ଅକ୍ଟୋବର ୨ରୁ ସବୁ ସରକାରୀ ସେବା ଅନ୍‌ଲାଇନ

ଭୁବନେଶ୍ୱର,୮ା୭(ବ୍ୟୁରୋ)- ରାଜଧାନୀରେ ଥିବା ବହୁମୂଲ୍ୟ ସରକାରୀ ଜମିକୁ ଜଗିବ ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍‌ ଇଣ୍ଟେଲିଜେନ୍ସ ସିଷ୍ଟମ(ବ୍ଲୁଇସ) । ଏହା ଏକ ଓ୍ବେବ୍‌ ଓ ମୋବାଇଲ ଆପ ଆଧାରିତ ବ୍ୟବସ୍ଥା। ଉଚ୍ଚ ଶକ୍ତିସମ୍ପନ୍ନ ଉପଗ୍ରହ ଚିତ୍ର ମାଧ୍ୟମରେ ଭୁବନେଶ୍ୱର ଅଞ୍ଚଳରେ ଥିବା ସମସ୍ତ ସରକାରୀ ଜମିକୁ ତଦାରଖ କରାଯିବ। କେଉଁ ସରକାରୀ ଜମିକୁ କେଉଁଠି ଜବରଦଖଲରେ ରଖାଯାଇଛି। ସେହି ଜମିକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି, ସେ ସମସ୍ତ ସୂଚନା ଉପଗ୍ରହ ଚିତ୍ର ଜରିଆରେ ସରକାର ଖବର ପାଇବେ। ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ବ୍ୟବସ୍ଥାରେ ଥିବା ମୋବାଇଲ ଆପ୍‌ ଜରିଆରେ ଜନସାଧାରଣ ସରକାରୀ ଜମିକୁ ଜବରଦଖଲ ରଖିଥିବା ଲୋକମାନଙ୍କ ବିଷୟରେ ସୂଚନା ଦେଇପାରିବେ। ଭୁବନେଶ୍ୱରରେ ଥିବା ମୂଲ୍ୟବାନ ସରକାରୀ ଜମିଗୁଡିକର ସୁରକ୍ଷା ପାଇଁ ସ୍ପେଶ ଟେକ୍ନୋଲୋଜି ଏବଂ କୃତ୍ରିମ ଗୋଇନ୍ଦା ବ୍ୟବସ୍ଥା ଲାଗୁ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବିଭିନ୍ନ କାର୍ଯ୍ୟକୁ ସହଜ କରିବା ପାଇଁ ୫-ଟି ଅଭିନବ ବ୍ୟବସ୍ଥା ଅଧୀନରେ ୮ଟି ବୈଷୟିକ ସମାଧାନ ବ୍ୟବସ୍ଥାକୁ ଉଦ୍‌ଘାଟନ କରିଛନ୍ତି।
ଏହି ସେବାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୫-ଟି (ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍‌ଓ୍ବାର୍କ, ଟାଇମ, ଟ୍ରାନ୍ସଫର୍ମେଶନ) ମଡେଲ ୨୦୧୯ରେ ଆରମ୍ଭ କରାଯାଇଥିଲା। ଏହି ବ୍ୟବସ୍ଥା ଦ୍ୱାରା ପ୍ରତ୍ୟେକ ବିଭାଗ ନିଜର ଲକ୍ଷ୍ୟ ହାସଲ ପାଇଁ ଦ୍ରୁତ ଗତିରେ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରିବା ବ୍ୟବସ୍ଥା ଯୋଗାଇ ଦେବାକୁ ବାର୍ଷିକ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ।
ଲୋକମାନଙ୍କୁ ହାତପାହାନ୍ତାରେ ସରକାରୀ ସୁବିଧା ଯୋଗାଇବା ଓ ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ୫-ଟି ଏବଂ ମୋ ସରକାର ପ୍ରଶାସନିକ ବ୍ୟବସ୍ଥାରେ ଆଖିଦୃଶିଆ ଉନ୍ନତି ଆଣିବାରେ ସହାୟକ ହୋଇଛି। ଭୁବନେଶ୍ୱରରେ ଥିବା ମୂଲ୍ୟବାନ ସରକାରୀ ଜମିଗୁଡିକର ସୁରକ୍ଷା ପାଇଁ ସ୍ପେଶ ଟେକ୍ନୋଲୋଜି ଏବଂ କୃତ୍ରିମ ଗୋଇନ୍ଦା ବ୍ୟବସ୍ଥା ଲାଗୁ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି। ଏହି ନୂତନ ବ୍ୟବସ୍ଥା ଦ୍ୱାରା ସରକାରୀ ସମ୍ପତ୍ତିର ସୁରକ୍ଷାକୁ ଦୃଢୀଭୂତ କରିବା ସହ ଲୋକମାନଙ୍କୁ ସରକାରୀ ସମ୍ପତ୍ତିର ଉପଭୋଗ ପାଇଁ ସୁବିଧା ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ପାଇଁ ଆଗାମୀ ଦିନର ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେଇ ମୁଖ୍ୟନ୍ତ୍ରୀ କହିଛନ୍ତି ଯେ, ଯେପରି କୌଣସି ବ୍ୟକ୍ତିଙ୍କୁ ସରକାରୀ କାର୍ଯ୍ୟାଳୟକୁ ନ ଆସିବାକୁ ପଡିବ ସେଥିପାଇଁ ଆମକୁ ସମସ୍ତ ସରକାରୀ ସେବାକୁ ଅନଲାଇନ ବ୍ୟବସ୍ଥା ନିଶ୍ଚିତ କରିବାକୁ ପଡିବ। ଏଥିପାଇଁ ୨୦୨୦ ଅଗଷ୍ଟ ୧୫ ଧାର୍ଯ୍ୟ କରାଯାଇଥିଲା। ମାତ୍ର କୋଭିଡ୍‌-୧୯ ମହାମାରୀ ପାଇଁ ଉକ୍ତ ସମୟକୁ ଗାନ୍ଧୀ ଜୟନ୍ତୀ ଅର୍ଥାତ୍‌ ଆସନ୍ତା ଆକ୍ଟୋବର ୨ ତାରିଖ ଯାଏ ବୃଦ୍ଧି କରାଯାଇଛି। ଏହି ସମୟ ମଧ୍ୟରେ ସମସ୍ତ ସରକାରୀ ସେବାକୁ ଅନଲାଇନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?