ରାଜ୍ୟରେ ୨୧ ଜିଲାକୁ ବ୍ୟାପିସାରିଲାଣି କରୋନା, ଜାଣନ୍ତୁ କେଉଁ ଜିଲାରେ କେତେ ଆକ୍ରାନ୍ତ

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗୁରୁବାର ଆଉ ୭୩ ପଜିଟିଭ୍‌ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମହାମାରୀ ରାଜ୍ୟର ୨୧ ଜିଲାରେ କାୟା ବିସ୍ତାର କରିସାରିଥିବା ବେଳେ ଆଉ ମାତ୍ର ୯ଟି ଜିଲା ବାକି ରହିଛି। ତେବେ ବର୍ତ୍ତମାନ ସୁଦ୍ଧା କେଉଁ ଜିଲାରେ କେତେ ଆକ୍ରାନ୍ତ ହୋଇଛନ୍ତି ସେ ସମ୍ପର୍କରେ ଜାଣନ୍ତୁ।
ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମ ସର୍ବାଗ୍ରେ ରହିଛି। ଗୁରୁବାର ଗଞ୍ଜାମରୁ ସର୍ବାଧିକ ୪୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବାରେ ପରେ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫୨ରେ ପହଞ୍ଚିଛି। ୨୪୯ ଜଣ ଚିକିତ୍ସିତ ହେଉଛନ୍ତି। ୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ବାଲେଶ୍ୱର ୨ୟରେ ରହିଛି। ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଥିବା ବେଳେ ୭୦ ଜଣ ଚିକିତ୍ସିତ ହେଉଛନ୍ତି। ୨୦ ଜଣ ସୁସ୍ଥ ହୋଇଥିବା ବେଳେ ମୃତ ସଂଖ୍ୟା ଶୂନ। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ତୃତୀୟ ସ୍ଥାନରେ ରହିଛି ଯାଜପୁର। ଜିଲାରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଥିବା ବେଳେ ୫୫ ଜଣ ସୁସ୍ଥ ହୋଇଛନ୍ତି। ୩୩ ଚିକିତ୍ସିତ ହେଉଥିବା ବେଳେ ମୃତ ସଂଖ୍ୟା ଶୂନରେ ରହିଛି। ଖୋର୍ଦ୍ଧା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩ ଥିବା ବେଳେ ୪୫ ଜଣ ସୁସ୍ଥ ହୋଇଛନ୍ତି। ୬ ଜଣ ଚିକିତ୍ସିତ ହେଉଛନ୍ତି। ୨ ଜଣଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲାରେ ଗୁରୁବାର ୯ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୧ ଜଣ ଚିକିତ୍ସିତ ହେଉଛନ୍ତି। ମୃତ ସଂଖ୍ୟା ଶୂନ।
ସେହିପରି ସୁନ୍ଦରଗଡ଼ ଜିଲାରେ ଗୁରୁବାର ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବାରେ ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ୧୨ ଜଣ ସୁସ୍ଥ ହୋଇଛନ୍ତି। ୧୩ ଜଣ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ସଂଖ୍ୟା ଶୂନ। ଅନୁଗୋଳ ଜିଲାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି। ୭ ଚିକିତ୍ସିତ ହେଉଛନ୍ତି। କାହାର ମୃତ୍ୟୁ ଘଟିନାହିଁ। ମୟୂରଭଞ୍ଜ ଜିଲାରେ ମୋଟ ୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ ଜଣ ଯାକ ଚିକିତ୍ସିତ ହେଉଛନ୍ତି। ଜଗତସିଂହପୁର ଜିଲାରେ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଚିକିତ୍ସିତ ହେଉଛନ୍ତି। ସେହିପରି ବୌଦ୍ଧ ଜିଲାରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତେ ଚିକିତ୍ସିତ ହେଉଛନ୍ତି। କେନ୍ଦୁଝର ଜିଲାରେ ବର୍ତ୍ତମାନ ସୁଦ୍ଧା ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣେ ସୁସ୍ଥ ହୋଇଛନ୍ତି। ୩ ଚିକିତ୍ସିତ ହେଉଛନ୍ତି। ପୁରୀ ଜିଲାରେ ବର୍ତ୍ତମାନ ସୁଦ୍ଧା ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣେ ସୁସ୍ଥ ହୋଇଥିବା ବେଳେ ୩ ଚିକିତ୍ସିତ ହେଉଛନ୍ତି। କଟକ ଜିଲାରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି। ୨ ଜଣ ଚିକିତ୍ସିତ ହେଉଛନ୍ତି। କାହାରି ମୃତ୍ୟୁ ଘଟିନାହିଁ। ବଲାଙ୍ଗୀରରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଜଣ ଯାକ ଚିକିତ୍ସିତ ହେଉଛନ୍ତି। ସେହିପରି ଝାରସୁଗୁଡ଼ାରେ ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨ ଜଣ ଯାକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲାରେ ୨ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି। ଦେଓଗଡ଼ରେ ଜଣେ ଆକ୍ରାନ୍ତ ହୋଇଥିଲେ। ସେହିଜଣକ ସୁସ୍ଥ ହୋଇଛନ୍ତି। ସେହିପରି ଢେଙ୍କାନାଳ ଏବଂ କୋରାପୁଟରେ ଜଣେ ଲେଖାଏ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ହେଁ ସୁସ୍ଥ ହୋଇଛନ୍ତି। ନୟାଗଡ଼ରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri