ମହାନଦୀ ପଠାରେ ଫସି ରହିଛନ୍ତି ହାତୀପଲ
ବାଙ୍କୀ,୨୪ା୧: କଟକ ଜିଲା ବାଙ୍କୀ ବ୍ଲକ କଇଁମୁଣ୍ଡି ନିକଟ ମହାନଦୀ ପଠାରେ ଏକ ହାତୀପଲ ଫସି ରହିଛନ୍ତି। ଶନିବାର ରାତିରେ ଆଠଗଡ଼ ସୁକାସନ ସଂରକ୍ଷିତ ଜଙ୍ଗଲରୁ ହାତୀପଲ ଡମପଡ଼ା ଚନ୍ଦକା ଅଭୟାରଣ୍ୟକୁ ଫେରୁ ଥିବାବେଳେ ଘନ କୁହୁଡି ଯୋଗୁ ଆଗକୁ ଯାଇ…
ଧନୁଯାତ୍ରାର ଶୂନ୍ୟସ୍ଥାନ ପୂରଣ କଲା ସଞ୍ଚାର
ବରଗଡ଼ ଅଫିସ୍,୨୪।୧: ସଞ୍ଚାର ଏକ ପ୍ରାଚୀନ ଲୋକକଳା। ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଏହା ମୂଳ ଅଙ୍ଗ। ତଥାପି ଆଜିକାର କମ୍ପ୍ୟୁଟର, ପ୍ରଯୁକ୍ତିବିଦ୍ୟା ଯୁଗରେ ଆଧୁନିକ ପିଢ଼ି ଏଭଳି ଏକ ଲୋକକଳା ଉପରେ ସେତେ ଅବଗତ ନୁହଁନ୍ତି ।…
ବର୍ଷେ ପରେ ମିଳିଲା ପରିଚୟ: ପରିବାର ସହ ଆସାମ ଗଲେ ମହିଳା
ଲଖନପୁର,୨୪।୧: ଝାରସୁଗଡ଼ା ଜିଲା କଣ୍ଟାପାଲିଠାରେ ଜିଲା ପ୍ରଶାସନ ତରଫରୁ ଜିଲା ଖଣିଜ ପାଣ୍ଠି ଅନୁଦାନରେ ଏକ ମାନସିକ ଅନଗ୍ରସର (ମହିଳା)ଙ୍କ ଥଇଥାନ ପାଇଁ ମିଶନ ଆଶ୍ରା ନାମକ ଏକ ଆଶ୍ରୟ ସ୍ଥଳୀ ଖୋଲାଯାଇଛି। ଏହି ଆଶ୍ରୟ ସ୍ଥଳୀକୁ ପରିଚାଳନା କରୁଛି ପିପୁଲ୍ସ…
ଆରପାରିରେ ଚଳଚ୍ଚିତ୍ର ଅଭିନେତା ଶାନ୍ତି ସ୍ବରୂପ
ସମ୍ବଲପୁର,୨୪।୧(ବ୍ୟୁରୋ): ବର୍ଷୀୟାନ୍ ଚଳଚ୍ଚିତ୍ର ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କ ରବିବାର ସମ୍ବଲପୁରର ଏକ ଘରୋଇ ନର୍ସିଂହୋମ୍ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ ଝାଡୁଆପଡ଼ାରେ ଜନ୍ମ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ସେ ଗାଧୁଆ ଘରେ…
ଯୌତୁକ ପାଇଁ ବୋହୂଙ୍କୁ ହତ୍ୟା: ନାତିଙ୍କୁ ଧରି ଶାଶୁ ଘର ଲୋକେ ଫେରାର
ରାଉରକେଲା ଅଫିସ,୨୪ା୧: ଉଦିତନଗର ଥାନା ଅନ୍ତର୍ଗତ ବାସନ୍ତୀ କଲୋନୀ ଅଞ୍ଚଳରେ ବୋହୂଙ୍କୁ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ସ୍ବାମୀକୁ ଥାନାରେ ଅଟକ ରଖି ଥିବାବେଳେ ପରିବାରର ଅନ୍ୟ ଲୋକେ ନାତିଙ୍କୁ ଧରି ଫେରାର୍ ହୋଇଯାଇଛନ୍ତି। ବାସନ୍ତୀ…
ବିଶ୍ୱସ୍ତରର ହେବ ଭିତରକନିକା: କେନ୍ଦ୍ର ମନ୍ତ୍ରୀ ଦେଲେ ସଂକେତ
କେନ୍ଦ୍ରାପଡ଼ା ଅଫିସ/ରାଜନଗର/ପଟ୍ଟାମୁଣ୍ଡାଇ,୨୪ା୧: ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲାରେ ମେଡିକାଲ କଲେଜ ପାଇଁ ଭିତ୍ତିଭୂମି ଯୋଗାଇ ଦେଲେ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେବେ। କେନ୍ଦ୍ର ସରକାର ନଦୀଭିତ୍ତିକ ବନ୍ଦର ଓ ଉପକୂଳ ରାଜପଥକୁ ଗୁରୁତ୍ୱ ଦେଉଛନ୍ତି। ଏହାଦ୍ୱାରା ଶିଳ୍ପବିହୀନ ଜିଲାରୁ କେନ୍ଦ୍ରାପଡ଼ା…
୯ ଜିଲାକୁ ଘନ କୁହୁଡ଼ି ୱାର୍ଣ୍ଣିଂ
ଭୁବନେଶ୍ୱର,୨୪।୧(ବ୍ୟୁରୋ): ରାଜ୍ୟରେ ଘନକୁହୁଡ଼ି ଲାଗି ଏସ୍ଆରସିଙ୍କ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛିି। ରବିବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ୯ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲାଗୁଡ଼ିକ ମଧ୍ୟରେ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼ ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼…
ହାଣ୍ଡିଖାଲ ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଅପରେଶନ: ମାଓବାଦୀ କ୍ୟାମ୍ପ ଠାବ
ଚିତ୍ରକୋଣ୍ଡା,୨୪।୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ଅନ୍ତର୍ଗତ ପଣସପୁଟ ପଞ୍ଚାୟତ ଗୋରାସେତୁ ନିକଟ ହାଣ୍ଡିଖାଲ ଜଙ୍ଗଲରେ ରବିବାର ବିଏସ୍ଏଫ ଯବାନ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ସେତିକିବେଳେ ଯବାନମାନେ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି। ସେଠାରୁ ମାଓବାଦୀମାନେ…
ସହଜ ହେବ ଜଗା ଦର୍ଶନ: ହଟିବ ଆଉ ଏକ ବାଧା
ଭୁବନେଶ୍ୱର,୨୪।୧(ବ୍ୟୁରୋ): ମହାପ୍ରଭୁଙ୍କ ଦର୍ଶନରୁ ଆଉ ଏକ ବାଧାକୁ ହଟାଯିବ। ସେଠାରେ ଲଗାଯାଇଥିବା ବ୍ୟାରିକେଡକୁ ସୋମବାରଠାରୁ ହଟାଯିବା ନେଇ ପୁରୀ ଏସ୍ପି କନଓ୍ବର ବିଶାଲ ସିଂହ ରବିବାର ସୂଚନା ଦେଇଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ଜଗନ୍ନାଥବଲ୍ଲଭଠାରୁ ମରିଚିକୋଟ ପର୍ଯ୍ୟନ୍ତ ଯେଉଁ ବ୍ୟାରିକେଡ କରାଯାଇଥିଲା,…
ଜନସାଧାରଣଙ୍କୁ ପରେଡସ୍ଥଳ ମନା
ଭୁବନେଶ୍ୱର,୨୪।୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରେଡ ସ୍ଥଳ ଗାନ୍ଧୀମାର୍ଗରେ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଏହାବ୍ୟତୀତ କାଉଣ୍ଟର ଟେରରିଷ୍ଟ ସ୍କ୍ବାଡ୍ (ସିଟିଏସ୍), ସ୍ପେଶାଲ ଟାକ୍ଟିକାଲ ୟୁନିଟ୍…
ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
ରାଜନଗର,୨୪।୧(ଡି.ଏନ୍.ଏ.) : କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିଲା। ତେବେ ଏହା ଆଜି ସକାଳେ ଖୋଲିଛି। ପ୍ରଥମେ ଭିତରକନିକାକୁ ପ୍ରବେଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଉଦ୍ୟାନ ଖୋଲିଥିଲେ ମଧ୍ୟ ପ୍ରବେଶ ସମୟରେ କୋଭିଡ୍…
ପାର୍ଟଟାଇମ ଚାକିରି ନାଁରେ ଆସୁଛି ଏସ୍ଏମ୍ଏସ୍: ଜାଲରେ ଫସୁଛନ୍ତି ଶିକ୍ଷିତ ବେକାରି
ଭୁବନେଶ୍ୱର,୨୪।୧(ବ୍ୟୁରୋ): ସାରା ଦେଶରେ ଅନଲାଇନ ଠକେଇ ମୁଣ୍ଡ ବ୍ୟଥା ପାଲଟିଛି। ସାଇବର ଠକ ଘରେ ବସି ନୂଆ ନୂଆ ତରିକାରେ ଲୋକଙ୍କୁ ଠକୁଛନ୍ତି। ମୋବାଇଲ୍ ଓ ଇଣ୍ଟରନେଟ୍ ସହ ଜଡିତ ଥିବା ଲୋକେ ସଚେତନତା ଅଭାବରୁ ଖୁବ ସହଜରେ ଏମିତିକା ଠକଙ୍କ…
Archives


