ରାଜ୍ୟ

ଟ୍ରେନ୍‌ରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ରୂପ୍‌ସା, ୩ା୧(ଡି.ଏନ୍‌.ଏ.): ଜିଆର୍‌ପି ପୋଲିସ ବାଲେଶ୍ୱର ରେଳଷ୍ଟେଶନରେ ଶୁକ୍ରବାର ଡାଉନ୍‌ ହାଓ୍ବଡ଼ା-ଯଶବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ୍‌ରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ବୟସ ୬୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତାଙ୍କ ପରିଚୟ ମିଳିପାରିନାହିଁ। ଟ୍ରେନ୍‌ ଶୌଚାଳୟ ସମ୍ମୁଖରେ…

ବଳାତ୍କାର ମାମଲା: ଅଭିଯୁକ୍ତ ବଳଙ୍ଗା ଥାନା ଏଏସ୍‌ଆଇ ଗିରଫ

ପୁରୀ ଅଫିସ, ୩ା୧: ପୁରୀ ଜିଲା ବଳଙ୍ଗା ଥାନାର ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶଙ୍କ ନାମରେ ଜଣେ ବିବାହିତା ମହିଳା ଗୁରୁବାର ବଳାତ୍କାର ଅଭିଯୋଗ ଆଣିଥିଲେ। ଏ ନେଇ ସେ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ…

ରାସ୍ତାକଡ଼କୁ ଓଲଟିଲା ସ୍କୁଲ ବସ୍‌

ବାସୁଦେବପୁର,୩।୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଜଗନ୍ନାଥପୁର-ବାଲିଛନ୍ଦା ଘାଟ ରାସ୍ତା କଣ୍ଟିଆ ନାଳୀପୋଲ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଏକ ସ୍କୁଲ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏହି ବସ୍‌ରେ ବାସୁଦେବପୁର ଅଞ୍ଚଳର ୭/୮…

ଭଦ୍ରକରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ଘଟଣା, ମୃତକଙ୍କ ପରିବାରକୁ ଦିଆଯିବ ୨ଲକ୍ଷ: ବିଧାୟକ

ଭଦ୍ରକ ଅଫିସ,୩।୧: ଭଦ୍ରକ ଜିଲା ୧୬ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଶୁକ୍ରବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏକ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କାହୋଇ ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୮ଜଣ ଗୁରୁତର ହୋଇଥିଲେ। ତେବେ ମୃତକଙ୍କ…

ଖୋର୍ଦ୍ଧାରେ ଡାକ୍ତର, ଔଷଧ ଦୋକାନୀଙ୍କୁ ଗୁଳିମାଡ଼ ଘଟଣା: ଅଭିଯୁକ୍ତଙ୍କ ଫଟୋ ସ୍କେଚ୍‌ ଜାରି

ଖୋର୍ଦ୍ଧା ଅଫିସ,୩।୧: ଖୋର୍ଦ୍ଧାରେ ଘରୋଇ କ୍ଲିନିକ୍‌ର ଡାକ୍ତର ଓ ଔଷଧ ଦୋକାନୀଙ୍କୁ ଗୁଳିମାଡ଼ ଘଟଣାର ୧୯ ଦିନ ପରେ ପୋଲିସ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ଫଟୋ ସ୍କେଚ୍‌ ଜାରି କରିଛି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୫ ତାରିଖ ସନ୍ଧ୍ୟାରେ ଡାକ୍ତର ମାନସ ଦାସଙ୍କୁ…

୫ରୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା

ପୁରୀ ଅଫିସ,୩।୧: ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଆନୁକୂଲ୍ୟରେ ଜାନୁୟାରୀ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ୨୬ତମ ପୁସ୍ତକ ମେଳା ଆୟୋଜିତ ହେବ। ୧୦ ଦିନ ବ୍ୟାପୀ ହେବାକୁ ଥିବା ଏହି ପୁସ୍ତକ ମେଳା ଶରଧାବାଲିଠାରେ ଅନୁଷ୍ଠିତ ହେବ । ଚଳିତ…

୪ରେ ଶ୍ରୀକ୍ଷେତ୍ର ଆସିବେ ଶତାଧିକ ପାକିସ୍ତାନୀ ହିନ୍ଦୁ: ମହାପ୍ରଭୁଙ୍କ ଦର୍ଶନ ସହ ସମୁଦ୍ର ସ୍ନାନ କରିବେ

ପୁରୀ ଅଫିସ,୩ା୧: ପାକିସ୍ତାନରେ ରହୁଥିବା ପ୍ରାୟ ଶହେରୁ ଊର୍ଦ୍ଧ୍ୱ ହିନ୍ଦୁ ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ସେମାନେ ମହୋଦଧି ସ୍ନାନ କରିବା ସହ ବିଭିନ୍ନ ତୀର୍ଥସ୍ଥଳ ମଧ୍ୟ ପରିଦର୍ଶନରେ ଯିବେ। ଓଡ଼ିଶା ଇଣ୍ଟରନ୍ୟାଶନାଲ ସେଣ୍ଟର (ଓଆଇସି)ର ସଭାପତି ପରେଶ…

ଭୁବନେଶ୍ୱର-ବାରାଣସୀ ବିମାନ ସେବା ଫେବୃୟାରୀ ୨୯ରୁ

ଭୁବନେଶ୍ୱର,୩ା୧(ବ୍ୟୁରୋ): ଓଡ଼ିଶାବାସୀଙ୍କ ଲାଗି ଖୁସି ଖବର। ଫେବୃୟାରୀ ୨୯ରୁ ଆରମ୍ଭ ହେଉଛି ଭୁବନେଶ୍ୱର-ବାରାଣସୀ ବିମାନ ସେବା। ଘରୋଇ ବିମାନ ଚଳାଚଳ ସଂସ୍ଥା ଇଣ୍ଡିଗୋ ଏହି ସେବା ଯୋଗାଇବ ବୋଲି ଜଣାପଡ଼ିଛି। ଭୁବନେଶ୍ୱରରୁ ଦୈନିକ ରାତି ୯ଟାରେ ଓ ବାରାଣସୀରୁ ସନ୍ଧ୍ୟା ୬ଟା…

ଶୀତ ପାଇଁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୩ା୧(ବ୍ୟୁରୋ): ଶୀତ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ସ୍ଥାନକୁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ନିୟମିତ ଟ୍ରେନରେ ମାତ୍ରାଧିକ ଭିଡ଼ ଓ ପର୍ଯ୍ୟଟକଙ୍କୁ ସୁହାଇବା ଭଳି ଜନପ୍ରିୟ ମାର୍ଗରେ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ଯୋଜନା କରାଯାଇଛି। ହାଓଡ଼ା, କଲିକତା, ଶାଲିମାର,…

ଶ୍ରୀଲିଙ୍ଗରାଜ ମନ୍ଦିର ଉଚ୍ଛେଦ ପ୍ରସଙ୍ଗ: ଜବରଦଖଲରେ ପାର୍ଶ୍ୱ ଦେବଦେବୀ ପୀଠ

ପୁରୁଣା ଭୁବନେଶ୍ୱର,୩ା୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ଉଚ୍ଛେଦକୁ ସବୁ ମହଲରୁ ସ୍ବାଗତ କରାଯାଉଛି। ହେଲେ ଶ୍ରୀଲିଙ୍ଗରାଜଙ୍କ ରୀତିନୀତି ସହ ଜଡ଼ିତ ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ପୀଠ ଓ ମନ୍ଦିର ଅବ୍ୟବସ୍ଥା ନେଇ ଭକ୍ତ ଓ ପର୍ଯ୍ୟଟକମାନେ କ୍ଷୋଭ ପ୍ରକାଶ…

ଆଶାନୁରୂପ ହେଉନି ଜିଏସ୍‌ଟି ଆଦାୟ

ଭୁବନେଶ୍ୱର,୩ା୧(ବ୍ୟୁରୋ): ରାଜ୍ୟରେ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ଆଶାନୁରୂପ ହେଉନାହିଁ। ୨୦୧୯ ଡିସେମ୍ବରରେ ଜିଏସ୍‌ଟି ଆଦାୟରେ ମାତ୍ର ୨ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଏହି ମାସରେ ରାଜ୍ୟରେ ୨୩୮୩ କୋଟି ଟଙ୍କା ଆଦାୟ କରାଯାଇଥିବା ବେଳେ ୨୦୧୮ରେ ୨୩୪୭ କୋଟି…

ଓସ୍କାର ଦୌଡ଼ରେ ଆଉ ଜଣେ ଓଡ଼ିଆଙ୍କ ଚଳଚ୍ଚିତ୍ର: ବିଶ୍ୱ ଦରବାରରେ ଓଡ଼ିଶାକୁ ସଫଳତା

ଭୁବନେଶ୍ୱର,୩ା୧(ବ୍ୟୁରୋ): ନକଲ ତଥା କପି ପେଷ୍ଟ୍‌ର ଟ୍ରେଣ୍ଡ୍‌କୁ ନେଇ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବିଭିନ୍ନ ସମୟରେ ସମାଲୋଚିତ ହେଉଥିବାବେଳେ ମୌଳିକଧର୍ମୀ ଫିଲ୍ମ ଦେଖିବାକୁ ପାଉ ନ ଥିବାରୁ ଦର୍ଶକ ଧୀରେ ଧୀରେ ଓଡ଼ିଆ ଫିଲ୍ମରୁ ମୁହଁ ଫେରାଇ ନେଉଛନ୍ତି। କ୍ରମାଗତଭାବେ ସିନେମା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri