ବୁଧବାର ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ)- ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଚଳିତ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ ଆଣିବାକୁ ଯାଉଛନ୍ତି। ଏହି ବଜେଟର ଆକାର ପ୍ରାୟ ୮୩୦୦ କୋଟି ଟଙ୍କା ରହିଥିବା ଜଣାପଡ଼ିଛି। ସାଧାରଣ ନିର୍ବାଚନ ପରେ ଏହା ଦ୍ୱିତୀୟ ଅଧିବେଶନ। ପୂର୍ବାପେକ୍ଷା ବିରୋଧୀ ଦଳ ଭାଜପାର ସଂଖ୍ୟା ବୃଦ୍ଧି ପାଇଛି। ସଂଖ୍ୟା ଦୃଷ୍ଟିରୁ କମ୍‌ ହୋଇଥିଲେ ମଧ୍ୟ କଂଗ୍ରେସ ଗୃହ ଭିତରେ ପ୍ରଭାବୀ ପ୍ରଦର୍ଶନ କରୁଛି। ତେଣୁ ବିରୋଧୀଙ୍କ କିପରି ସଫଳ ମୁକାବିଲା କରାଯିବ, ସେ ନେଇ ପୂର୍ବାହ୍ନ ୧୦ଟାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ବିଧାୟକ ଦଳ ନେତା ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷତା କରିବେ।

ନିକଟରେ ଯାଜପୁର ଜିଲା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଉଭୟ ଭାଜପା ଏବଂ କଂଗ୍ରେସ ବିଧାନସଭାରେ ଉଠାଇବେ। ଭାଜପା ଏହି ପ୍ରସଙ୍ଗରେ ବିଧାନସଭା ଚଳାଇଦେବ ନାହିଁ ବୋଲି ପୂର୍ବରୁ କହିସାରିଛି। କଂଗ୍ରେସ ମଧ୍ୟ ଏହାକୁ ଆୟୁଧ କରି ଶାସକ ଦଳକୁ ଘେରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି। ତେଣୁ ଏହି ପ୍ରସଙ୍ଗକୁ ବିଜେଡି କିପରି ମୁକାବିଲା କରିପାରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

ଭାଜପା ପ୍ରାର୍ଥୀ ତାଲିକା: ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ

କରିଛି। ରାଉଲକେଲାରୁ ଭାଜପା ଦିଲ୍ଲୀପ ରାୟଙ୍କୁ ଟିକେଟ୍‌ ଦେଇଛି। ଦିଲ୍ଲୀପ ରାୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍‌ ଦେଇଛି।...

ଘୋଷଣା ହେଲା ଭାଜପା ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ ପାଇଲେ ଟିକେଟ୍‌

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଉଲକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ। ସେହିପରି ପାଟଣାରୁ ଅଖିଲ ଚନ୍ଦ୍ର...

ଯାଜପୁର ବସ୍‌ ଦୁର୍ଘଟଣାର କାରଣ ଜଣାପଡିଲା: ଏମିତି ହୋଇଥିଲା ଦୁର୍ଘଟଣା

ଭୁବନେଶ୍ୱର,୧୫ା୪: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକ ନିକଟ ଓଭରବ୍ରିଜ୍‌ରୁ ‘କାଳିଆନନା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌...

ମରୀଚି କୁଣ୍ଡ ପାଣି ନିଲାମ: ଏତିକି ଟଙ୍କା ଦେଇ ପ୍ରଥମ ଗରାପାଣି କିଣିଲେ ଏହି ମହିଳା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ସୋମବାର ବିଳମ୍ବିତ ରାତିରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri