ହୋମ୍ କ୍ବାରାଣ୍ଟାଇନ୍ ନିୟମ ଉଲ୍ଲଂଘନ: ୩ ବିଦେଶ ଫେରନ୍ତାଙ୍କ ନାଁରେ ମାମଲା
କଟକ ଅଫିସ/ଭୁବନେଶ୍ୱର,୨୩।୩(ବ୍ୟୁରୋ): ହୋମ୍ କ୍ବାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କରି ବଜାରରେ ବୁଲୁଥିଲେ ଜଣେ ବିଦେଶ ଫେରନ୍ତା। ଏ ନେଇ ପୁରୀଘାଟ ଥାନାରେ ଏତଲା ଦିଆଯିବା ପରେ ପୋଲିସ ଏକ ମାମଲା(ନଂ.୬୫/୨୦) ରୁଜୁ କରିଛି। ପୋଲିସ ସୂଚନା ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତି...
କରୋନା ମୁକାବିଲା ପ୍ରସ୍ତୁତି: ରାଜ୍ୟ ବାହାର ଫେରନ୍ତାଙ୍କ ସୂଚନା ପାଉନି ସ୍ବାସ୍ଥ୍ୟ ବିଭାଗ
କଟକ ସଦର,୨୩।୩(ଡି.ଏନ୍.ଏ.): କରୋନା ମୁକାବିଲା ପାଇଁ କଟକ ସଦର ବ୍ଲକ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ବ୍ଲକ ଅଧୀନ ୨୩ଟି ପଞ୍ଚାୟତର ପ୍ରମୁଖ ବିଦ୍ୟାଳୟରେ ଅସ୍ଥାୟୀ ଭାବେ ସ୍ବାସ୍ଥ୍ୟକ୍ୟାମ୍ପ ଖୋଲିବା...
୨୯ ଯାଏ ଲକ୍ଡାଉନ୍: ସରକାରୀ କର୍ମଚାରୀଙ୍କ ପାଇଁ ପୁନଃ ଗାଇଡ୍ଲାଇନ୍; ଜାଣନ୍ତୁ କିଏ ଆସିବେ, କିଏ ଆସିବେନି ଅଫିସ
ଭୁବନେଶ୍ୱର,୨୨।୩(ବ୍ୟୁରୋ): ଦେଶରେ ଘାତକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଓଡ଼ିଶାରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ରବିବାରଠାରୁ ଆସନ୍ତା ୨୯...
ପୌରାଞ୍ଚଳରେ କରୋନା ମୁକାବିଲା: ରାଜ୍ୟ ସରକାରଙ୍କ ପକ୍ଷରୁ ୨୧ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର,୨୨।୩(ବ୍ୟୁରୋ): ପୌରାଞ୍ଚଳରେ କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ୨୧ କୋଟି ୧୦ଲକ୍ଷ ଚଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏ ନେଇ ସହରାଞ୍ଚଳ ଉନ୍ନୟନ ସଂସ୍ଥା(ସୁଡା)କୁ ଅବଗତ କରି ତୁରନ୍ତ ଟଙ୍କା ପ୍ରଦାନ...
ଆଜିଠାରୁ ବାହାର ରାଜ୍ୟକୁ ଗଡ଼ିବନି ବସ୍
ଭୁବନେଶ୍ୱର,୨୨।୩(ବ୍ୟୁରୋ): ରବିବାରଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ। ରାଜ୍ୟରୁ କୌଣସି ବସ୍ ଅନ୍ୟ ରାଜ୍ୟକୁ ଗଡ଼ିବ ନାହିଁ। ଏନେଇ ଘରୋଇ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
୩ ବିଦେଶ ଫେରନ୍ତାଙ୍କୁ ଆଇସୋଲେଶନରେ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
ଭଞ୍ଜନଗର,୨୨।୩(ଡି.ଏନ୍.ଏ.): ଇଂଲଣ୍ଡ ଓ କୁଏତ୍ରୁ ୨ ଜଣ ଭଞ୍ଜନଗର ବାସିନ୍ଦା ଗତ ସପ୍ତାହରେ ଘରକୁ ଫେରିଥିବା ବେଳେ ଶନିବାର ଦୁବାଇରୁ ଆଉ ଜଣେ ଘରକୁ ଫେରିଛନ୍ତି। ସେମାନେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି। ତଥାପି ଘରେ ଅନ୍ୟମାନଙ୍କ ଠାରୁ ୧୪...
ଝାରସୁଗୁଡ଼ା, ବ୍ରଜରାଜନଗରରେ ଲକ୍ଡାଉନ୍: ରାସ୍ତାଘାଟ ଶୂନ୍ଶାନ, ବଜାର ଫାଙ୍କା
ଝାରସୁଗୁଡା ଅଫିସ,୨୨।୩- କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ରବିବାର ଦିନିକିଆ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ଏହାଛଡ଼ା ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଜିଲା ଓ ବିଭିନ୍ନ ସହର ସମେତ...
ବାପାଙ୍କୁ ହତ୍ୟାକରି ଆତ୍ମହତ୍ୟା କଲେ ପୁଅ
ଚୌଦ୍ୱାର,୨୨।୩(ଡି.ଏନ୍.ଏ.): କଟକ ଜିଲା ଚୌଦ୍ୱାର ସହରରେ ଘଟିଛି ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ଘଟଣାକୁ ନେଇ ପୁଅ ବାପାଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ମୃତ ବାପା ହେଲେ ଚୌଦ୍ୱାର ପୌରପାଳିକାର ୧୧...
ଛାତ୍ରୀଛାତ୍ରଙ୍କୁ ଏକାଥରକେ ମିଳିବ ୩ ମାସର ମଧ୍ୟାହ୍ନଭୋଜନ ସାମଗ୍ରୀ: ଗଶଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୨୨।୩(ବ୍ୟୁରୋ): ଏକାଥରକେ ୩ ମାସର ମଧ୍ୟାହ୍ନଭୋଜନ ସାମଗ୍ରୀ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ମାର୍ଚ୍ଚରୁ ଜୁନ୍ ୧୩ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ସାମଗ୍ରୀ ଦିଆଯିବ। ପ୍ରଥମରୁ ୮ମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଏହା ଦିଆଯିବ। ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଏହାକୁ ସଂଗ୍ରହ କରିବେ।...
କଟକ ରେଳ ଷ୍ଟେଶନ ଖାଁ ଖାଁ
କଟକ ଅଫିସ,୨୨।୩: ଜନତା କର୍ଫ୍ୟୁର ପ୍ରଭାବ ରବିବାର କଟକ ରେଳ ଷ୍ଟେଶନରେ ଦେଖିବାକୁ ମିଳିଛି। ଟ୍ରେନ ଚଳାଚଳ ବାତିଲ ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା। ଏଣୁ ଯାତ୍ରୀମାନେ ଆସି ନ ଥିବାରୁ ଷ୍ଟେଶନ ପରିସର ଖାଁ ଖାଁ ହୋଇପଡ଼ିଛି। ତେବେ...
ଓଡ଼ିଶାରେ ‘ଜନତା କର୍ଫ୍ୟୁ’ର ପୂର୍ଣ୍ଣ ପ୍ରଭାବ: ସତର୍କତା, ସଚେତନତା ପଥରେ ଲୋକେ
ଭୁବନେଶ୍ୱର,୨୨।୩(ବ୍ୟୁରୋ): ଘାତକ କରୋନା ଭୂତାଣୁର ପ୍ରକୋପ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ଏହାର କୌଣସି ପ୍ରତିକାର ନ ଥିବାରୁ କେବଳ ସତର୍କତା ଓ ସଚେତନତା ହିଁ ଏହି ରୋଗକୁ ପ୍ରତିହତ କରିପାରିବ। ତେଣୁ ଏହି ଭୂତାଣୁର ଭୟାବହତାକୁ ଦୃଷ୍ଟିରେ...
ଗଞ୍ଜାମ ଜିଲା ଲକ୍ଡାଉନ୍: ବିଦେଶ ଫେରନ୍ତା ପଞ୍ଜିକରଣ ନ କଲେ କାର୍ଯ୍ୟାନୁଷ୍ଠାନ
ଛତ୍ରପୁର, ୨୨।୩(ଡି.ଏନ୍.ଏ.)- ମୁଖମନ୍ତ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରବିବାରଠାରୁ ଗଞ୍ଜାମ ଜିଲାରେ ଲକ୍ଡାଉନ୍ ଆରମ୍ଭ ହୋଇଛି। ଏଥିସହ ଜନତା କର୍ଫ୍ୟୁ ମଧ୍ୟକୁ ଲୋକେ ମାନି ଘରୁ ବାହାରୁ ନ ଥିବା ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏହାର...
Archives


