ରାଜ୍ୟ

ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ଘଟଣା: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ଏମ୍‌ପି

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଫସି ରହିଛି। ଏହି ଟଙ୍କାକୁ ମୁକାଳିବା ପାଇଁ ବିଜେଡି ଏମ୍‌ପିମାନେ କେନ୍ଦ୍ର ଅଥର୍ର୍ମନ୍ତ୍ରୀ ନିର୍ମଳ ସୀତାରମନଙ୍କୁ ବୁଧବାର ସାକ୍ଷାତ କରିଛନ୍ତି। ରାଜ୍ୟସଭା ଏମ୍‌ପି ପ୍ରଶନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ଟିମ୍‌ ସୀତାରମଣଙ୍କୁ…

କରୋନା ଭୟ: ବାୟୋମେଟ୍ରିକ ବ୍ୟବହାର ନ କରିବାକୁ ବିଧାନସଭା କର୍ମଚାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): କରୋନା ଏକ ଭୟଙ୍କର ବ୍ୟାଧି ଭାବେ ସମଗ୍ର ବିଶ୍ୱକୁ କବଳିତ କରିଛି। ଭାରତରେ ମଧ୍ୟ ଏହା ଚିନ୍ତାର କାରଣ ପାଲଟିଛି। ଏହାର କୌଣସି ଔଷଧ ନ ଥିବାରୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏହାର ସତର୍କତାମୂଳକ ପଦକ୍ଷେପ ପାଇଁ…

ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରଖିବା ଘଟଣା: ବିଧାନସଭା ହୁଲୁସ୍ତୁଲୁ, ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୧୧।୩(ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍‌ ବ୍ୟାଙ୍କରେ ରଖିବାକୁ ନେଇ ବୁଧବାର ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଏଥିଯୋଗୁ ଅପରାହ୍ନ ୩ଟା ଯାଏ ଗୃହକାର୍ଯ୍ୟ ହୋଇପାରି ନାହିଁ। ଭାଜପା ପକ୍ଷରୁ ଏ ନେଇ ଏକ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା।…

ରାଜଧାନୀ ରାଜରାସ୍ତାରେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ବିଧା, ଗୋଇଠା ମାରିଲେ ଏକାଧିକ ଯୁବକ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ମହିଳା ଅସୁରକ୍ଷିତ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ରାଜରାସ୍ତାରେ। ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳରେ ବୁଧବାର ସବିତା ସେଠୀ ନାମ୍ନୀ ମହିଳାଙ୍କୁ ଏକାଧିକ ଯୁବକ ଗୋଡାଇ ଗୋଡାଇ ପିଟୁଛନ୍ତି। ଏହି ଦୃଶ୍ୟ୍ୟ ସିସିଟିଭି…

୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୧।୩: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧନରେ…

ଆମର ସଂଖ୍ୟା ହେଉନି, ଆମେ ଲଢ଼ିବୁନି: ପ୍ରଦୀପ୍ତ ନାୟକ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ରାଜ୍ୟ ସଭା ପ୍ରାର୍ଥୀ ନିମନ୍ତେ ବୁଧବାର ନାମାଙ୍କନ ଦାଖଲର ଶେଷ ଦିନ। ବିଜେଡି ପକ୍ଷରୁ ୪ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଭାଜପା ପ୍ରାର୍ଥୀ ଦେବନି ବୋଲି ଘୋଷଣା କରିଛି। ଏ ନେଇ ବିରୋଧୀ ଦଳ ନେତା…

ଚା’ପତି ବଦଳରେ କୀଟନାଶକ: ଚା’ ପିଇ ୧୧ ଗୁରୁତର

ଭୋଗରାଇ,୧୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ରଣସିଙ୍ଗପୁର ଗ୍ରାମର ଏକ ବିବାହ ଭୋଜିରେ ଚା’ ପିଇ ବୁଧବାର ୧୧ ଜଣ ଗୁରୁତର ହୋଇଛନ୍ତି l ସେମାନଙ୍କୁ ପ୍ରଥମେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ…

