୧୫ ନେତାଙ୍କୁ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ

ଭୁବନେଶ୍ୱର,୮ା୭(ବ୍ୟୁରୋ)-ବିଜୁ ଜନତା ଦଳର ସାଂଗଠନିକ ସ୍ତରରେ ପୁଣି ଏକ ଅଦଳ ବଦଳ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଜଣ ବରିଷ୍ଠ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେବା ସହିତ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଛନ୍ତି। ଏ ନେଇ ବିଜେଡି ପକ୍ଷରୁ ବୁଧବାର ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ନୃସିଂହ ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, କଳିକେଶ ନାରାୟଣ ସିଂଦେଓ, ପ୍ରିତିରଞ୍ଜନ ଘଡାଇ, ଅରୁଣ କୁମାର ସାହୁ, ରୋହିତ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ, ରବି ନାରାୟଣ ନନ୍ଦ, ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ପ୍ରତାପ ଜେନା, ନବର କିଶୋର ଦାସ, ରମେଶ ଚନ୍ଦ୍ର ମାଝି, ସରୋଜିନି ହେମ୍ବ୍ରମ, ଶଶୀଭୂଷଣ ବେହେରା ଏବଂ ସୁମିତ୍ରା ଜେନାଙ୍କୁ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ସେହି ନେତାମାନଙ୍କୁ ନବୀନ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଛନ୍ତି।
ନୃସିଂହ ସାହୁଙ୍କୁ ଆଞ୍ଚଳିକ ଉନ୍ନୟନ ଦାୟିତ୍ୱ ଦିଆଯାଇଥିବା ବେଳେ ଅଶୋକ ଚନ୍ଦ୍ର ପଣ୍ଡା, କଳିକେଶ ସିଂଦେଓ, ପ୍ରତିରଞ୍ଜନ ଘଡାଇଙ୍କୁ ସାମାଜିକ କଲ୍ୟାଣ ଦାୟିତ୍ୱ ଦିଆଯାଇଛି। ସେହିପରି ଅରୁଣ ସାହୁ ଏବଂ ରୋହିତ ପୂଜାରୀଙ୍କୁ କଳା, ସଂସ୍କୃତି ଓ ମାନବସମ୍ବଳ ଦାୟିତ୍ୱ ଦିଆଯାଇଛି। ଅତନୁ ସବ୍ୟସାଚୀ ନାୟକଙ୍କୁ ଓଡିଶା ମୋ ପରିବାର, ରବି ନନ୍ଦ ଏବଂ ରାଜେନ୍ଦ୍ର ଢୋଲକିଆଙ୍କୁ ପରିବେଶ, ପ୍ରତାପ ଜେନା ଓ ନବ କିଶୋର ଦାସଙ୍କୁ ସଶକ୍ତ ଓଡିଶା, ରମେଶ ମାଝି, ସରୋଜିନି ହେମ୍ବ୍ରମ ଙ୍କୁ ଆଦିବାସୀ ଓ ସଂଖ୍ୟାଲଘୁ ବ୍ୟାପାର, ଶଶୀ ଭୁଷଣ ବେହେରାଙ୍କୁ ମହିଳା ଶସକ୍ତିକରଣ ଓ ଅନୁସୂଚୀତ ଜାତି କଲ୍ୟାଣ ଏବଂ ସୁମିତ୍ରା ଜେନାଙ୍କୁ ମହିଳା ଶସକ୍ତିକରଣ ବ୍ୟାପାର ଦାୟିତ୍ୱ ପ୍ରଦାନ କରାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନବୀନ ଜୁଲାଇ ୧ ତାରିଖରେ ୮ ଜଣ ବରିଷ୍ଠ ନେତାଙ୍କୁ ବରିଷ୍ଠ ଉପସଭାପତି ଏବଂ ୯ ଜଣଙ୍କୁ ଉପସଭାପତଙ୍କୁ ନିଯୁକ୍ତି ଦେଇ ଦାୟିତ୍ୱ ବଣ୍ଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାର ସୁଯୋଗ ନେଇ ଏଲଆଇ ପଏଣ୍ଟରୁ ବିଦ୍ୟୁତ ତାର ଚୋରି, ଥାନାରେ ମାମଲା

