ନର୍ଲା ବିଧାୟିକାଙ୍କ ସ୍ୱାମୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି
କଟକ,୧୬।୪: ନର୍ଲା ବିଧାୟିକାଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ହାଇକୋର୍ଟ ଦୁର୍ଗା ପ୍ରସାଦଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ନର୍ଲା ତହସିଲଦାରଙ୍କୁ ହତ୍ୟା ଧମକ ଦେଇ ବିବାଦରେ ପଡିଥିଲେ ଦୁର୍ଗା ପ୍ରସାଦ।
ହୋଟେଲରେ ଚାଲିଥିଲା ସେକ୍ସ ରାକେଟ, ୪ ଗିରଫ, ୨ ଯୁବତୀ ଉଦ୍ଧାର
ଭଦ୍ରକ,୧୬।୪: ଭଦ୍ରକ ସହରରୁ ଗୁରୁବାର ଏକ ବଡ଼ ଧରଣର ସେକ୍ସ ରାକେଟ ଠାବ୍ ହୋଇଛି। ସେକ୍ସ ରାକେଟରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ସହରର ରାଜଘାଟ ବ୍ରିଜ ଏବଂ…
ଆଜିଠୁ ଆରମ୍ଭ ହେଲା ଘରକୁ ଘର ବୁଲି ଜନଗଣନା, ବୁଲିବୁଲି ଘର ନଂ ପ୍ରକାଇଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର,୧୬।୪(ଦିଲ୍ଲୀପ ସାମଲ) : ଏପ୍ରିଲ ୧ ରୁ ଆରମ୍ଭ ହୋଇଯାଇଛି ଡିଜିଟାଲ ଜନଗଣନା ୨୦୨୭ । ପ୍ରଥମେ ଏପ୍ରିଲ ୧ ରୁ ୧୫ ତାରିଖ ପ୍ରର୍ଯ୍ୟନ୍ତ ସ୍ୱ-ଜନଗଣନା ହୋଇଥିଲା । ଏହାପରେ ଗୁରୁବାରଠୁ ତଥା ଏପ୍ରିଲ ୧୬ ରୁ ମେ ୧୫…
ଫୁଟବଲ୍ ପଡିଆରେ ଚାଲିଥିଲା କଫ ସିରପ କାରବାର, ମାଡି ବସିଲା ବରଗଡ଼ ପୋଲିସ୍
ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ ସଫଳତା । କଫ୍ ସିରପ କାରବାର ବେଳେ ମାଡିବସିଲା ପୋଲିସ । ବେହେରା ଫୁଟବଲ ପଡିଆରେ ଏହି କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢାଉ କରିଥିଲା। ଚଢାଉ ସମୟରେ ୯୬୦ ବୋତଲ…
ପୋଖରୀକୁ ଗୋଧୋଇବାକୁ ଯାଇ ବୁଡିଗଲେ ବଙ୍ଗାଳୀ ଶ୍ରମିକ, ଚପଲ ଦେଖି…
ବଲାଙ୍ଗୀର,୧୬।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁଇଁନ୍ତଲା ଥାନା ଅନ୍ତର୍ଗତ ଅଇଁଲାସାରି ଗାଁରେ ଅଭାବନୀୟ ଘଟଣା । ଗୁରୁବାର ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଜଣେ ବଙ୍ଗାଳୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବଙ୍ଗାଳୀ ଶ୍ରମିକ ଏକ କଂପାନୀରେ ଠିକାଦାରଙ୍କ ପାଖରେ…
ଗଞ୍ଜେଇ ଧରିବାକୁ ଯାଇ ହଟହଟା ହେଲା ଗଜପତି ପୋଲିସ୍; ଆକ୍ରମଣ ସହ ବନ୍ଦି କଲେ ଗ୍ରାମବାସୀ, ୧୩ ଗିରଫ
ମୋହନା,୧୬।୪( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ମହାପଦର ଓ ଗୁଡ଼୍ରୀପଙ୍କା ଗାଁ ନିକଟରେରେ ଗଞ୍ଜେଇ କାରବାର ନେଇ ଖବର ପାଇଥିଲା ପୋଲିସ । ହେଲେ ଚଢାଇ କରିବା ପୋଲିସକୁ ମହଙ୍ଗା ପଡିଛି । ଗାଁରେ ପାଖାପାଖି…
ଚିତାବାଘ ଛାଲ-ବଜ୍ରକାପ୍ତା କାତି ଚୋରା ଚାଲାଣ କରୁଥିଲେ ମା’-ପୁଅ; ମାଡିବସିଲା ବନ ବିଭାଗ, ବଜ୍ରକାପ୍ତାକୁ ୧୬୪ ଖଣ୍ଡ…
ନୟାଗଡ଼,୧୬।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜ କୁଜାମେଣ୍ଡି ବିଟ ହାଉସ ଅଞ୍ଚଳରୁ ଚିତାବାଘର ଛାଲ ଓ ୧୬୪ ଖଣ୍ଡ ବଜ୍ରକାପ୍ତା କାତି ଜବତ ହୋଇଛି । ଏହି ଘଟଣାରେ କୁଜାମେଣ୍ଢୀ ଗାଁର ଜ୍ୟୋସ୍ନା ରାଣୀ ମଲ୍ଲିକ ଓ ପୁଅ ପ୍ରଦୀପ…
ପ୍ରସୂତିଙ୍କୁ ନେଇ ଯାଉଥିବା ବେଳେ ପିଟିଦେଲା ଟ୍ରକ; ମାଇଁ ମୃତ, ୨ ଗୁରୁତର
ବଲାଙ୍ଗୀର,୧୬।୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଭାଲୁ ଡୁଙ୍ଗୁରିରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏକ ଟ୍ରକ ଧକ୍କାରେ ମାଇଁଙ୍କର ମୃତ୍ୟୁ ହୋଇଥିବା ବେଳେ ଭଣଜା ସମେତ ପ୍ରସୂତି ମହିଳା ଗୁରୁତର ହୋଇଛନ୍ତି । ସୂଚନା ମୁତାବକ…
ସ୍କୋର୍ପିଓ ଗାଡ଼ିରେ ବୌଦ୍ଧରୁ ଛତିଶଗଡ଼କୁ ହେଉଥିଲା ଗଞ୍ଜେଇ ଚାଲାଣ; ଅଧାବାଟରେ ମାଡ଼ିବସିଲା ପୋଲିସ, ତାପରେ…
ବଲାଙ୍ଗୀର,୧୬।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର –ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ଗଞ୍ଜେଇ ଭର୍ତ୍ତି ଏକ ସ୍କୋର୍ପିଓ (ନଂ ସିଜି ୦୪ କ୍ୟୁଡି ୪୩୮୫)କୁ ପୁଇଁନ୍ତଲା ଥାନା ପୋଲିସ ବୁଧବାର ଜବତ କରିଛି । ଉକ୍ତ ଗାଡିରୁ ୩.୬ କୁଇଣ୍ଟାଲ ଗଞ୍ଜେଇ…
ସୋସିଆଲ ମିଡିଆ ପ୍ରେମ; କଟକରୁ କଲେଜ ଛାତ୍ରୀଙ୍କୁ ନେଇ ପୁରୀରେ ବଳାତ୍କାର, ମାଷ୍ଟରମାଇଣ୍ଡକୁ ବାନ୍ଧିଲା ପୋଲିସ
କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍): କଟକରୁ କଲେଜ ଛାତ୍ରୀଙ୍କୁ ଅପହରଣ ପରେ ପୁରୀରେ ନେଇ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ଆସିଛି । ସୋସିଆଲ ମିଡିଆରେ ପ୍ରେମ ପରେ ପୁରୀକୁ ନେଇ ବଳାତ୍କାର କରାଯାଇଥିଲା । କଟକର ନାବାଳିକା କଲେଜ ଛାତ୍ରୀଙ୍କୁ ବଳାତ୍କାର ଘଟଣାରେ…
ଜାତୀୟ ମହିଳା ସଂରକ୍ଷଣ ବିଲ୍କୁ ବିଜେଡିର ସମର୍ଥନ
ଭୁବନେଶ୍ୱର,୧୬ା୪(ସୁନିତ୍ ମିଶ୍ର): ମହିଳା ସଂରକ୍ଷଣ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସାରା ଦେଶରେ ବିଜୁ ପଟ୍ଟନାୟକ ଜଣେ ଅଗ୍ରଦୂତ ଥିଲେ। ବିଜେଡି ସବୁବେଳେ ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ସଂଗ୍ରାମ କରିଆସିଛି। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ମହିଳାମାନଙ୍କ ପାଇଁ…
ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର
ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ ଏହି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ଫୁଲବାଣୀ…

