ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ କିଛି ପରାମର୍ଶ ଦେଇପାରନ୍ତି ବୋଲି...
୧୫ରୁ ମାପ ଓଜନ ବିଭାଗର ସ୍ବତନ୍ତ୍ର ଚଢ଼ାଉ
ଭୁବନେଶ୍ୱର,୯।୪(ବ୍ୟୁରୋ): ବିଧାନସଭା ଅଧିବେଶନରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେତେକ ସୁନା ଦୋକାନରେ ମାପ ଓଜନରେ ଠକେଇ ହେଉଥିବା ସୂଚନା ଦେଇଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଛନକା ପଶିଥିବାବେଳେ...
ପଜିଟିଭ୍ କଏଦୀଙ୍କୁ ଜେଲ ମନା
ଭୁବନେଶ୍ୱର,୯।୪(ବ୍ୟୁରୋ): ଏଣିକି ପଜିଟିଭ୍ କଏଦୀଙ୍କୁ ଜେଲ୍ ମନା। ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଏଦୀଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଜେଲ୍ ବିଭାଗ ପକ୍ଷରୁ ଗୁରୁବାର ଏନେଇ ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଜାରି କରାଯାଇଛି। ଜେଲ୍ରେ...
ଆଜି ରାଜ୍ୟରେ ୧୨୮୨ ପଜିଟିଭ୍ ଚିହ୍ନଟ, ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ଼
ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ୧୨୮୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୬,୮୦୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ...
ଏସ୍ଏସ୍ସି ଆସିଷ୍ଟାଣ୍ଟ ଅଡିଟ୍ ଅଫିସର ପରୀକ୍ଷା: ସର୍ବଭାରତୀୟ ସ୍ତରରେ ରୋଷନ ଟପ୍ପର
ଖୋର୍ଦ୍ଧା ଅଫିସ,୯।୪: କଠିନ ପରିଶ୍ରମ, ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସ୍ବପ୍ନ ଏବଂ ଦୃଢ଼ ମନୋବଳ ସଫଳତା ଆଣିଦିଏ। ଏହାର ଉଦାହରଣ ପାଲଟିଛନ୍ତି ଖୋର୍ଦ୍ଧା ଜିଲା ଜଟଣୀର ରୋଷନ ଜେନା। ସର୍ବଭାରତୀୟ ସ୍ତରରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ରୋଷନ। ଏସ୍ଏସ୍ସି ଆସିଷ୍ଟାଣ୍ଟ...
ଗ୍ରାମୀଣ ଅର୍ଥନୈତିକ କରିଡର ବିକାଶ ହେବ
ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟର ୧୪୭ ବିଧାନସଭା ଆସନ ଅଞ୍ଚଳରେ ଗ୍ରାମୀଣ ଅର୍ଥନୈତିକ କରିଡର ବିକାଶ କରାଯିବ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।...
ବର୍ଷେ ପରେ କମିନି ଭୟ
ଢେଙ୍କାନାଳ ଅଫିସ, ୯।୪ ୨୦୨୦ ଏପ୍ରିଲ ୯। ଏହି ଦିନ କରୋନା ମ୍ୟାପ୍ରେ ସାମିଲ ହୋଇଥିଲା ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲା। ପୌରାଞ୍ଚଳରୁ ଚିହ୍ନଟ ହୋଇଥିଲେ ପ୍ରଥମ ଆକ୍ରାନ୍ତ। ଇତିମଧ୍ୟରେ ବର୍ଷେ ବିତିଛି। ବର୍ଷେ ଭିତରେ ଭୂତାଣୁ ଦେଇଥିବା ଯନ୍ତ୍ରଣା ସହିଛନ୍ତି...
ପାଣି ଖୋଜୁଛନ୍ତି ପଥିକ
ଖମାର,୯ା୪ ବଢ଼ୁଛି ଗ୍ରୀଷ୍ମପ୍ରବାହ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ସ୍ଥିତିକୁ ଦେଖି ସରକାର ସଚେତନ କରାଉଛନ୍ତି। ଅଂଶୁଘାତକୁ ନେଇ ସତର୍କ ରହିବାକୁ ଲୋକଙ୍କୁ ବାରମ୍ବାର ଚେତାଇ ଦେଉଛନ୍ତି। ଜରୁରୀ କାର୍ଯ୍ୟ ନ ଥିଲେ ଟାଣ ଖରାବେଳେ...
୩୦୦ କୋଟି ଟଙ୍କା, ୧୦ ଦିନ ପାଇଁ ଟିକା
ଭୁବନେଶ୍ୱର/ନୂଆଦିଲ୍ଲୀ, ୯।୪(ବୁରୋ):ବିଭିନ୍ନ ରାଜ୍ୟରେ କୋଭିଡ୍-୧୯ର ପୁନଃ ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ସୀମାନ୍ତବର୍ତ୍ତୀ ଜିଲାଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଓଡ଼ିଶା ପାଇଁ କରୋନା ସଂକ୍ରମଣ ପୁଣି ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମହାମାରୀ ମୁକାବିଲା ଲାଗି ରାଜ୍ୟ ସରକାର କୋଭିଡ୍ ପରିଚାଳନା...
ମିଶନ ଶକ୍ତିକୁ ମିଳିବ ଅବ୍ୟବହୃତ ସରକାରୀ ସମ୍ପତ୍ତି
ଭୁବନେଶ୍ୱର,୯ା୪(ବ୍ୟୁରୋ):ରାଜ୍ୟରେ ମିଶନ ଶକ୍ତିକୁ ଅଧିକ ସଶକ୍ତ କରିବାକୁ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ରାଜ୍ୟର ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲାର ଜିଲା, ବ୍ଲକ ଓ ପଞ୍ଚାୟତସ୍ତରରେ ଥିବା ମିଶନ ଶକ୍ତି ମହାସଂଘକୁ ପ୍ରଦାନ କରାଯିବ। ଜମି ହସ୍ତାନ୍ତର...
ସୁସ୍ଥ ହେଲେ ୨୨୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର, ୮।୪ : ଓଡ଼ିଶାରେ ଗୁରୁବାର ୨୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୮୯୦ରେ ପହଞ୍ଚିଛି। ନୂଆପଡ଼ାରୁ ସର୍ବାଧିକ ୪୦, ବରଗଡ଼ରୁ ୩୪, ଖୋର୍ଦ୍ଧା ଓ...
ବଜ୍ରପାତରେ ୨୦ ଗୋରୁ ମୃତ
ନବରଙ୍ଗପୁର/ନନ୍ଦାହାଣ୍ଡି,୮ା୪: ନବରଙ୍ଗପୁର ଜିଲାରେ ଗୁରୁବାର ବର୍ଷା ସହ ଝଡ଼ ତୋଫାନ୍ ହୋଇଥିଲା। ସେତିକିବେଳେ ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ଚର୍ଚ୍ଚ ପାଖ ଯୋଶେଫ ସୁନାଙ୍କ ଘର ସମ୍ମୁଖ ପଡ଼ିଆରେ ଏକ ଗଛ ମୂଳେ ୨୦ରୁ ଊଦ୍ଧର୍ବ ଗୋରୁ ଆଶ୍ରୟ ନେଇଥିଲେ। ଗଛ...
Archives


