ବିବନଙ୍କ ଆଜି ହେବ ଟିଆଇ ପରେଡ
ଭୁବନେଶ୍ୱର(ବ୍ୟୁରୋ),୩।୩:ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ବୁଧବାର ଟେଷ୍ଟ ଅଫ୍ ଆଇଡେଣ୍ଟିଫିକେଶନ(ଟିଆଇ) ପରେଡ୍ ହେବ। ଝାରପଡ଼ା ଜେଲ୍ରେ ମଧ୍ୟାହ୍ନରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ (ଜେଏମ୍ଏଫ୍ସି) ସ୍ରୁଜାଲିନ୍ ମହାନ୍ତିଙ୍କ ଉପସ୍ଥିତିରେ ପୀଡ଼ିତା ଅଞ୍ଜନା ଅଭିଯୁକ୍ତଙ୍କୁ ଚିହ୍ନଟ…
ବଦଳିଲା ସ୍କୁଲ ଖୋଲିବା ସମୟ
ଭୁବନେଶ୍ୱର,୩ା୩(ବ୍ୟୁରୋ): ସକାଳୁଆ ସ୍କୁଲ ପାଇଁ ସରକାରଙ୍କ ତରଫରୁ ଗତ ଶୁକ୍ରବାର ଦିଆଯାଇଥିବା ସମୟକୁ ମଙ୍ଗଳବାର ପରିବର୍ତ୍ତନ କରିଦିଆଯାଇଛି। ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ସେହିପରି ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ…
୭୭,୮୧୫ କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ
ଭୁବନେଶ୍ୱର,୩।୩:ଟେଲିକମ୍ କମ୍ପାନୀଗୁଡ଼ିକ ଲାଗି ସୋମବାର ଆରମ୍ଭ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମ ମଙ୍ଗଳବାର ଶେଷ ହୋଇଛି। ୨ ଦିନରେ ମୋଟ ୭୭,୮୧୫ କୋଟି ଟଙ୍କାର ନିଲାମ ଡକାଯାଇଛି। ଟେଲିକମ୍ ସଚିବ ଅଂଶୁ ପ୍ରକାଶ ଏ ସମ୍ପର୍କରେ ବିସ୍ତୁତ ସୂଚନା ଦେଇଛନ୍ତି। ମଙ୍ଗଳବାର ୧୨ଟା…
ମଦ ଦୋକାନ ପାଇଁ ଲଟେରି
ଭୁବନେଶ୍ୱର,୩ା୩(ବ୍ୟୁରୋ)- ୨୦୨୧-୨୨ ଆର୍ଥିକ ବର୍ଷରେ ମଦ ଦୋକାନ କରିବା ପାଇଁ ଲଟେରି ବ୍ୟବସ୍ଥା କରାଯିବ। କେଉଁ ତାରିଖରେ ଲଟେରି ହେବ ତାହା ଜିଲାପାଳ ନିଷ୍ପତ୍ତି ନେବେ। ଏ ନେଇ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିପାଇଁ ପ୍ରତ୍ୟେକ…
ଚଳିତ ବର୍ଷ ମେଧାବୀ ଛାତ୍ରୀଛାତ୍ରଙ୍କୁ ମିଳିବ ନାହିଁ ଲାପଟପ୍
ଭୁବନେଶ୍ୱର,୨।୩: ପ୍ରତ୍ୟେକ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ରାଜ୍ୟର ୧୫ ହଜାର ମେଧାବୀ ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଲାପଟପ୍ ବଣ୍ଟନ କରାଯାଏ। ୨୦୧୩ରୁ ଛାତ୍ରୀଛାତ୍ରଙ୍କୁ ଲାପଟପ୍ ପ୍ରଦାନ କରାଯାଉଛି। କିନ୍ତୁ…
ସୁସ୍ଥ ହେଲେ ୫୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨।୩ : ଓଡ଼ିଶାରେ ମଙ୍ଗଳବାର ୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୭୦୩ରେ ପହଞ୍ଚିଛି। ସମ୍ବଲପୁରରୁ ୧୨, ସୁନ୍ଦରଗଡ଼ରୁ ୮, କଟକ, ଝାରୁସୁଗୁଡ଼ା, କଳାହାଣ୍ଡି ଓ ଖୋର୍ଦ୍ଧାରୁ ୪,…
