ହିନ୍ଦୀ ଶିକ୍ଷକଙ୍କ ଘରୁ ୪ କୋଟି ୯୩ ଲକ୍ଷର ସମ୍ପତ୍ତି ଠାବ
ବ୍ରହ୍ମପୁର ଅଫିସ,୧୪ା୧୦- ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ବୈକୁଣ୍ଠନଗରରେ ରହୁଥିବା ଜଣେ ଶିକ୍ଷକଙ୍କ ଘରେ ବୁଧବାର ଚଢାଉ କରିଛି। ଝାଡ଼ାଙ୍କୋଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ…
ରାଜ୍ୟରେ ଆରୋଗ୍ୟ ହେଲେ ଆଉ ୨୭୭୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୪।୧୦(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୨୭୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ନୂଆପଡାରୁ ୧୮୯, କଟକରୁ ୧୮୩, ବରଗଡରୁ ୧୪୮, କେନ୍ଦ୍ରାପଡାରୁ ୧୩୬, ଅନୁଗୋଳରୁ ୧୨୩, ଯାଜପୁରରୁ ୧୧୭, ଭଦ୍ରକରୁ ୧୧୪, ସମ୍ବଲପୁରରୁ…
ବରମୁଣ୍ଡା ଓଭର ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରେଲରକୁ ପଛପଟୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ
ଭୁବନେଶ୍ୱର,୧୪।୧୦(ବ୍ୟୁରୋ)-ଭୁବନେଶ୍ୱର ବରମୁଣ୍ଡା ଓଭର ବ୍ରିଜ ଉପରେ ବୁଧବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରେଲରକୁ ପଛପଟୁ ମାଲ ବୋଝେଇ ଟ୍ରକ ଧକ୍କା ଦେବାରୁ କ୍ୟାବିନ ଭିତରେ ଟ୍ରକ ଡ୍ରାଇଭର ଚାପି ହୋଇ ରହିଛନ୍ତି। ଖବରପାଇ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ…
ଭୁବନେଶ୍ୱରରୁ ଆଉ ୨୬୭ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୪୨
ଭୁବନେଶ୍ୱର, ୧୪।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ବୁଧବାର ଆଉ ୨୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୧ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୯୬ ଲୋକାଲ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ…
ଋଷିକୂଲ୍ୟା ଜଳସ୍ତର ବଢୁଛି: ଗାଁରେ ପଶିଲା ପାଣି, ବିଡିଓ କଲେ ଅନୁଧ୍ୟାନ
ଗଞ୍ଜାମ,୧୪ା୧୦(ଡି.ଏନ୍.ଏ.): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଦ୍ୱାରା ଋଷିକୁଲ୍ୟା ଜଳସ୍ତର ବଢୁଛି। ଏହି ନଦୀ ଜଳ ଓ ବର୍ଷାପାଣି ଗଞ୍ଜାମ ବ୍ଲକ ଗୋଖରକୁଦା ଗ୍ରାମରେ ବୁଧବାର ଦୁଇ ଫୁଟ ଉଚ୍ଚରେ ଲହଡ଼ି ମାରୁ ଥିବା…
ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣା: ଫୋରେନ୍ସିକ ଲାବ୍କୁ ଗଲା ସିସିଟିଭି ହାର୍ଡ ଡିକ୍ସ
ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ରାଜଭବନ ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣାକୁ ଆଜିକୁ ୮ ଦିନ ବିତିଲାଣି। ଏଯାବତ୍ ନିଖୋଜ ସୀମାଞ୍ଚଳ ପରିଡ଼ାଙ୍କ ବିଷୟରେ ପୋଲିସ କିଛିବି ସୂଚନା ଦେଉ ନାହିଁ। ସୀମାଞ୍ଚଳଙ୍କ ପରିବାର ଲୋକେ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତାଙ୍କ…
ଅପହରଣ ପରେ ନାବାଳିକାଙ୍କୁ ବଳାତ୍କାର
କଟକ ଅଫିସ,୧୪ା୧୦:ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ୨୨ଦିନ ଧରି ବଳାତ୍କାର କରାଯାଇଛି। ୨ଜଣ ଯୁବକ ସମ୍ପୃକ୍ତ ନାବାଳିକାଙ୍କୁ ରାସ୍ତାରୁ ଅପହରଣ କରିନେଇ ଏକ ଚିକେନ ଫାର୍ମରେ ରଖି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଚାଉଳିଆଗଞ୍ଜ ଥାନା ଅଧୀନ ଗତିରାଉତପାଟଣା ଅଞ୍ଚଳରେ ଏହି ଘଟଣା…
ଯାତ୍ରୀବାହୀ ବସ୍ ଉପରେ ଲାଗିଲା ୫ ଲକ୍ଷ ୬୬ ହଜାର ଟଙ୍କା ଜରିମାନା
ଭୁବନେଶ୍ୱର,୧୪।୧୦: ଭୁବନେଶ୍ୱର,୧୪।୧୦: କୋରାପୁଟରୁ ଭୁବନେଶ୍ୱରକୁ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଉପରେ ଏକ ମୋଟା ଆକାରର ଜରିମାନା ଲଗାଇଛନ୍ତି ଆର୍ଟିଓ ଭୁବନେଶ୍ୱର-୨। ଓଡି୧୦ ଏଫ୦୪୦୯ ନମ୍ବର ଥିବା ଏହି ବସ୍ଟି ୨୦୧୯ ମେ’ରୁ ଏଯାଏ ମୋଟର ଭାଇକେଲ୍ ଟ୍ୟାକ୍ସ ଦେଇ ନ…
୧୫ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୭୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ୧୫…
ଆଜି ରାଜ୍ୟରେ ପୁଣି ୨୬୦୪ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୨୬୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୧୧ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୦୯୩ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ…
ସ୍ତ୍ରୀଙ୍କୁ ଟ୍ରଲିରେ ନେବା ପ୍ରସଙ୍ଗ: ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ
ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ପୁରୀ ଜିଲା ସତ୍ୟବାଦୀ ବ୍ଲକର କବୀର ଭୋଇ ସ୍ତ୍ରୀଙ୍କୁ ପୁରୀରୁ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ନିଜେ ଟ୍ରଲିରେ ବୋହିନେବା ଘଟଣା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅପାରଗତାକୁ ପଦାରେ ପକାଇଛି। ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ଏହା ଏକ ନମୁନା ମାତ୍ର ବୋଲି…
ଖସୁଛି ସଂକ୍ରମଣ ସଂଖ୍ୟା, ଚିନ୍ତା ବଢ଼ାଉଛି ମୃତ୍ୟୁ
ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ୧୦ଦିନ ହେବ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ଖସିବାରେ ଲାଗିଛି। ଏହି ୧୦ଦିନରେ ପଜିଟିଭ୍ ହାର ୮.୫୩%ରୁ ୬.୩୨%କୁ ଖସି ଆସିଛି। ସେହିପରି ଦୈନିକ ସଂକ୍ରମଣ କ୍ଷେତ୍ରରେ ସଂଖ୍ୟା ୪,୧୪୧ରୁ ୨,୮୩୩କୁ…
Archives


