ବର୍ଷା ବଢ଼ାଇଲା ଦୁର୍ଦ୍ଦଶା: ଡାକ୍ତରଖାନାରେ ପଶିଲା ଡ୍ରେନ ପାଣି
ପାଲଲହଡା,୧୪।୮(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ମଙ୍ଗଳବାର ଡ୍ରେନ ପାଣି ପଶିଯିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ହନ୍ତସନ୍ତ ହୋଇଛନ୍ତି। ସୋମବାରଠାରୁ ଲାଗି ରହିଥିବା ବର୍ଷା ଯୋଗୁ ଡ୍ରେନ୍ ପାଣି ନିଷ୍କାସନ ହୋଇ ନ ପାରି ଏପରି ପରିସ୍ଥିତି ସୃଷ୍ଟି...
ପାଣି ସ୍ରୋତରେ ନଷ୍ଟ ହେଉଛି ରାସ୍ତା
ଗୋପାଳପୁର,୧୪ା୮-ରାସ୍ତା ଓ କୋଠାବାଡ଼ି (ଆର ଆଣ୍ଡ ବି) ବ୍ରହ୍ମପୁର-୧ ବିଭାଗ ପକ୍ଷରୁ ବ୍ରହ୍ମପୁର ଓ ହରିପୁରକୁ ସଂଯୋଗ କରୁଥିବା ଏକ ଝୁଲା ବ୍ରିଜ୍ ନିର୍ମାଣ ଚାଲିଛି। ଏଥିପାଇଁ ୧୭ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ବ୍ରିଜ...
ଗଜପତି, ଗଞ୍ଜାମରେ ସବୁଠୁ କମ୍ ବର୍ଷା
ବ୍ରହ୍ମପୁର ଅଫିସ୍,୧୪ା୮-ଉତ୍ତର-ପଶ୍ଚିିମ ବଙ୍ଗୋପସାଗରରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହୋଇଛି। କିନ୍ତୁ ରାଜ୍ୟର ଅନ୍ୟ ଜିଲାଗୁଡ଼ିକ ତୁଳନାରେ ଦକ୍ଷିଣ ଓଡ଼ିଶାର ଦୁଇଟି ପ୍ରମୁଖ ଜିଲା ଗଜପତି ଏବଂ ଗଞ୍ଜାମରେ ସବୁଠୁ କମ୍ ପରିମାଣର ବର୍ଷା ରେକର୍ଡ଼...
ଥମୁନି ହାତୀ ଉପଦ୍ରବ: ମଞ୍ଚାରେ କଟୁଛି ରାତି
କେନ୍ଦୁଝର,୧୪।୮( ସ୍ବ.ପ୍ର.)-ଦିନରେ କଠିନ ପରିଶ୍ରମ ଓ ରାତିରେ ହାତୀ ପାଇଁ ଉଜାଗର । ଏଭଳି କଷ୍ଟ ଯନ୍ତ୍ରଣାରେ ଗରିବ ଚାଷୀ ମାନେ ଦିନ ଓ ରାତି କଟାଉଛନ୍ତି । ହାତୀ ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଧନଜୀବନ ହାନି...
ବୈତରଣୀରେ ବୃଦ୍ଧି ପାଉଛି ଜଳସ୍ତର
ଭଣ୍ଡାରିପୋଖରୀ, ୧୪ା୮(ଡି.ଏନ୍.ଏ.)- ଲଘୁଚାପ ଜନିତ ବର୍ଷା ଯୋଗୁ ବୈତରଣୀ ନଦୀ ଫୁଲିବା ଆରମ୍ଭ କରିଛି। ନଦୀର ଜଳସ୍ତର ଆଖୁଆପଦା ଆନିକଟ ଠାରେ ମଙ୍ଗଳବାର ସକାଳ ୬ଟାରୁ ବୃଦ୍ଧି ପାଉଥିବା ଜଣାପଡିଛି। ସକାଳ ୫ଟାରେ ବନ୍ୟାଜଳ ସ୍ତର ୧୬.୬୦ ମିଟର ଥିବାବେଳେ...
ଆଖଣ୍ଡେଳଶ୍ୱର ମହାଦେବଙ୍କ ମନ୍ଦିର ବେଢ଼ାରେ ଆଶ୍ଚର୍ଯ୍ୟଜନିତ ଘଟଣା: କୂଅ ଓ ପୋଖରୀରେ ଭାସୁଛି ୫କେଜିର ପଥର
ନିମାପଡ଼ା,୧୩ା୮(ଡି.ଏନ୍.ଏ.)- ନିମାପଡ଼ା ବ୍ଲକ ଅନ୍ତର୍ଗତ ଡମ୍ପାଳୋ ଗ୍ରାମପଞ୍ଚାୟତର ଆଶାପୂରଣ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଆଖଣ୍ଡେଳଶ୍ୱର ମହାଦେବଙ୍କ ମନ୍ଦିର ବେଢ଼ାରେ ଥିବା ଏକ କୂଅରେ ପ୍ରାୟ ୫କେଜିର ଓଜନର ଏକ ସିମେଣ୍ଟ...
ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ବଡ଼ଦେଉଳ, ପରିଚୟପତ୍ରକୁ ଗୁରୁତ୍ୱ ଦେଉନି ପ୍ରଶାସନ
ପୁରୀ ଅଫିସ, ୧୩ା୮: ଦେଶର ଅନ୍ୟତମ ପ୍ରମୁଖ ତୀର୍ଥକ୍ଷେତ୍ର ହେଉଛି ପୁରୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ସମୁଦ୍ର ସ୍ନାନ ଓ ବେଳାଭୂମି ବୁଲିବା ଲାଗି ପ୍ରତ୍ୟେହ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ଆସିଥାନ୍ତି। ଏଥିଲାଗି ପୁରୀ ଆତଙ୍କବାଦୀଙ୍କ...
୬ ଫୁଟର ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
ପୁରୀ ଅଫିସ, ୧୩ାା୮: ଚନ୍ଦନପୁର ଥାନା ଅନ୍ତର୍ଗତ ସେନାପଟିଆ ଅଞ୍ଚଳରୁ ମଙ୍ଗଳବାର ସକାଳେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଏହି ସାପର ଲମ୍ବ ପ୍ରାୟ ୬ ଫୁଟ ରହିଛି। ଗାଁ ଲୋକେ ସାପଟିକୁ ଦେଖି ପ୍ରଥମେ ସ୍ନେକ ହେଲ୍ପ...
ମୁନିଗୁଡ଼ାକୁ ଏନ୍ଏସି ମାନ୍ୟତା, ସବଟ୍ରେଜେରୀ, ବାଇପାସ୍ ରାସ୍ତା ନିର୍ମାଣ ଦାବି: ଏମ୍ପିଙ୍କୁ ଦାବିପତ୍ର
ମୁନିଗୁଡ଼ା,୧୩ା୮(ଡି.ଏନ୍.ଏ.)- ରାୟଗଡ଼ା ଜିଲା ମୁନିଗୁଡ଼ା ବିକାଶ ପରିଷଦ ତରଫରୁ ୩ ଦଫା ସମ୍ବଳିତ ଏକ ଦାବିପତ୍ର କୋରାକୁଟ ଏମ୍ପି ସପ୍ତଗିରି ଉଲ୍ଲାକଙ୍କୁ ପ୍ରଦାନ କରାଯାଇଛି । ମୁନିଗୁଡ଼ା ବିକାଶ ପରିଷଦ ସମ୍ପାଦକ ସୁଧାକର ମହାରଣାଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ସ୍ଥାନୀୟ...
ବାଉରୀଯୋର ପୋଲ ଉପରେ ୭ଫୁଟ ପାଣି: ବୀରମହାରାଜପୁରରୁ ରେଢ଼ାଖୋଲ, ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ
ଅମରପାଲି, ୧୩।୮(ଡି.ଏନ.ଏ.): ବୀରମହାରାଜପୁର-ରେଢ଼ାଖୋଲ ରାସ୍ତାର ପିତାମହୁଲ ନିକଟ ବାଉରୀଯୋର ପୋଲ ଉପରେ ପ୍ରାୟ ୭ଫୁଟ ପାଣି ଜମି ପ୍ରବାହିତ ହେଉଥିବାରୁ ଉକ୍ତ ବାଟ ଦେଇ ଯାତାୟତ ବ୍ୟାହତ ହୋଇଛି। ଫଳରେ ବୀରମହାରାଜପୁରରୁ ରେଢ଼ାଖୋଲ ଓ ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି।...
ମରୁଡ଼ି ଘୋଷଣା ଦାବିରେ ଗଣଆନ୍ଦୋଳନ
ବାଲିଆପାଳ,୧୩।୮(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ସମେତ ବସ୍ତା, ଜଳେଶ୍ୱର, ଭୋଗରାଇ ବ୍ଲକ ଏବଂ ବାଲେଶ୍ୱର ଜିଲାକୁ ମରୁଡି ଅଞ୍ଚଳ ଘୋଷଣା ଦାବିରେ ଚାଷୀ ଏକତା ମଞ୍ଚ ଏବଂ ସୂଚନା ଅଧିକାର ସଂଘ ପକ୍ଷରୁ ବାଲିଆପାଳ ତହସିଲ ସମ୍ମୁଖରେ ଗଣଆନ୍ଦୋଳନ ଓ ପ୍ରତିବାଦ ସଭା...
ବନ୍ୟା ଘେରରେ ବଲାଙ୍ଗୀର ସହର: ୧ ହଜାର ଲୋକ ସ୍ଥାନାନ୍ତରିତ; ତଦାରଖ କରୁଛନ୍ତି ଜିଲାପାଳ, ଏସ୍ପି
ବଲାଙ୍ଗୀର ଅଫିସ, ୧୩।୮: ଲଗାଣ ବର୍ଷାରେ ବଲାଙ୍ଗୀର ସହର ଉବୁଟୁବୁ ହେଉଛି । ବନ୍ୟା ଜଳରେ ସମଗ୍ର ସହର ଭାସମାନ ଅବସ୍ଥାରେ। ପରିସ୍ଥିତି ଅନୁଧ୍ୟାନକରି ଜିଲାପାଳ ଅରିନ୍ଦମ ଡାକୁଆ ଜରୁରୀ ବୈଠକ ଡାକିଛନ୍ତି। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଡିଆର୍ଡିଏ...
Archives


