ରାଜ୍ୟ

‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି ତେଜିଲା: ଆର୍‌ଆଇ ଅଫିସ୍‌ ସମ୍ମୁଖରେ ଭାଜପାର ଆନ୍ଦୋଳନ

ରୂପ୍‌ସା, ୧୯।୧୧(ଡି.ଏନ.ଏ.)- ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଆର୍‌ଆଇ ଅଫିସ ସମ୍ମୁଖରେ ଭାଜପା ପକ୍ଷରୁ ମଙ୍ଗଳବାର ଆନ୍ଦୋଳନ କରାଯାଇଛି। କସିପଦା, ରୂପ୍‌ସା, ଆଙ୍କୋ ପଞ୍ଚାୟତରେ ‘ବୁଲ୍‌ବୁଲ୍‌’ ବାତ୍ୟା ଓ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।…

କମଲ ହାସନଙ୍କୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ଅଭିନେତା କମଲ ହାସନଙ୍କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି। ଚଳଚ୍ଚିତ୍ର କ୍ଷେତ୍ରରେ ଗତ ଛଅ ଦଶନ୍ଧି ଧରି ଉଲ୍ଲେଖନୀୟ ଅବଦାନକୁ ଲକ୍ଷ୍ୟରେ ରଖି ଏକ ଘରୋଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଉପାଧି ପ୍ରଦାନ କରାଯାଇଛି।…

ଅତାବିରାରେ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସରଣ୍ଡା,୧୯।୧୧(ଡି.ଏନ.ଏ.):ବରଗଡ ଜିଲାର ଅତାବିରାରେ ଚାଷୀ ଆନ୍ଦୋଳନ ମଙ୍ଗଳବାର ଦିତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନ ପାଇଁ ଜନସମର୍ଥନ ମିଳୁଛି। ଚାଷୀମାନେ ରାଜ୍ୟ ସରକାରଙ୍କ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ବରଗଡ ଡିଆରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଚାଷୀମାନେ ସରକାର କରିଥିବା…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଏଣିକି ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେବେ କ୍ଷେତ୍ରୀୟ କର୍ମଚାରୀ, ୨୦୨୦ ଏପ୍ରିଲ ପହିଲାରୁ ଅନ୍‌ଲାଇନ୍‌ ହେବ ବ୍ୟବସ୍ଥା

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ଏଣିକି ବିଭିନ୍ନ ବାସଗୃହ ଓ କୋଠା ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଲାଗି ଅଗ୍ନିଶମ ସେବା ନିର୍ଦ୍ଦେଶାଳୟକୁ ଯିବାକୁ ପଡ଼ିବ ନାହିଁ। ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ଦେଇପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ…

ଦୁର୍ନୀତି ଅଭିଯୋଗରେ ସ୍ପେଶାଲ ସ୍କ୍ବାଡ ଏଏସଆଇ ନିଲମ୍ବିତ

ଭୁବନେଶର,୧୯।୧୧(ବ୍ୟୁରୋ): ଦୁର୍ନୀତି ଅଭିଯୋଗ ପ୍ରମାଣ ମିଳିବା ପରେ ସ୍ପେଶାଲ ସ୍କ୍ବାଡ ଏଏସଆଇ ଅର୍ଜୁନ କହଁର ନିଲମ୍ବିତ ହୋଇଛନ୍ତି। ଏ ସମ୍ପର୍କରେ କଟକ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଜୁନଙ୍କ ବିରୋଧରେ ଗତ କିଛିଦିନ ହେବ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହାପରେ…

ପିଇବା ପାଣି ଯୋଗାଣକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସହରାଞ୍ଚଳକୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ। ମଙ୍ଗଳବାର ପଶ୍ନୋତ୍ତରବେଳେ ଏହି ସୂଚନା ଦେଇଛନ୍ତି ପଞ୍ଜାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା। କଂଗ୍ରେସ ସଭ୍ୟ ତାରା ପ୍ରସାଦ…

ବାଚସ୍ପତି ନିରପେକ୍ଷ ହେବା ଜରୁରୀ: ବିରୋଧୀ ଦଳ ନେତା

ଭୁବନେଶ୍ୱର, ୧୯।୧୧(ବ୍ୟୁରୋ): ସୋମବାର ଅପରାହ୍ନଣରେ ଭାଜପା ଗୃହ କାର୍ଯ୍ୟରେ ସହଯୋଗ କରିଥିଲେ ମଧ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବକ୍ତବ୍ୟ ପାଇଁ ସୁଯୋଗ ଦେଇ ନ ଥିଲେ। ବିରୋଧୀ ଦଳ ନେତା ସ୍ମିତାରାଣୀ ପ୍ରସଙ୍ଗ…

ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବ ନାହିଁ: ଅବକାରୀ ସଚିବ

ଭୁବନେଶ୍ୱର,୧୯୧୧(ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ଚାଷ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଅବକାରୀ ସଚିବ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି। ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଏକ ବୈଠକ ଏଭଳି ନିଷ୍ପତ୍ତି ନିଆଯାଇଛି। ସଚିବ କହିଛନ୍ତି, ଗଞ୍ଜେଇରେ ଔଷଧୀୟ…

ଟୋକନ ବ୍ୟବସ୍ଥାକୁ ବିରୋଧ: ୩ ବିଧାୟକଙ୍କ ଘର ଆଗରେ ଧାନ ଗାଡ଼ି ରଖି ଚାଷୀଙ୍କ ବିକ୍ଷୋଭ

ସମ୍ବଲପୁର,୧୯ା୧୧(ବ୍ୟୁରେ): ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁର ଜିଲାର ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆନ୍ଦୋଳନର ଦ୍ୱିତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ସକାଳୁ ଜିଲାର ୩ ବିଧାୟକ ନାଉରୀ ନାୟକ(ରେଙ୍ଗାଲି), ରୋହିତ ପୂଜାରୀ(ରେଢ଼ାଖୋଲ) ଓ ଜୟ ମିଶ୍ର(ସମ୍ବଲପୁର)ଙ୍କ ଘର …

ବରଗଡରେ କ୍ୟାନସର୍‌ ହସ୍ପିଟାଲ୍‌ ସ୍ଥାପନ ଦାବି ତେଜିଲା

ବରଗଡ ଅଫିସ, ୧୯।୧୧: ବରଗଡରେ କ୍ୟାନସର ହସପିଟାଲ ସ୍ଥାପନ ଦାବି ପୁଣି ଜୋର୍‌ ଧରିଛି। ଏହି କ୍ରମରେ ମଙ୍ଗଳବାର ଦିନ ୧୦ଟାରୁ ସ୍ଥାନୀୟ ଗାନ୍ଧୀଛକରେ ୟୁନାଇଟେଡ ଫୋରମ ଫରକ୍ୟାନସର ହସ୍ପିଟାଲ ଇନ ବରଗଡ ପକ୍ଷରୁ ଧାରଣା ଦିଆଯାଇଛି। ଦିନ ୧ଟା ପର୍ଯ୍ୟନ୍ତ…

୨୩ ଦିନରେ ରାଜଧାନୀରେ ତୃତୀୟ ହତ୍ୟାକାଣ୍ଡ: ଅବସରପ୍ରାପ୍ତ ରେଲଓ୍ବେ କର୍ମଚାରୀଙ୍କ ତଣ୍ଟିକାଟି ହତ୍ୟା

କଟକରୋଡ୍‌ (ଡି.ଏନ୍‌.ଏ.)/ ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସୋମବାର ଜଣେ ଅବସରପ୍ରାପ୍ତ ରେଲଓ୍ବେ କର୍ମଚାରୀଙ୍କ ତଣ୍ଟିକାଟି ହତ୍ୟା କରାଯାଇଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳରେ ରହୁଥିବା ଟି.ଭେଙ୍କଟ ରାଓ(୬୫)। ଖବର ପାଇ ଲକ୍ଷ୍ମୀସାଗର ଥାନା ଅଧିକାରୀ ଦୟାନିଧି ନାୟକ…

ଡ୍ରେନ୍‌ ସମ୍ପ୍ରସାରଣ ପାଇଁ ନକ୍‌ସା ପ୍ରସ୍ତୁତ ଅନୁଦାନ ଆସିଲେ ଜମି ଅଧିଗ୍ରହଣ ହେବ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ଅସରାଏ ବର୍ଷା ହେଲେ ରାଜଧାନୀ ହୋଇଯାଏ ଜଳମଗ୍ନ। ଜଳ ନିଷ୍କାସନର ସୁବ୍ୟବସ୍ଥା ନ ଥିବାରୁ ପ୍ରତିବର୍ଷ ଜଳବନ୍ଦି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ରାଜଧାନୀବାସୀ। ତେବେ ଏହି ସମସ୍ୟାକୁ ଦୂର କରିବା ଲାଗି ବିଏମ୍‌ସି ପକ୍ଷରୁ ‘ଡ୍ରେନ୍‌ ବିକାଶ ଯୋଜନା’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri