ରାଜ୍ୟ

ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣା: ଗିରଫ ହେଲେ ଓ୍ବାର୍ଡେନ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଆବାସିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ସ୍କୁଲର ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ଅଭିଯୁକ୍ତ ଓ୍ବାର୍ଡେନ୍‌ଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ସେ ହେଲେ ବିଶ୍ୱରଞ୍ଜନ ରଣା। ବିଶ୍ୱରଞ୍ଜନ ୨ ଛାତ୍ରଙ୍କୁ...

ରମାଦେବୀ ପରିସରରୁ ଉଠିଯିବ ଯୁକ୍ତ ୨ କଲେଜ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରୁ ଜୁନିଅର କଲେଜ ଉଠିଯିବ। ୟୁନିଟ-୯ ଗାର୍ଲସ ହାଇସ୍କୁଲ ପରିସରରେ ଯୁକ୍ତ ୨ କଲେଜ ପ୍ରତିଷ୍ଠା ହେବ। ଏନେଇ ହାଇସ୍କୁଲ ପରିସରରେ ୩ ଏକର ଜମି ଚିହ୍ନଟ ହୋଇଥିବା ନେଇ ମଙ୍ଗଳବାର ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଜା...

ମଧ୍ୟାହ୍ନଭୋଜନ ଖାଇ ୩୩ ଛାତ୍ରୀ ଅସୁସ୍ଥ ଘଟଣା: କାରଣ ଅସ୍ପଷ୍ଟ

ଚିତ୍ରକୋଣ୍ଡା,୨୦।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟେମ୍ପରାରି କଲୋନୀ ପ୍ରାଇମେରି ପ୍ରାଥମିକ ଆବାସିକ ବିଦ୍ୟାଳୟରେ ସୋମବାର ମଧ୍ୟାହ୍ନଭୋଜନ ଖାଇ ୩୩ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ମଧ୍ୟାହ୍ନଭୋଜନରେ ଭାତ, ଡାଲି ଓ ଭଜା ଖାଇବା ପରେ ଅପରାହ୍ନରେ କିଛି...

ରାଜଧାନୀରେ ହେବ ମିଠା କାରଖାନା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସହରରେ ସ୍ଥାପନ ହେବ ମିଠା ହବ୍‌। କ୍ଷୁଦ୍ର ମିଷ୍ଟାନ୍ନ ବ୍ୟବସାୟୀଙ୍କୁ ଆର୍ଥିକ ସହାୟତାଠାରୁ ଆରମ୍ଭ କରି ସମସ୍ତ ସହାୟତା ଯୋଗାଇ ଦିଆଯିବ। ଆଗାମୀ ଦିନରେ ମିଠା କାରଖାନା ପାଇଁ ଜମି ଯୋଗାଇ...

ଅମୃତ ଯୋଜନାରେ ପାର୍କ ପୁନରୁଦ୍ଧାର କାର୍ଯ୍ୟ ଅଧା: ୧୭ ସରିଛି, ୧୯ ବାକି

ଭୁବନେଶ୍ୱର, ୨୦।୮(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ରାଜଧାନୀରେ ବିଭିନ୍ନ ପାର୍କର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ ଚାଲିଛି। ସୌନ୍ଦର୍ଯ୍ୟକରଣ ସହ ନୂତନ ନିର୍ମାଣ ଓ ଉପକରଣ ଲଗାଯାଉଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ପରିଚାଳିତ ପାର୍କଗୁଡ଼ିକରେ ଏସବୁ...

ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣା: ଧରାପଡ଼ିଲେ ନାବାଳକ

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ରସୁଲଗଡ ଛକ ନିକଟ ତୃପ୍ତି ହୋଟେଲ ମାଲିକଙ୍କୁ ଆକ୍ରମଣ କରି ଲୁଟ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ପୋଲିସ ଧରିଛି। ପୋଲିସ ନାବଳକଙ୍କୁ ପଚରାଉଚରା କରିବା ପରେ ବାଳସୁଧାର ଗୃହକୁ ପଠାଯାଇଛି। ସୂଚନା ମୁତାବକ, ଗତ ୩୦ତାରିଖ...

ଆଜି ଦାୟିତ୍ୱ ନେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ ଅଫିସ,୨୦।୮: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଡ. କ୍ରିଷନ କୁମାର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିବେ। ରାଜ୍ୟ ସରକାର ପ୍ରଦୀପ ମହାପାତ୍ରଙ୍କ ସ୍ଥାନରେ କ୍ରିଷନ କୁମାରଙ୍କୁ ଗତ ୧୫ତାରିଖରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ...

‘ଶ୍ରୀମନ୍ଦିର ସୁରକ୍ଷା ଆଳରେ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ କରା ନ ଯାଉ

ପୁରୀ ଅଫିସ, ୨୦।୮: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ପର୍ଯ୍ୟନ୍ତ ନିର୍ମାଣ ଉଚ୍ଛେଦ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାର ଜିଲା ପ୍ରଶାସନ ମେଘନାଥ ପାଚେରୀ ଚାରିପଟୁ ଉଚ୍ଛେଦ ଆରମ୍ଭ କରିଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ଶ୍ରୀମନ୍ଦିର...

ଶିଶୁଙ୍କ ପୁଷ୍ଟିସାଧନ, ମାନସିକ ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ଶିଶୁମାନେ ହେଉଛନ୍ତି ଦେଶ ଓ ଜାତିର ଭବିଷ୍ୟତ। ଶିଶୁର ସାମଗ୍ରିକ ବିକାଶ କ୍ଷେତ୍ରରେ ମାତାପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିଶୁଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ଅଙ୍ଗନଓ୍ବାଡ଼ି କର୍ମୀ, ସୁପରଭାଇଜର, ଶିଶୁ ସୁରକ୍ଷା ଅଧିକାରୀ ସମସ୍ତେ ସହଯୋଗ କଲେ ପ୍ରତ୍ୟେକ...

ନୟାପଲ୍ଲୀରେ ପୂଜାପାଇବେ ୩୫ ଫୁଟ ଗଣେଶ

ଭୁବନେଶ୍ୱର,୨୦୮(ବ୍ୟୁରୋ): ନୟାପଲ୍ଲୀ ନୂଆସାହି ଆଖଣ୍ଡଳମଣୀ ପୂଜା କମିଟି ଏବଂ ମୌରିଆ ଗ୍ରୁପ୍‌ ଆନୁକୂଲ୍ୟରେ ଚଳିତବର୍ଷ ପ୍ରଥମଥର ପାଇଁ ଗଣେଶ ପୂଜା ମହାଆଡ଼ମ୍ବରରେ ଆୟୋଜିତ ହେବ। ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ମୁଖ୍ୟ ଆକର୍ଷଣ ରହିବ। କଲିକତାରୁ ଆସିଥିବା...

ଦୟା ଓ୍ବେଷ୍ଟ କେନାଲର ସୌନ୍ଦର୍ଯ୍ୟକରଣ ବାଟବଣା

କଟକରୋଡ୍‌,୨୦।।୮(ଡି.ଏନ୍‌.ଏ.): ଦଳ ଓ ଅଳିଆ ଆବର୍ଜନାରେ ବାରମ୍ବାର ପୋତି ହୋଇପଡୁଛି କଟକ ଜିଲା ବାରଙ୍ଗ ନିକଟରୁ ଭୁବନେଶ୍ୱର ସହର ଓ ଉପକଣ୍ଠ ମଧ୍ୟରେ ଯାଇଥିବା ଦୟା ଓ୍ବେଷ୍ଟ ଶାଖା କେନାଲ। ଚାଷୀଙ୍କ ଜମିକୁ ପାଣି ସୁବିଧା ସହ କେନାଲର ସୌନ୍ଦର୍ଯ୍ୟକରଣ...

ଭିନ୍ନକ୍ଷମ ସଶକ୍ତୀକରଣକୁ ଗୁରୁତ୍ୱ: ପ୍ରତି ଜିଲାରେ ହେବ ସମନ୍ବିତ ପୁନର୍ବାସ କେନ୍ଦ୍ର

ଭୁବନେଶ୍ୱର,୨୦।୮(ବ୍ୟୁରୋ): ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକର ସଫଳ ରୂପାୟନ ନିମନ୍ତେ ରାଜ୍ୟ ସରକାର ଭିନ୍ନକ୍ଷମ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି କ୍ରମରେ ପ୍ରତି ଜିଲାରେ ଭିନ୍ନକ୍ଷମମାନଙ୍କ ନିମନ୍ତେ ସମନ୍ବିତ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ସାମାଜିକ ସୁରକ୍ଷା ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri