ବଦଳିଲା ରାଜ୍ୟ ଯୋଜନା ବୋର୍ଡ, ଏହି ନୂଆ ନାମରେ ହେଲା ନାମିତ
ଭୁବନେଶ୍ୱର,୧୮ା୪: ରାଜ୍ୟ ଯୋଜନା ବୋର୍ଡର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ନୀତି ଓ ବିକାଶର ଥିଙ୍କ୍ ଟ୍ୟାଙ୍କ ପାଲଟିଥିବା ଯୋଜନା ବୋର୍ଡ ଏବେ ଇତିହାସ ପାଲଟିଛି। ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ ଇନିସିଏଟିଭି ବା SITI-Odisha ନାମରେ ନାମିତ ହୋଇଥିବା…
ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ: ଓଡ଼ିଶା ସମେତ ଏହି ସବୁ ରାଜ୍ୟରୁ ଧରାପଡିଲେ…
ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୪: ଦେଶରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି। ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରସ୍ତୁତ ହେଉଥିବା ଚାରି ଜଣ ଯୁବକଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନଙ୍କୁ ବିଭିନ୍ନ ରାଜ୍ୟ:…
ଘରେ ପଶି ନେଇଥିଲେ ନଗଦ ଟଙ୍କା,ସୁନା ଛାଡ଼ି ନଥିଲେ ବି ଲୁଗା: ଘଟଣାର ୪ ମାସ ପରେ ପର୍ଦ୍ଦାଫାଶ
ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମର ଏନ. ରାଜିୟା ରେଡ୍ଡୀଙ୍କ ଘରେ ପଶି ନଗଦ ୬୦ ହଜାର ଟଙ୍କା, ୩୦ଟି ଲୁଗା,ମୋବାଇଲ ଫୋନ ଏବଂ ସୁନା ଅଳଙ୍କାର ଚୋରି ଘଟଣାରେ ଦିଗପହଣ୍ଡି ପୋଲିସ…
ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା: ଗାଡି ଚଳାଚଳ, ଶିକ୍ଷାନୁଷ୍ଠାନ ସବୁ ବନ୍ଦ, କଂଗ୍ରେସର ସମର୍ଥନ
ବାରିପଦା,୧୮।୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀ ମୃତ୍ୟୁ ଓ ୧୪୬ରୁ ଅଧିକ ଅସୁସ୍ଥ ଘଟଣାରେ ଶନିବାର ବିଜେଡି ପକ୍ଷରୁ ୧୨ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ଫଳରେ ସମଗ୍ର…
ବରଗଡ଼ ଯାଉଥିବାବେଳେ ବସ୍ରେ ଟଳିପଡିଲେ ଯାତ୍ରୀ
ସମ୍ବଲପୁର/ବରଗଡ଼,୧୮ା୪(ପ୍ରମୋଦ ବହିଦାର/ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ଅଇଁଠାପାଲି ବସଷ୍ଟାଣ୍ଡରେ ଗୁରୁବାର ସନ୍ଧ୍ୟାରେ ବସ୍ ଭିତରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଯାତ୍ରୀ ଜଣକ ହେଲେ ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କରଣ୍ଡୁଲା ଦାମପାଲି ଗ୍ରାମର କୁଳମଣି କୁମ୍ଭାର(୩୦)। ଗୁରୁବାର ସନ୍ଧ୍ୟାରେ…
ବିଦ୍ୟାଳୟ ଅଭିମୁଖେ ଯାଉଥିବାବେଳେ ବଡ଼ ଅଘଟଣ: ସ୍କୁଲ ଗାଡ଼ି ଓଲଟି ୧୦ ଛାତ୍ରୀଛାତ୍ର…
ଦିଗପହଣ୍ଡି/ଚିକିଟି,୧୮।୪(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗଡ଼ ଧାନଘର ଛକ ବିଦ୍ୟୁତ କାର୍ଯ୍ୟାଳୟ ନିକଟ ମୁଖ୍ୟରାସ୍ତାକଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଶନିବାର ସକାଳେ ଏକ ସ୍କୁଲ ଗାଡ଼ି ଓଲଟି ପଡିଛି। ମା ’…
ଏହି ଜିଲାରେ ଆଜିଠୁ ୫ ଦିନ ଯାଏ ସ୍କୁଲ, କଲେଜ ଛୁଟି
ଭୁବନେଶ୍ୱର,୧୮।୩: ବୌଦ୍ଧରେ ଆଜିଠୁ ୨୨ତାରିଖ ଯାଏ ସ୍କୁଲ, କଲେଜ ଛୁଟି ଘୋଷଣା। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ସକାଳ ସମୟରେ ପରୀକ୍ଷା ଅନୁଷ୍ଠିତ ହୋଇପାରିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି। ସେହିପରି…
ଏସ୍ସିବି ରୋଗୀଙ୍କ ଖାଦ୍ୟରୁ ବାହାରିଲା ବେଙ୍ଗ: ଭିଡିଓ ଭାଇରାଲ ପରେ ଚର୍ଚ୍ଚା ବଢ଼ିଲା
କଟକ,୧୮।୪(ଶିଳ୍ପା ପ୍ରିୟଦର୍ଶିନୀ):ଡାକ୍ତରଖାନାରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟରୁ ବେଙ୍ଗ ବାହାରିବା ଘଟଣା ଏବେ ସାମ୍ନାକୁ ଆସିଛି। ତେବେ ଏହି ଖାଦ୍ୟ ଏସ୍ସିବି ମେଡିକାଲ ପରିସରରେ ଥିବା ଏକ କ୍ୟାଣ୍ଟିନର ବୋଲି କୁହାଯାଉଛି। ମେଡିକାଲରେ ଜଣେ ରୋଗୀଙ୍କ ଖାଦ୍ୟରେ ଥିବା ଆଚାରରୁ ବେଙ୍ଗ ବାହାରିଥିବାବେଳେ…
ବେଲୁ ନାହିଁ, ବେଲେଇ ହଉଛନ୍ତି: ବିଜୁବାବୁଙ୍କ ମଥାରେ କଳଙ୍କର ଟିକା ଲଗାଇଥିବା ପରିବାର ଏବେ…
ଭୁବନେଶ୍ୱର,୧୮ା୪(ସୁନିତ୍ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ନେଇ କିଛିଦିନ ହେବ ରାଜ୍ୟ ରାଜନୀତିରେ ଅନେକ ବିତର୍କ ଚାଲିଛି। କିଏ ବିଜୁଙ୍କୁ ସିଆଇଏ ଏଜେଣ୍ଟ କହିଲାଣି ତ, ଆଉ କେତେଜଣ ପ୍ରତ୍ୟାଖ୍ୟାତ ନେତା ବିଜୁ ଲିଗାସି ନାଁରେ ମଞ୍ଚ ବାନ୍ଧୁଛନ୍ତି। ମଞ୍ଚ ସୃଷ୍ଟି…
ଓଡ଼ିଶା ପାଇଁ ଗର୍ବ: ଓଡ଼ିଆ ସିନେମା ‘ବୋଉ ବୁଟୁ ଭୂତ’କୁ ଜାତୀୟ ଚଳଚ୍ଚିତ୍ର ସମ୍ମାନ
ଭୁବନେଶ୍ୱର,୧୮ା୪(ବନ୍ଦନା ସେଠୀ):ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛି ଓଡ଼ିଆ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’। ମୁମ୍ବାଇରେ ଆୟୋଜିତ ଇନ୍କା (ଆଇଏନ୍ସିଏ) ଆୱାଡର୍ସ ଉତ୍ସବରେ ଏହାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ୨୦୨୫ରେ ମୁକ୍ତିଲାଭ କରିଥିବା ଦେଶର ଶ୍ରେଷ୍ଠ ୧୦ଟି…
କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା
ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ କଲେଜ,ଅଙ୍ଗନୱାଡିକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ ପାୱାର ସଚିନ ପ୍ରକାଶ। ଏ ନେଇଁ…
ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…
ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି। ସେମାନେ ଘରକୁ ପହଞ୍ଚିବା ପରେ ପରିବାରରେ ଖୁସି…

