ବରୁଣେଇରେ ଧର୍ମେନ୍ଦ୍ର, ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କଲେ
ଖୋର୍ଦ୍ଧା ଅଫିସ,୭।୧୨: ବରୁଣେଇରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ପୂର୍ବରୁ ଶନିବାର ସେ ପ୍ରସ୍ତୁତିର ସମୀକ୍ଷା କରିଥିବା ସୂଚନା ମିଳିଛି। ପ୍ରକାଶଯୋଗ୍ୟ, ସନ୍ଧ୍ୟାରେ ରାଷ୍ଟ୍ରପତି ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାଜଭବନ ଯାଇ ରାତ୍ରିଯାପନ କରିବେ।...
ନିଶାରେ ଛାତ୍ରୀଛାତ୍ରଙ୍କୁ ରାସ୍ତାରେ ଆଣ୍ଠେଇବା ଘଟଣା: ବହିଷ୍କାର ପରେ ଗିରଫ ହେଲେ ଅଭିଯୁକ୍ତ ଶିକ୍ଷକ
ଯାଜପୁର ଅଫିସ,୭।୧୨: ନିଶାସକ୍ତ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ରାସ୍ତା ମଝିରେ ଆଣ୍ଠେଇବା ଘଟଣାରେ ଗଣଶିକ୍ଷକ ମକରନ୍ଦ ମହାନ୍ତଙ୍କୁ ଗିରଫ ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ପ୍ରକାଶଯୋଗ୍ୟ, ଗଣଶିକ୍ଷକ ମହାନ୍ତ ପ୍ରାୟ ଶିକ୍ଷା ଦିବସରେ ନିଶାସକ୍ତ ହୋଇ ସ୍କୁଲକୁ...
ଓଭରଲୋଡିଂ ଯୋଗୁ ଓଲଟିଲା ସ୍କୁଲ ଅଟୋ: ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ମୃତ, ୩ ଗୁରୁତର; ଗାଡ଼ିକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
ପଟ୍ଟାମୁଣ୍ଡାଇ,୭।୧୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗରା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ସ୍କୁଲ ଅଟୋ ଓଲଟିପଡ଼ିବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗରା ଗାଁର ଦ୍ୱିତୀୟ ଶ୍ରେଣୀ ଛାତ୍ରୀ...
କେନ୍ଦ୍ରୀୟ ବିଦ୍ୟାଳୟ ଛାତ ଉପରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା: କର୍ତ୍ତୃପକ୍ଷଙ୍କ ଅଫିସ ଘେରାଉ କଲେ ଅଭିଭାବକ
ଭୁବନେଶ୍ୱର,୭।୧୨(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନ ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ଶନିବାର ଅଭିଭାବକମାନେ ଡେପୁଟି କମିଶନରଙ୍କ ଅଫିସ ଘେରାଉ କରିଛନ୍ତି। ପିଲାଙ୍କୁ ସ୍କୁଲରେ ମାନସିକ ନିର୍ଯାତନା ଦିଆଯାଉଥିବା ସେମାନେ ଅଭିଯୋଗ କରିବା ସହ...
ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬.୫ ରେକର୍ଡ: ବଢ଼ୁଛି ଶୀତ, ଜନଜୀବନ ଅସ୍ତବ୍ୟସ୍ତ
ଦାରିଙ୍ଗବାଡ଼ି,୭।୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ଶୀତ ଆହୁରି ଅଧିକ ବଢ଼ିବା ସହ ତାପମାତ୍ରା ହ୍ରାସ ପାଇଛି। ସକାଳ ୮ଟା ସୁଦ୍ଧା ପାରଦ ୬.୫ ଡିଗ୍ରୀକୁ ଖସିଛି। ଶୁକ୍ରବାର ଉକ୍ତ ଅଞ୍ଚଳରେ ପାରଦ ୭ ଡିଗ୍ରୀ ରହିଥିଲା,...
ଚାକିରି କରାଇଦେବା ନାଁରେ ୭୦ ଲକ୍ଷ ଠକେଇ କରି ମହିଳା ଫେରାର, ଟାଉନ୍ ଥାନାରେ ମାମଲା ରୁଜୁ
ବଲାଙ୍ଗୀର ଅଫିସ,୭।୧୨: ବଲାଙ୍ଗୀର ସହରରେ ଘର ଭଡ଼ା ନେଇ ରହୁଥିବା ଯାଜପୁର ଜିଲାର ଜଣେ ମହିଳା ଚାକିରି କରାଇଦେବା ନାଁରେ ପ୍ରାୟ ୭୦ ଲକ୍ଷ ଟଙ୍କା ଠକେଇ କରି ଫେରାର ହୋଇଯାଇଥିବା ଶନିବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ବଲାଙ୍ଗୀର...
ପିସିସି ସଭାପତି ପରିବର୍ତ୍ତନକୁ ନେଇ ଧାଁଦୌଡ଼
ଭୁବନେଶ୍ୱର, ୭।୧୨(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ୱଶୂନ୍ୟ କରିବା ଲାଗି ଦଳ ଭିତରେ କନ୍ଦଳ ଉଗ୍ରରୂପ ନେଲାଣି। ନିରଞ୍ଜନଙ୍କ ବିରୋଧରେ ଗୋଟିଏ ଗୋଷ୍ଠୀ ପୂରା ଦମ୍ରେ ଲାଗିପଡିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦଳଦଳ ହୋଇ...
୨୦ ଖଣି ପାଇଁ ସାନି ଟେଣ୍ଡର ବିଜ୍ଞପ୍ତି ଜାରି କଲେ ସରକାର
ଭୁବନେଶ୍ୱର, ୭।୧୨(ବ୍ୟୁରୋ): ରାଜ୍ୟ ସରକାର ୨୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏ ନେଇ ଶୁକ୍ରବାର ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୧୨ ଲୁହାପଥର, ୨ ମାଙ୍ଗାନିଜ୍ ଓ...
ଲାପ୍ଟପ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର, ୭।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧୦ ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍ଟପ୍ ପ୍ରଦାନ କରିଛନ୍ତି। ଏହି ସମସ୍ତ ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା...
ସତ୍ୟ ଜାଣିବାର ଶକ୍ତି ରାଧାନାଥଙ୍କର ଥିଲା: ତଥାଗତ
କଟକ ଅଫିସ, ୭।୧୨: କେଉଁଟା ସତ କେଉଁଟା ମିଛ ତାହା ଜାଣିବାର ଶକ୍ତି ରାଧାନାଥ ରଥଙ୍କ ପାଖରେ ଥିଲା। ସେ ଜଣେ ବ୍ୟକ୍ତି ନ ଥିଲେ, ସେ ଥିଲେ ଏକ ଅନୁଷ୍ଠାନ। ସମାଜର ଚିନ୍ତାଧାରା ରାଧାନାଥଙ୍କଠାରୁ ହିଁ ଆରମ୍ଭ ହୋଇଥିଲା।...
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି
ଭୁବନେଶ୍ୱର, ୭।୧୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାରଠାରୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶନିବାର ସା ୭ଟା ୩୦ରେ ସେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ବେ। ସେଠାରୁ ସିଧାସଳଖ ରାଜଭବନ ଯାଇ ରାତ୍ରିଯାପନ କରିବେ। ରବିବାର ପୂର୍ବାହ୍ନ ୯ଟା...
ମିଳିଲାନି ନ୍ୟାୟ, ନ ଥିଲା ବିଭାଗୀୟ ସହଯୋଗ: ଶେଷରେ ଆଖିବୁଜିଲେ ଯବାନ କୃଷ୍ଣଚନ୍ଦ୍ର
ଭୁବନେଶ୍ୱର, ୭।୧୨(ବ୍ୟୁରୋ): ମିଳିଲାନି ନ୍ୟାୟ, ନ ଥିଲା ବିଭାଗୀୟ ସହଯୋଗ। ଶେଷରେ ବ୍ରେନ୍ ଷ୍ଟ୍ରୋକ୍ରେ ଶିକାର ହୋଇ କଟକ ବଡ଼ ମେଡିକାଲର ସେଣ୍ଟ୍ରାଲ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଯବାନ କୃଷ୍ଣଚନ୍ଦ୍ର ମଲ୍ଲିକ ଆଖିବୁଜିଛନ୍ତି। ପୁଅର ଚିକିତ୍ସା ପାଇଁ...
Archives


