ରାଜ୍ୟ

କଟକ ଡାକ୍ତରଖାନାରେ ଚିକିତ୍ସା ସୁବିଧା ନ ପାଇ ଆଖି ବୁଜିଲେ ସମୀର

ଚିତ୍ରକୋଣ୍ଡା,୧୩ା୩(ଡି.ଏନ.ଏ.): ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ ଆରଏସସି-୧୪ ଗ୍ରାମର ସମୀର ଭତ୍ରାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି ଶୀର୍ଷକ ଖବର ଗତ ଫେବୃୟାରୀ ୨୧ରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ କରି ମାଲକାନଗିରି ଜିଲାପାଳଙ୍କୁ…

ବିବାହ ଶୋଭାଯାତ୍ରା ଅନୁମତି ରଦ୍ଦ: ଦେହ ଖରାପ ହେଲେ ଛୁଟିରେ ଯିବେ ପୋଲିସ କର୍ମଚାରୀ

ଭୁବନେଶ୍ୱର, ୧୩।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ବିବାହ ଉତ୍ସବ, ଶୋଭାଯାତ୍ରାକୁ ରଦ୍ଦ କରାଯାଇଛି। ଯେଉଁମାନେ ଅନୁମତି ନେଇଥିଲେ ସେସବୁକୁ ମଧ୍ୟ ରଦ୍ଦ କରାଯାଇଥିବା ଜଣାପଡ଼ିଛି। ଲୋକମାନଙ୍କୁ କୌଣସି ସ୍ଥାନରେ ଏକାଠି ହେବାକୁ ମଧ୍ୟ ମନା କରାଯାଇଥିବା ଶୁକ୍ରବାର…

କରୋନା ମୁକାବିଲା ପ୍ରସ୍ତୁତି: ଔଷଧ, ଷ୍ଟାଫ୍‌ ମାଗିଲା ଏସ୍‌ସିବି

କଟକ ଅଫିସ, ୧୩।୩: କରୋନା ମୁକାବିଲା ପାଇଁ କଟକ ଏସ୍‌ସିବି ମେଡିକାଲରେ ଏକ ସ୍ବତନ୍ତ୍ର ଓ୍ବାର୍ଡ ଗଠନ କରାଯାଇଛି। ଏହି ସ୍ବତନ୍ତ୍ର ଓ୍ବାର୍ଡ ପାଇଁ ଔଷଧ ଓ ଷ୍ଟାଫ୍‌ ଯୋଗାଇ ଦେବାକୁ ଏସ୍‌ସିବି ମେଡିକାଲ ଅଧିକ୍ଷକଙ୍କ ପକ୍ଷରୁ ଶୁକ୍ରବାର ଡିଏମ୍‌ଇଟିଙ୍କୁ ଏକ…

କରୋନା ମୁକାବିଲା ଲାଗି ସ୍ବାସ୍ଥ୍ୟ ବିଭାଗର ଗାଇଡ୍‌ଲାଇନ୍‌: ଆକ୍ରାନ୍ତ ଦେଶକୁ ଯାଇଥିଲେ ନିଜେ ସୂଚନା ଦେବାକୁ ନିର୍ଦ୍ଦେଶ, ନ ମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୩।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ରେଗୁଲେଶନ ଜାରି କରାଯାଇଛି। ଏହାନୁଯାୟୀ ସମସ୍ତ ସରକାରୀ, ଘରୋଇ ହସ୍ପିଟାଲରେ ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ। ଆସୁଥିବା ସମସ୍ତ ସନ୍ଦିଗ୍ଧଙ୍କ ସବୁପ୍ରକାର ତଥ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ରଖିବେ। ଆକ୍ରାନ୍ତ ଦେଶକୁ…

ୟେସ୍‌ ବ୍ୟାଙ୍କ ପ୍ରସଙ୍ଗରୁ ମୁକୁଳିବା ପାଇଁ କରୋନା ବାହାନା: ଭାଜପା

ଭୁବନେଶ୍ୱର,୧୩।୩(ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ଏବେ ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ବେଳେ ଏହାକୁ ମାର୍ଚ୍ଚ ୨୯ ଯାଏ ମୁଲତବୀ ଘୋଷଣା…

ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଡିପୋଜିଟ୍‌ ପ୍ରସଙ୍ଗ: ଗଠନ ହେଲା ଗୃହ କମିଟି

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଘରୋଇ ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ହୋଇଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀମାନେ କଡ଼ା ଭର୍ତ୍ସନା କରୁଥିବା ଦେଖାଯାଇଥିଲା। ତେବେ ଶୁକ୍ରବାର ଏହାକୁ…

କରୋନା ଭୟ: ମାର୍ଚ୍ଚ ୨୯ ଯାଏ ବିଧାନସଭା ମୁଲତବୀ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ଭାଇରସ୍‌ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଧାନସଭା ବଜେଟ ଅଧିବେଶନକୁ ମୁଲତବୀ କରାଯାଇଛି। ଆସନ୍ତା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ଘୋଷଣା କରାଯାଇଛି।…

ନୟାଗଡ଼ର କରୋନା ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ଭୁବନେଶ୍ୱର,୧୩।୩(ବ୍ୟୁରୋ): ନୟାଗଡ଼ର କରୋନା ସନ୍ଦିଗ୍ଧ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଗତ ୪ ଦିନ ହେବ ଥଣ୍ଡା ଏବଂ ଜ୍ୱର ହୋଇଛି। ଶୁକ୍ରବାର ସ୍ବାବ୍‌ ନମୁନା ପରୀକ୍ଷା ଲାଗି ଆର୍‌ଏମ୍‌ସିକୁ ପଠାଯାଇଛି।…

କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୩୧ ମାର୍ଚ୍ଚ ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ, ପରୀକ୍ଷା ଚାଲୁ ରହିବ

ଭୁବନେଶ୍ୱର,୧୩।୩(ବ୍ୟୁରୋ): କରୋନା ସଂକ୍ରମଣ ବିଶ୍ୱବାସୀଙ୍କ ନିଦ ହଜାଇ ସାରିଥିବା ବେଳେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କର୍ନାଟକର କଲ୍‌ବୁର୍ଗୀରେ କରୋନାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି।…

କରୋନା ‘ରାଜ୍ୟ ବିପର୍ଯ୍ୟୟ’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୩(ବ୍ୟୁରୋ): କରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିବା ବେଳେ ଭାରତରେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ରୋଗକୁ ନେଇ ସମସ୍ତଙ୍କୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଉଛି। ଏହି କ୍ରମରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ କରୋନା…

ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କାକୁ ନେଇ ବିଧାନସଭାରେ ହଟ୍ଟଗୋଳ: ୧୧ଟା ୩୦ ଯାଏ ଗୃହ ମୁଲତବୀ

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ରଖିବାକୁ ନେଇ ଶୁକ୍ରବାର ବିଧାନସଭାରେ ପୁଣି ହଟ୍ଟଗୋଳ ହୋଇଛି। ଭାଜପା ସଦସ୍ୟମାନେ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଜୋର୍‌ଦାର ଆକ୍ରମଣ କରିଛନ୍ତି। ମହାପ୍ରଭୁଙ୍କ ଟଙ୍କା ସୁରକ୍ଷିତଭାବେ ନ ଫେରିଲେ ଆମେ ଗୃହ…

ମାସେ ଭିତରେ ଘରୋଇ ବ୍ୟାଙ୍କରୁ ମହାପ୍ରଭୁଙ୍କ ଟଙ୍କା ଫେରୁ, ନଚେତ ବାଚସ୍ପତି ସମ୍ଭାଳି ପାରିବେନି: ସୁର

ଭୁବନେଶ୍ୱର,୧୩।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ(ସୁର) କୁମାର ରାଉତରାୟ ଶୁକ୍ରବାର ବର୍ଷିଛନ୍ତି। ବିଧାନସଭା ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସୁର କହିଛନ୍ତି, ଗୃହ କମିଟି ଗଠନ ହେଉ, ମାସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri