୦୦ ରୁ ୬୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ବିଭିନ୍ନ ନୂତନ ପ୍ରକଳ୍ପ ସହ ଓଭରବ୍ରିଜ୍ ନିର୍ମାଣ କରାଯିବ।...
୧୭ରେ ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ: ସାବିତ୍ରୀଙ୍କ ପାଇଁ କରିବେ ପ୍ରଚାର, ରୋଡ୍ ଶୋ’
ଭୁବନେଶ୍ୱର, ୧୦।୭(ବ୍ୟୁରୋ): ଆସନ୍ତା ୨୦ରେ ବହୁ ପ୍ରତିକ୍ଷିତ ପାଟକୁରା ନିର୍ବାଚନ। ଏହାକୁ ମାତ୍ର ଦଶ ଦିନ ଥିବାବେଳେ ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେଡି, ବିରୋଧୀ ଭାଜପା ଏବଂ କଂଗ୍ରେସ ଏବେଠୁ ଅଣ୍ଟା ଭିଡିସାରିଲେଣି। କିଏ ଏହି ସିଟ୍କୁ ସ୍ବାଭିମାନ...
ବସ୍ରେ ଲାଗିଲା ବିଦ୍ୟୁତ୍ ତାର, ଅଳ୍ପକେ ବର୍ତ୍ତିଲେ ତୀର୍ଥଯାତ୍ରୀ
ସାକ୍ଷୀଗୋପାଳ,୧୦।୭(ଡି.ଏନ୍.ଏ.)- ସାକ୍ଷୀଗୋପାଳଙ୍କ ଦର୍ଶନ ପାଇଁ ଆନ୍ଧ୍ରପ୍ରଦେଶରୁ ୫୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଆସୁଥିବା ଏକ ବସ୍ ବୁଧବାର ସାକ୍ଷୀଗୋପାଳ ବଜାରରେ ଝୁଲି ରହିଥିବା ବିଦ୍ୟୁତ୍ ତାରରେ ଲାଗିଯାଇଥିଲା। ଫଳରେ ତାରରୁ ନିଆଁ ବାହାରିଥିଲା। ବସ୍ଟି କରେଣ୍ଟ ହୋଇଯିବା ଭୟରେ ସମସ୍ତ...
Archives