୧୭ ଘଣ୍ଟା ପରେ ଉଠିଲା ଟ୍ୟାଙ୍କର
ଗଞ୍ଜାମ, ୨।୩(ଡି.ଏନ୍.ଏ.): ଗଞ୍ଜାମ ଥାନା ୧୬ନଂ ଜାତୀୟ ରାଜପଥ ଶଙ୍ଖ ନୂଆଗାଁ ଓ ପୁଇଁତୋଳା ମଝିରେ ସୋମବାର ଅପରାହ୍ନରେ ଓଲଟି ପଡ଼ିଥିବା ଆମୋନିଆ ଗ୍ୟାସ ଟ୍ୟାଙ୍କରକୁ ଦୀର୍ଘ ୧୭ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ପାରାଦ୍ୱୀପ ଏକ୍ସପୋର୍ଟରୁ ଏକ ଚାରି ଜଣିଆ…
ଆଉ ଏକ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟରେ ପୁଣି ଆଉ ଏକ ମୁଣ୍ଡ ନେଇଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଭୁବନେଶ୍ୱରର ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ…
ପୁଣି ଗଞ୍ଜାମକୁ ଫେରିଲା କରୋନା: ରାଜ୍ୟରେ ଆଜି ୭୪ ନୂଆ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨।୩(ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୫ଜଣ କ୍ୱାରାଣ୍ଟାଇନ୍ରୁୁ ଥିବା ବେଳେ ୨୯ ଲୋକାଲ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଙ୍ଗଳବାର…
ଭିସୁଟ୍ ଛାତ୍ରଙ୍କ କରୋନା ରିପୋର୍ଟ ଭୁଲ୍, କିଟ୍ ଖରାପ ଥିବା ଯୋଗୁ ଆସିଥିଲା ପଜିଟିଭ୍
ସମ୍ବଲପୁର,୨।୩(ବ୍ୟୁରୋ): ସମ୍ବଲପୁର ଜିଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍)ରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଚର୍ଚ୍ଚା ହୋଇଥିଲା। ଏପରିକି ବିଶ୍ୱବିଦ୍ୟାଳୟର ୨୫ଜଣ ଛାତ୍ର କରୋନା ପଜିଟିଭ୍ ଆସିଥିବା ନେଇ ଖବର ପ୍ରକାଶ ପାଇଥିଲା। ଏହି ଘଟଣାକୁ ଅତିରିକ୍ତ…
ଆଜିଠାରୁ କୁଆଖାଇ ପୋଲରେ ଯାତାୟାତ ବନ୍ଦ
ଭୁବନେଶ୍ୱର,୨।୩(ବ୍ୟୁରୋ): ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ମଙ୍ଗଳବାରଠାରୁ ଯାତାୟାତ ବନ୍ଦ ରହିବ। ପୋଲର ମରାମତି ପାଇଁ ମାସେ ପର୍ଯ୍ୟନ୍ତ ଅର୍ଥାତ ମେ’ ୨ ତାରିଖ ପର୍ଯ୍ୟନ୍ତ ଯାତାୟାତ ବନ୍ଦ ରହିବା ନେଇ କମିଶନରେଟ ପୋଲିସ ଟୁଇଟ୍ କରି…
୧୦ ଜିଲା ପାଇଁ ୧୦ ସଚିବଙ୍କୁ ନିଯୁକ୍ତି, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟ ୧୦ ଆକାଂକ୍ଷୀ ଜିଲା ପାଇଁ ୧୦ ସଚିବସ୍ତରୀୟ ଅଧିକାରୀ ନିଯୁକ୍ତ ହୋଇଛନ୍ତି। କନ୍ଧମାଳ ଜିଲା ପାଇଁ ମଧୁସୂଦନ ପାଢ଼ୀ, କଳାହାଣ୍ଡି ପାଇଁ ସତ୍ୟବ୍ରତ ସାହୁ, ବଲାଙ୍ଗୀର ପାଇଁ ସୁରେନ୍ଦ୍ର କୁମାର, ଢେଙ୍କାନାଳ ପାଇଁ ରଞ୍ଜନା ଚେପ୍ରା, ନୂଆପଡ଼ା ପାଇଁ…
Archives


