ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଲା
ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ସୋମବାର ଯାଜପୁରର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିବା ବେଳେ ମଙ୍ଗଳବାର ଆଉ ୪ଜଣଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ସମସ୍ତ ପଜିଟିଭ୍ ଭୁବନେଶ୍ୱରର। ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ...
ସେଣ୍ଟ୍ ଡେଭିଡ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା
ଝାରସୁଗୁଡା ଅଫିସ,୧୪।୪: କରୋନା ମୁକାବିଲା ପାଇଁ ଝାରସୁଗୁଡ଼ାସ୍ଥିତ ସେଣ୍ଟ୍ ଡେଭିଡ ସିଏନ୍ଆଇ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଚର୍ଚ୍ଚର ରେଭ. ଅଭିନାଦ ନାଗ ଓ ସାମୁଏଲ ସୋନା ପ୍ରମୁଖ...
ବିଶ୍ରାରେ ୪୮ ଘଣ୍ଟା ବଢ଼ିଲା କଣ୍ଟେନମେଣ୍ଟ ଅବଧି
ସୁନ୍ଦରଗଡ଼, ୧୪।୪ (ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବିଶ୍ରାରେ ଦୁଇ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବାପରେ ଜିଲାପ୍ରଶାସନ ପକ୍ଷରୁ ଗତ ୧୨ ତାରିଖରେ ସମ୍ପୃକ୍ତ ଅଞ୍ଚଳକୁ ୪୮ଘଣ୍ଟ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଅଞ୍ଚଳଭାବେ ଘୋଷଣା କରାଯାଇଥିଲା। ମାତ୍ର ମଙ୍ଗଲବାର ଜିଲା ପ୍ରଶାସନ...
ଲକ୍ଡାଉନ୍ରୁ ବଢ଼ିଛି ଘରୋଇ ହିଂସା: ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରିବାକୁ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୧୪।୪(ବ୍ୟୁରୋ): ମାର୍ଚ୍ଚ ୨୧ରୁ ରାଜ୍ୟରେ ଲକ୍ଡାଉନ୍ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ଲୋକମାନେ ନିଜ ନିଜ ଘରେ ରହିଛନ୍ତି। ଘରେ ରହିବା ଯୋଗୁ ପାରିବାରିକ ହିଂସା ବଢ଼ୁଥିବା ଜଣାପଡ଼ିଛି। କୋଭିଡ୍ ପାଇଁ ବ୍ୟସ୍ତ ଥିବା ପୋଲିସ ପାରିବାରିକ ହିଂସା...
କୃଷିଜାତ ସାମଗ୍ରୀ ପରିବହନରେ ଚାଷୀଙ୍କୁ ଯେପରି ଅସୁବିଧା ନ ହୁଏ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୧୪।୪(ବ୍ୟୁରୋ): ଲକ୍ଡାଉନ୍ ସମୟରେ ଚାଷୀମାନେ ଯେପରି ସେମାନଙ୍କର ଉତ୍ପାଦିତ ସାମଗ୍ରୀର ପରିବହନ ତଥା କୃଷି କାର୍ଯ୍ୟରେ କୌଣସି ଅସୁବିଧା ନ ହେବ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହେ ମଧ୍ୟରେ...
ବଲାଙ୍ଗୀରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ
ବଲାଙ୍ଗୀର ଅଫିସ, ୧୪।୪: ରାଜ୍ୟ ସରକାରଙ୍କ ପକ୍ଷରୁ ବଲାଙ୍ଗୀର କିସ୍ କ୍ୟାମ୍ପସରେ ପ୍ରତିଷ୍ଠା କରାଯାଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ମଙ୍ଗଳବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଏ ନେଇ ଜିଲାପାଳ ଅରିନ୍ଦମ ଡାକୁଆ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଏହି...
ରାଜଧାନୀରେ ଡ୍ରୋନ ଯୋଗେ ପରୀକ୍ଷାମୂଳକ ଭାବେ ବିଶୋଧନ ଆରମ୍ଭ
ଭୁବନେଶ୍ୱର, ୧୪।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ଡ୍ରୋନ୍ ଯୋଗେ ବିଶୋଧନ କାର୍ଯ୍ୟ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ପରୀକ୍ଷାମୂଳକ ଭାବେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଆରମ୍ଭ କରିଛି। ଏ ନେଇ ବିଏମ୍ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ...