ରାଜ୍ୟସଭା ନିର୍ବାଚନ: ନବୀନଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କଲେ ବିଜେଡିର ୪ ପ୍ରାର୍ଥୀ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ବିଜେଡିର ୪ ପ୍ରାର୍ଥୀ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଧାନସଭା ସଚିବାଳୟ ପରିସରରେ ରାଜ୍ୟ ସଭା ରିଟର୍ନିଂ ଅଫିସରଙ୍କ ନିକଟରେ ୪ ପ୍ରାର୍ଥୀ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ…

ଚାଉଳ, ଗହମ ହେର୍‌ଫେର ମାମଲା: ସରପଞ୍ଚଙ୍କ ଗିରଫ ପ୍ରତିବାଦରେ ଭାଜପାର ଶୋଭାଯାତ୍ରା, ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୧୦ା୩(ଡି.ଏନ.ଏ)- ଚାଉଳ ଓ ଗହମ ହେର୍‌ଫେର ମାମଲାରେ ପୋଲିସ ଭଞ୍ଜନଗର ବ୍ଲକ ମୁଜାଗଡ଼ ସରପଞ୍ଚ ଶିବଶଙ୍କର ପ୍ରଧାନଙ୍କୁ ରବିବାର ଗିରଫ କରି କୋର୍ଟଚାଲାଣ କରିଥିଲା। ଏହାର ପ୍ରତିବାଦରେ ମଙ୍ଗଳବାର ଅପରାହ୍ନରେ ଭାଜପା ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ…

ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୧୦ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଯାଇଛି। ହୋଲି ସତ୍ତ୍ୱେ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ୧୧୩୨ ଜଣ ଶିଶୁଙ୍କ ମୁଣ୍ଡନ ହୋଇଛି। ମୁଣ୍ଡନ ଶାଳାରେ ନିୟୋଜିତ ବାରିକମାନେ…

ହୋଲିରେ ଅଘଟଣ: ଇନ୍ଦାବତୀରେ ଗାଧୋଇବା ବେଳେ ବୁଡ଼ିଯାଇ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ୩ ବନ୍ଧୁ

ନବରଙ୍ଗପୁର,୧୦।୩(ବି.ପ୍ର.): ନବରଙ୍ଗପୁର ସହର ଇନ୍ଦ୍ରାବତୀ ନଦୀରେ ବୁଡ଼ି ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଇଚ୍ଛାବତୀଗୁଡ଼ାର ଆଦିତ୍ୟ ନାୟକ(୨୫)। ହୋଲି ଖେଳ ସରିବା ପରେ ୪ଜଣ ସାଙ୍ଗ ନଦୀରେ ଗାଧୋଇବାକୁ ଯାଇଥିଲେ। ସେଠାରେ ସମସ୍ତେ ବୁଡ଼ି ଯାଇଥିଲେ। ହେଲେ…

ବାଲିଅନ୍ତା କେନାଲରେ ବୁଡ଼ି ମହିଳା ମୃତ, ହୋଲିରେ ମଦ ପିଇଥିବା ଯୋଗୁ ଅଘଟଣ ଘଟିଥିବା ନେଇ ଚର୍ଚ୍ଚା

ବାଲିଅନ୍ତା/ପୁରୁଣା ଭୁବନେଶ୍ୱର,୧୦।୩(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଧୀନ ରଙ୍ଗବଜାର ନିକଟରେ ପ୍ରବାହିତ ପୁରୀ ମୁଖ୍ୟ କେନାଲରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରୀନା ଗୋଚ୍ଛାୟତ(୪୨)। ମହିଳାଙ୍କ ପ୍ରକୃତ ଘର ତାଳଚେରର କଣିହାଁ ଅଞ୍ଚଳରେ। ସେ ଏଠାରେ ନିର୍ମାଣାଧୀନ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri