ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ପ୍ଳାବିତ ହେବ ୬୦ ହଜାର ହେକ୍ଟର ଚାଷ ଜମି
ଆନନ୍ଦପୁର, ୩୧।୧(ସ୍ବ.ପ୍ର.)-ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନନ୍ଦପୁର ଗସ୍ତକରି ବହୁ ପ୍ରତିକ୍ଷୀତ ଆନନ୍ଦପୁର ବ୍ୟାରେଜର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଆନନ୍ଦପୁରର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାପିଠର ପ୍ଲାଟିନମ୍...
ଏବେ କାର୍ଯ୍ୟକାଳ ସରୁଥିବା ସମବାୟ ସମିତିଗୁଡ଼ିକରେ ନିର୍ବାଚନ ହେବନାହିଁ: ମନ୍ତ୍ରୀ
ଭୁବନେଶ୍ୱର,୩୧।୧(ବ୍ୟୁରୋ): କାର୍ଯ୍ୟକାଳ ସରୁଥିବା ସମବାୟ ସମିତିଗୁଡ଼ିକରେ ଏବେ ନିର୍ବାଚନ ହେବନାହିଁ। କାର୍ଯ୍ୟକାଳ ସମାପ୍ତ ହେଉଥିବା ସମବାୟ ସମିତି ଦାୟିତ୍ୱରେ ଅଫିସର ରହିବେ ବୋଲି ଶୁକ୍ରବାର ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସୂଚନା ଦେଇଛନ୍ତି। ଏହାଛଡ଼ା ଅନିୟମିତତା ଅଭିଯୋଗ ଆସିଥିବା...
ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ ନେଇ ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ୱର,୩୧।୧(ବ୍ୟୁରୋ): ନୀତି ଆୟୋଗ ଢାଞ୍ଚାରେ ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରସ୍ତାବ ଯାଇଛି, ନିର୍ଦ୍ଦେଶକୁ ଅପେକ୍ଷା ରହିଛି। ଅନ୍ୟ...
ଉଫୁଲା ମଣ୍ଡିରେ ପଡ଼ି ରହିଛି ଧାନ: ପ୍ରତିବାଦରେ ବୀରମହାରାଜପୁର-ସୋନପୁର ରାସ୍ତା ଅବରୋଧ କଲେ ଚାଷୀ
ଅମରପାଲି,୩୧।୧(ଡି.ଏନ୍.ଏ.): ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ମଣ୍ଡିରୁ ଧାନ ଉଠୁ ନ ଥିବା ପ୍ରତିବାଦରେ ଚାଷୀମାନେ ଶୁକ୍ରବାର ଧାରଣାକୁ ଓହ୍ଲାଇଛନ୍ତି। ସେମାନେ ବୀରମହାରାଜପୁର-ସୋନପୁର ମୁଖ୍ୟରାସ୍ତାର ଉଫୁଲାଠାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ଖବରପାଇ ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି...
୧ରେ ଓଡ଼ିଶା ଆସିବେ ଆନ୍ଧ୍ର ରାଜ୍ୟପାଳ
ଭୁବନେଶ୍ୱର,୩୧।୧(ବ୍ୟୁରୋ): ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସନ୍ତା ୧ତାରିଖରେ ଓଡ଼ିଶା ଗସ୍ତରେ ଯିବାକୁ ଥିବାବେଳେ ୨ରେ କୋଲକାତାରେ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ୧ତାରିଖ ଦିନ ଅପରାହ୍ନ ୪ଟା ସମୟରେ ଭୁବନେଶ୍ୱର...
ବାଂଲାଦେଶୀ ଯୁବତୀଙ୍କୁ ଓଡ଼ିଶା ଚାଲାଣ ମାମଲା: କିଙ୍ଗ୍ପିନ୍ ଅଞ୍ଜଳି, ଇବ୍ରାହିମ୍ଙ୍କୁ ମିଳିଲା ରିମାଣ୍ଡ
ଭୁବନେଶ୍ୱର,୩୧।୧(ବ୍ୟୁରୋ): ବାଂଲାଦେଶରୁ ଓଡ଼ିିଶାକୁ ଯୁବତୀ ଚାଲାଣ ର଼୍ୟାକେଟର ମୂଳ ଚେରକୁ ଖୋଜୁଛି ଏସ୍ଟିଏଫ୍। ଏହି ର଼୍ୟାକେଟ ପଛରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବା ପାଇଁ ଏସ୍ଟିଏଫ୍ କିଙ୍ଗପିନ୍ ଅଞ୍ଜଳି ଦିଦି ଏବଂ ଇବ୍ରାହିମ୍ଙ୍କୁ ୨ଦିନିଆ ରିମାଣ୍ଡରେ ନେବ। ଏସ୍ଟିଏଫ୍...
ଆଜି ମାଘ ଷଷ୍ଠୀ : ସ୍ନାନମଣ୍ଡପକୁ ବିଜେ ହେବେ ୩ ମହାଦେବ
କୋଣାର୍କ,୩୧।୧(ଡି.ଏନ୍.ଏ.): ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ନିମନ୍ତେ ପୁରୀ ଜିଲା ପ୍ରଶାସନ ଓ କୋଣାର୍କ ଏନ୍ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଶ୍ରଦ୍ଧାଳୁଙ୍କ ସ୍ନାନ ନିମନ୍ତେ ଡ୍ରେନେଜ ବିଭାଗ ପକ୍ଷରୁ ତୀର୍ଥ ପୁଷ୍କରିଣୀ ଖନନ କରାଯିବା ସହ ବ୍ଲିଚିଂ...
ଶିକ୍ଷା ବିଭାଗର ନିଷ୍ପତ୍ତିକୁ ଓଷ୍ଟାର ବିରୋଧ
ଭୁବନେଶ୍ୱର,୩୧।୧(ବ୍ୟୁରୋ): ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ରାଜ୍ୟ ସରକାର ଦେଇଥିବା ପ୍ରେସ୍ ଇସ୍ତାହାରକୁ ବିରୋଧ କରାଯାଇଛି। ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, ସରକାର ଶିକ୍ଷକ ‘ମୁତୟନ’ ମାନସିକତାରୁ ଓହରି ଶୂନ୍ୟ ପଡ଼ିଥିବା ପଦବୀରେ...
ବଦଳି ନିୟମ କାର୍ଯ୍ୟକାରୀ କରିବାକୁ ଦାବି
ଭୁବନେଶ୍ୱର,୩୧।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ କ୍ଷେତ୍ରରେ ବଦଳି ନୀତି ଲାଗୁ ହୋଇଥାଏ। ସର୍ବୋଚ୍ଚ ପ୍ରଶାସନ ଏବଂ ଅନ୍ୟ ପେସାଗତ ବୃତ୍ତିରେ ଏହା ନିୟମିତ ରୂପେ ହୋଇଥାଏ। ହେଲେ ସଚିବାଳୟ କର୍ମଚାରୀଙ୍କ କ୍ଷେତ୍ରରେ ଏହା ଠିକ୍ ଭାବେ ନିୟମିତ...
ରସିଦ୍ ସ୍କୁଲ, ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ
ଭୁବନେଶ୍ୱର,୩୧।୧(ବ୍ୟୁରୋ): ୨୦୦୭ ବ୍ୟାଚ୍ର ଆଇଏଏସ୍ ଅଫିସର ରସିଦ୍ ଖାନ ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ରସିଦ୍ ବର୍ତ୍ତମାନ ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।...
୫୦ ଚେକ୍ ଡ୍ୟାମ୍ ନିର୍ମାଣ ହେବ
ଭୁବନେଶ୍ୱର,୩୧।୧(ବ୍ୟୁରୋ): ଚାଷଜମିକୁ ପର୍ଯ୍ୟାପ୍ତ ଜଳସେଚନ ପାଇଁ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ୫୦ଟି ଚେକ୍ ଡ୍ୟାମ୍ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ନିକଟରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି...
ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ
ପୁରୀ ଅଫିସ,୩୧।୧: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ଗୁରୁବାର ରଥକାଠ ଅନୁକୂଳ ହୋଇଛି। ଠିକ୍ ଏହିଦିନ ଇସ୍କନ ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ହୋଇଛି ରଥଯାତ୍ରା। ଏହି ଅଦିନିଆ ରଥଯାତ୍ରାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସମସ୍ତେ...
Archives