କେସିଙ୍ଗା,୬।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ-କାଣ୍ଡେଲ ଗ୍ରାମ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରୁ ତାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଦେହେରେନ…

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା

କିଛି ବର୍ଷ ମଧ୍ୟରେ ମଦ ନିଶା ଏକ ଗମ୍ଭୀର ସମସ୍ୟାରେ ପରିଣତ ହୋଇଯାଇଛି। ମଦ ନିଶା ଯୋଗୁ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ଖରାପ…

ପାକିସ୍ତାନ ଖବରକାଗଜର ବଡ଼ ଦାବି: ଇସଲାମାବାଦରେ ହେବ ଆମେରିକା-ଇରାନ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା

ଇସଲାମାବାଦ,୬।୭: ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହୋଇପାରେ। ପଶ୍ଚିମ ଏସିଆରେ ଶାନ୍ତି ଫେରାଇ ଆଣିବା…

ରକ୍ତ ସଞ୍ଚାଳନକୁ ସକ୍ରିୟ କରେ ମହୁ, ଆହୁରି ଅନେକ ସମସ୍ୟା ଦୂର କରିବାରେ…

ମହୁରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଥଣ୍ଡା ସମସ୍ୟାରୁ ଉପଚାର ପାଇଁ ଏହା ବେଶ୍‌ ସହାୟକ ହୋଇଥାଏ। ତେବେ ଏଥିରେ ଏଭଳି ତତ୍ତ୍ୱ…

‘କେବଳ ଆମେରିକା ନୁହେଁ, ଭାରତ ମଧ୍ୟ ଆମର ବନ୍ଧୁ’, ଜେଡି ଭାନ୍ସଙ୍କୁ କଡ଼ା ଜବାବ ଦେଲେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ଜେରୁଜେଲମ,୬।୭: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତକୁ ଇସ୍ରାଏଲର ସବୁଠାରୁ ଶକ୍ତିଶାଳୀ ସମର୍ଥକମାନଙ୍କ ମଧ୍ୟରୁ ଜଣେ ବୋଲି ବର୍ଣ୍ଣନା କରିଥିଲେ। ସେ ଆମେରିକାର ନିର୍ବାଚିତ ଉପ-ରାଷ୍ଟ୍ରପତି ଜେଡି…

ରାଜକନିକାରେ ଚାଞ୍ଚଲ୍ୟ, ଯୁବକଙ୍କ ହାତକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ମାରିଲେ…

ରାଜକନିକା,୬।୭(ସଞ୍ଜୟ କୁମାର ଦାଶ): ରାଜକନିକା ଥାନା ଅଞ୍ଚଳରେ ସୋମବାର ଦିବା ୧୦ ଘଟିକା ସମୟରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା । ବରୁଣାଡିଆ ଗାଁର ଯୁବକ ଜଣକ…

୫୯ ନଂ ଜାତୀୟ ରାଜପଥରେ ମାଳମାଳ ଗାଈ-ଛେଳି, ଟ୍ରାଫିକ ସମସ୍ୟା ସହ ବଢୁଛି ଦୁର୍ଘଟଣା

ଦାରିଙ୍ଗବାଡି,୬ା୭(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଗାଈ, ବଳଦ ଛେଳିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏବେ ଲଗାଣ…

ସୁପ୍ରିମକୋର୍ଟରୁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ,୬।୭: ତାମିଲନାଡୁର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ନିର୍ବାଚନ ପ୍ରଚାର ସମୟରେ ଘଟିଥିବା କରୁର ଦଳାଚକଟା ସମ୍ପର୍କରେ ପ୍ରସଙ୍ଗ ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri