ପ୍ରଥମ ବର୍ଷ ଯୁକ୍ତ ୨ ପରୀକ୍ଷା କଡ଼ାକଡ଼ି ପ୍ରସଙ୍ଗ: ବିରୋଧ ପରେ ମନ୍ତ୍ରୀ କହିଲେ ‘ବିଚାର କରାଯିବ’
ଭୁବନେଶ୍ୱର,୨୧।୧(ବ୍ୟୁରୋ): ଯୁକ୍ତ ୨ ପ୍ରଥମବର୍ଷ ପରୀକ୍ଷା କଡ଼ାକଡ଼ି କରାଯିବାକୁ ଛାତ୍ରୀଛାତ୍ରମାନେ ବିରୋଧ କରିବା ପରେ ସରକାର ନରମିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ଆଶ୍ୱାସନା ଦେଇ କହିଛନ୍ତି, ପିଲାମାନଙ୍କୁ ଫେଲ କରିବା ସରକାରଙ୍କ ଉଦ୍ଦେଶ୍ୟ...
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବରଗଡ଼ରେ ହେବ କ୍ୟାନ୍ସର ହସ୍ପିଟାଲ
ବରଗଡ ଅଫିସ,୨୧।୧- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବରଗଡ ଗସ୍ତରେ ଆସି ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା(ଖେଦାପାଲି) ନିକଟରେ ନିର୍ମିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା, ବିଜ୍ଞାନ କେନ୍ଦ୍ର ଉଦଘାଟନ କରିଛନ୍ତି। ଏହାସହିତ ଜିଲାର ଅନ୍ୟ କେତେକ ପ୍ରକଳ୍ପର ଉଦଘାଟନ...
ବିଦ୍ୟୁତ୍ ବିଲ୍ ଦେଇଥିବା ଭିକ୍ଷୁକଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ ଅଫିସ୍,୨୧।୧: ବକେୟା ବିଦ୍ୟୁତ୍ ବିଲ୍ ପଇଠ କରି ନ ଥିବା ଉପଭୋକ୍ତା ଉପରେ ସେସୁ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବିଦ୍ୟୁତ ବିଲ୍ ପଇଠ ଲାଗି ସେସୁ କାର୍ଯ୍ୟାଳୟରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ବିଲ୍ ପଇଠ କରି...
ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି: ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସମ୍ପାଦନା କରାଯାଉ
ଭୁବନେଶ୍ୱର,୨୧।୧(ବ୍ୟୁରୋ): ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସମ୍ପାଦନା କରାଯିବା ନିମନ୍ତେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ସର୍ବଶକ୍ତିମାନ...
ଚେନ୍ ଛିଣ୍ଡାଇ ଟ୍ରକ୍ ଭାଙ୍ଗିଲା ନରହନ୍ତା ଦନ୍ତା: କପିଳାସ ପଠାଇ ପାରିଲାନି ବନ ବିଭାଗ
ତାଳଚେର,୨୧।୧(ନି.ପ୍ର.): ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ କପିଳାସ ଚିଡ଼ିଆଖାନା ପଠାଇବାକୁ ବନ ବିଭାଗ ସଫଳ ହୋଇପାରି ନାହିଁ। ହାତୀକୁ କପିଳାସ ନେବା ପାଇଁ ଟ୍ରକ୍ରେ ଚଢ଼ାଯାଇଥିଲେ ମଧ୍ୟ ସେ ଚେନ୍ ଛିଣ୍ଡାଇ...
ଏସ୍ସିବି ପ୍ରସୂତି ରୋଗ ବିଭାଗ ହେବ ସେଣ୍ଟର ଅଫ ଏକ୍ସିଲେନ୍ସ
କଟକ ଅଫିସ, ୨୧। ୧: ଏସ୍ସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଉତ୍କର୍ଷ ପ୍ରତିଷ୍ଠାନ ବା ସେଣ୍ଟର ଅଫ ଏକ୍ସିଲେନ୍ସ ମାନ୍ୟତା ପାଇବ। ୨୧୦ ବେଡ୍ ବିଶିଷ୍ଟ ଏହି ବିଭାଗରେ ଏବେ ବିଇଏମ୍ଓସି, ଇଏମ୍ଓସି, ଦକ୍ଷତା, ନବଜାତ...
ଏସୀୟ ରାଷ୍ଟ୍ରରେ ହେବ ଓଡ଼ିଶା ପର୍ଯ୍ୟଟନର ପ୍ରଚାର
ଭୁବନେଶ୍ୱର,୨୧। ୧(ବ୍ୟୁରୋ): ୨୦୨୨ ସୁଦ୍ଧା ୨କୋଟି ୫୦ଲକ୍ଷ ପର୍ଯ୍ୟଟକଙ୍କୁ ଓଡ଼ିଶା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ପର୍ଯ୍ୟଟନ ଶିଳ୍ପରେ ହେଉଥିବା ପୁଞ୍ଜି ବିନିଯୋଗକୁ ଦୃଷ୍ଟିରେ ରଖି ସେହି ଅନୁଯାୟୀ ଉଭୟ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି...
ଜେଇଇ ମେନ୍ରେ ଉଜ୍ଜ୍ୱଳଙ୍କ ସଫଳତା ରଖିଛନ୍ତି ୯୯. ୯୯ ପ୍ରତିଶତ
ଭୁବନେଶ୍ୱର, ୨୧।୧(ବ୍ୟୁରୋ): ନିକଟରେ ପ୍ରକାଶ ପାଇଥିବା ଜେଇଇ ମେନ୍ ପରୀକ୍ଷାରେ ୯୯.୯୯ ପ୍ରତିଶତ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ଓଡ଼ିଶାର ଉଜ୍ଜ୍ୱଳ ଜ୍ୟୋତି ପଣ୍ଡା। ଶତ ପ୍ରତିଶତ ମାର୍କ ରଖିଥିବା ୯ ଛାତ୍ରୀଛାତ୍ରଙ୍କୁ ବାଦ୍ ଦେଲେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର...
ଏକ ନମ୍ବର ମାର୍କେଟ୍ ବାହାରେ ପାର୍କିଂ ମନା
ଭୁବନେଶ୍ୱର,୨୧।୧(ବ୍ୟୁରୋ): ରାଜଧାନୀର ଏକ ନମ୍ବର ହାଟ ବାହାରେ ଏକାଧିକ ଗାଡି ପାର୍କିଂ କରାଯାଉଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଏବଂ ଟ୍ରାଫିକ ପୋଲିସର ମିଳିତ ଉଦ୍ୟମରେ ଏହି ସମସ୍ୟାର ସମାଧାନ ବାଟ ବାହାର କରାଯାଇଛି। ଏକ...
ସିଏଏ ପ୍ରଚାରରେ ଆଜି ଓଡ଼ିଶା ଆସିବେ ରୂପା ଗାଙ୍ଗୁଲି
ଭୁବନେଶ୍ୱର, ୨୧।୧(ବ୍ୟୁରୋ): ରାଜ୍ୟ ସଭା ଏମ୍ପି ରୂପା ଗାଙ୍ଗୁଲୀ ମଙ୍ଗଳବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ସକାଳ ୧୦ଟାରେ ପହଞ୍ଚି ହେଲିକପ୍ଟର ଯୋଗେ ଗାଙ୍ଗୁଲି ନବରଙ୍ଗପୁର ଜିଲା ରାଇଘର ଗସ୍ତ କରିବେ । ରାଇଘର ମିନି...
‘ପୁରୁଣା ମାଷ୍ଟରପ୍ଲାନ୍ ଦେଖି କମିଟି ନିରାଶ’
ଭୁବନେଶ୍ୱର, ୨୧। ୧ (ବ୍ୟୁରୋ): ଭୁବନେଶ୍ୱର ଡ୍ରେନେଜ୍ ବ୍ୟବସ୍ଥାରେ ବହୁତ ସୁଧାର ଆସିଛି। ପୂର୍ବାପେକ୍ଷା ଏବେ ଅନେକ ପରିବର୍ତ୍ତନ କରାଯାଇଛି। କୃତ୍ରିମ ବନ୍ୟାସ୍ଥିତି ଉପୁଜୁଥିବା ୫୯ଟି ସ୍ଥାନ ହ୍ରାସ ପାଇ ଏବେ ୩୭ରେ ପହଞ୍ଚିଛି। ବହୁ ସମ୍ବେଦନଶୀଳ ଅଞ୍ଚଳରେ ନିୟମିତ...
ଶ୍ରୀଲିଙ୍ଗରାଜ କ୍ଷେତ୍ରରେ ନିର୍ମାଣ, ଖନନ ବାଧାପ୍ରାପ୍ତ:ଆମସାର ଆକ୍ଟ ଲାଗୁ ନେଇ ଏଏସ୍ଆଇ ଅଧିକାରୀଙ୍କ ଚେତାବନୀ
ପୁରୁଣା ଭୁବନେଶ୍ୱର, ୨୧। ୧ (ଡି.ଏନ.ଏ.): ଏକାମ୍ର ଶ୍ରୀଲିଙ୍ଗରାଜ କ୍ଷେତ୍ରରେ ପୁରୀ ଭଳି ବିକାଶ କରିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପରେ ସଚିବ ସ୍ତରୀୟ ଅଫିସର ଉଦ୍ୟମ କରିଥିଲେ। ବିକାଶ ଲାଗି ବିଏମ୍ସି, ପୂର୍ତ୍ତ ବିଭାଗ ଓ...
Archives