ପିଲାଙ୍କ ଘରେ ବହି ପହଞ୍ଚାଇବେ ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ୧୪।୪(ବ୍ୟୁରୋ): ଛାତ୍ରୀଛାତ୍ରଙ୍କ ଘରେ ପାଠ୍ୟ ପୁସ୍ତକ ପହଞ୍ଚାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କ ଘରେ ଶିକ୍ଷକମାନେ ବହି ପହଞ୍ଚାଇବେ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ସୂଚନା ଦେଇଛନ୍ତି।...
ଘୁଞ୍ଚିଲା ଓଜେଇଇ ପରୀକ୍ଷା: ଲକ୍ଡାଉଡ୍ ପରେ ଘୋଷଣା ହେବ ତାରିଖ
ଭୁବନେଶ୍ୱର, ୧୪।୪(ବ୍ୟୁରୋ): ମେ’ ମାସ ପ୍ରଥମ ସପ୍ତାହରେ ହେବାକୁ ଥିବା ଓଡ଼ିଶା ଜଏଣ୍ଟ୍ ଏଣ୍ଟ୍ରାନ୍ସ ଏଗ୍ଜାମିନେଶନ (ଓଜେଇଇ)କୁ ଘୁଞ୍ଚାଇ ଦିଆଯାଇଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଡାଉନ ଅବଧି ବୃଦ୍ଧି କରିଥିବାରୁ ମେ ପ୍ରଥମ ସପ୍ତାହରେ ଓଜେଇଇ କରିବା ସମ୍ଭବ...
କୋଭିଡ-୧୯: ଓଡ଼ିଶାର ଭଲ କାମ ପାଇଁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପ୍ରଶାସନ, ପୋଲିସ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪।୪(ବ୍ୟୁରୋ): କରୋନା ସଂକ୍ରମଣ ନିୟନ୍ତ୍ରଣରେ ଓଡ଼ିଶା ଭଲ କାମ କରିଥିବାରୁ ସ୍ବାସ୍ଥ୍ୟ ସେବାରେ ନିୟୋଜିତ ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପ୍ରଶାସନ, ପୋଲିସ ଅଧିକାରୀ, ସଫେଇ କର୍ମଚାରୀ ଏବଂ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି। ମଙ୍ଗଳବାର ନବୀନ ନିବାସରେ...
ଯାଜପୁର ଜିଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ: କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା ହେଲା ସାନତ୍ରିଲୋଚନପୁର ଓ ସଇପୁର
ଯାଜପୁର ଅଫିସ,୧୪।୪: ରାଜ୍ୟରେ ଚିହ୍ନଟ ହୋଇଥିବା ୫୬ ନମ୍ବର କରୋନା ଆକ୍ରାନ୍ତ ଯାଜପୁର ଜିଲା ଯାଜପୁର ବ୍ଲକ ଜାଫରପୁର ପଞ୍ଚାୟତ ସାନତ୍ରିଲୋଚନପୁର ଗ୍ରାମର। ଏ ନେଇ ମଙ୍ଗଳବାର ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଏହା ଜଣାପଡ଼ିବା ପରେ...
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସନାତନ ବିସିଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ ପ୍ରକାଶ
ଭୁବନେଶ୍ୱର/ସମ୍ବଲପୁର,୧୪।୪(ବ୍ୟୁରୋ): ଓଡିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ, କ୍ରୀଡାବିତ, କ୍ରୀଡ଼ା ସଙ୍ଗଠକ ତଥା ପଶ୍ଚିମ ଓଡିଶାର ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି। ସମ୍ବଲପୁରସ୍ଥିତ ତାଙ୍କର ନିଜସ୍ବ ବାସଭବନରେ ବିସିଙ୍କ ପରଲୋକ ହୋଇଛି। ମୃତ୍ୟୁ...
Archives


