ଗୁରୁନାନକ ଜୟନ୍ତୀରେ ଯୋଗଦେଲେ ବାଚସ୍ପତି
ଭୁବନେଶ୍ୱର,୧୨।୧୧(ବ୍ୟୁରୋ)- ଓଡ଼ିିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ପଞ୍ଜାବର ସୁଲତାନପୁର ଲୋଧିଠାରେ ଗୁରୁନାନକଙ୍କ ୫୫୦ତମ ଜୟନ୍ତୀ (ପ୍ରକାଶ ପର୍ବ)ରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ଏହି ଉପଲକ୍ଷେ ଐତିହାସିକ ବେର୍ସାହିବ୍ ଗୁରୁଦ୍ୱାରଠାରେ ଆୟୋଜିତ ସଭାରେ ଯୋଗଦେଇ...
ବୁଧବାର ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ
ଭୁବନେଶ୍ୱର,୧୨।୧୧(ବ୍ୟୁରୋ)- ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଚଳିତ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ ଆଣିବାକୁ ଯାଉଛନ୍ତି। ଏହି ବଜେଟର ଆକାର ପ୍ରାୟ ୮୩୦୦ କୋଟି ଟଙ୍କା ରହିଥିବା ଜଣାପଡ଼ିଛି। ସାଧାରଣ ନିର୍ବାଚନ...
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଲଗାଇଲେ ନିଆଁ: ମାଛପଡ଼ା ଗ୍ରାମରେ ୨୧ ବଖରା ଭସ୍ମ; ୨ ଅଟକ, ପୋଲିସ ଆହତ
ଡେଲାଙ୍ଗ,୧୨ା୧୧(ଡି.ଏନ.ଏ.)- ଡେଲାଙ୍ଗ ଥାନା ଅଧୀନସ୍ଥ ଗୁଆଳିପଡା ପଞ୍ଚାୟତର ମାଛପଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ପରିବାର ବାସହରା ହେବା ସହ ୨୧ବଖରା ପୋଡି ପାଉଁଶ ହୋଇଯାଇଛି। ଖବରପାଇ ଡେଲାଙ୍ଗ...
ବୁଧବାର ବନକଲାଗି: ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ ଅଫିସ,୧୨ା୧୧: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା...
ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି, ଶୃଙ୍ଖଳିତ ଦର୍ଶନ
ପୁରୀ ଅଫିସ,୧୨ା୧୧: ଶ୍ରୀମନ୍ଦିରରେ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହୋଇଯାଇଛି। ସଅଳ ନୀତିକାନ୍ତି ଯୋଗୁ ଦର୍ଶନ ଶୃଙ୍ଖଳିତ ହୋଇଛି। ପ୍ରବଳ ଗହଳି ସତ୍ତ୍ବେ ଶ୍ରଦ୍ଧାଳୁମାନେ ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଛନ୍ତି। ସୋମବାର ରାତ୍ର ୧୨ଟାରେ...
କଦଳୀ ପଟୁଆ ଓ ସୋଲ ଡଙ୍ଗାରେ ଉଚ୍ଛୁଳିଲା ବେଳାଭୂମି, ପୁଷ୍କରିଣୀ
ପୁରୀ ଅଫିସ, ୧୨ା୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମଙ୍ଗଳବାର ଡଙ୍ଗା ଭସା ଏବଂ ଠାକୁରଙ୍କ ଦର୍ଶନ ସହ କାର୍ତ୍ତିକ ବ୍ରତ ଶେଷ କରିଛନ୍ତି ବ୍ରତଧାରୀ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଶ୍ରୀକ୍ଷେତ୍ରର ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଛନ୍ତି ଲୋକେ।...
ସ୍ନେହର ଲୁହରେ ଭିଜିଲା ହବିଷିଆଳି ଆଶ୍ରୟସ୍ଥଳୀ
ପୁରୀ ଅଫିସ,୧୨ା୧୧: ସରିଯାଇଛି ଧର୍ମ ମାସ କାର୍ତ୍ତିକ। ଏହି ପୁଣ୍ୟ ମାସର ପୂର୍ଣ୍ଣମୀ ତିଥିରେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ପବିତ୍ର ମହୋଦଧିରେ ଡଙ୍ଗା ଭସାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଏମାନଙ୍କ ମଧ୍ୟରେ ରହିଥିଲେ ହଜାର ହଜାର ହବିଷିଆଳି, ଯେଉଁମାନେ...
ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଡିଜିପି
ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖ ଅର୍ଥାତ୍ ବୁଧବାରରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏ ନେଇ ମଙ୍ଗଳବାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ବି.କେ. ଶର୍ମା। ଏହା ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ...
ଗାଁରେ ଉଚ୍ଚା ଘର ପାଇଁ ନେବାକୁ ପଡ଼ିବ ଅନୁମତି
ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଏଣିକି ସହରପରି ଗାଁରେ ମନଇଚ୍ଛା ଘର କରିହେବ ନାହିଁ। ସେଥିପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଗେଜେଟରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମଙ୍ଗଳବାର ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା ଏହି...
ଚିକିତ୍ସା ପାଇଁ ଡାକ୍ତରଖାନା ନେବାରେ ବିଳମ୍ବ: ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯବାନ
ଭୁବନେଶ୍ୱର,୧୨।୧୧:(ବ୍ୟୁରୋ): ରାଜ୍ୟକୁ ସୁରକ୍ଷା ଦେଉଥିବା ଜଣେ ଯବାନ ଏବେ ଅସୁରକ୍ଷିତ। ବ୍ରେନ୍ ଷ୍ଟ୍ରୋକ୍ର ଶିକାର ହୋଇଥିବା ଯବାନ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ଠିକ୍ ସମୟରେ ମେଡିକାଲ ନିଆ ନ ଯିବାରୁ ତାଙ୍କ ଜୀବନ ଏବେ ବିପଦରେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ...
ଓଡ଼ିଶା ଫେଷ୍ଟରେ ସୁଦାମଙ୍କ ବାଲୁକା କଳା
ପୁରୀ ଅଫିସ, ୧୨।୧୧: ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ମୁମ୍ବାଇରେ ଆୟୋଜିତ ଓଡ଼ିଶା ଫେଷ୍ଟରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ବାଲୁକା କଳା ଏବଂ ସ୍ୟାଣ୍ଡ ଆନିମେଶନ ପ୍ରଦର୍ଶନ କରିଥିଲେ। ଗତ ୮, ୯ ଓ ୧୦ ତାରିଖ ତିନିଦିନ...
୨୦ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା
କଟକ ଅଫିସ, ୧୨।୧୧:୨୦ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନା ବାବଦ ଟଙ୍କା ଯାଇଛି। ଏମାନଙ୍କୁ କିଏ ହିତାଧିକାରୀ ଚିହ୍ନଟ କଲା ଓ ଏହି ଅଯୋଗ୍ୟଙ୍କୁ ସହାୟତା ଯୋଗାଇବା ପାଇଁ କିଏ ସୁପାରିସ କଲା ତାହା ଏବେ ଅନ୍ଧାରରେ।...
Archives


