ରାଜ୍ୟ

ଭଞ୍ଜନଗରରେ ବିଜେଡି ଆଗୁଆ

ଭଞ୍ଜନଗର,୨୩।୫(ଡି.ଏନ୍‌.ଏ.)- ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରଦ୍ୟୁମ୍ନ ନାୟକଙ୍କ ଠାରୁ ୪୨୩ ଭୋଟରେ ଆଗୁଆ ଅଛନ୍ତି। ସେହିପରି ସୋରଡା ନିର୍ବାନ...

ଯାଜପୁର ଜିଲାରେ ଭୋଟ ଗଣନା ଆରମ୍ଭ

ଯାଜପୁର ଅଫିସ,୨୩।୫: ଯାଜପୁର ଜିଲାର ୭ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଗୁରୁବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଭୋଟ କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଗଣତି ଚାଲିଥିବା ସୂଚନା ରହିଛି।

୪୭ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ପରୀକ୍ଷା

ଭଦ୍ରକ ଅଫିସ,୨୩ା୫: ଗୁରୁବାର ୪୭ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ପରୀକ୍ଷାର ଫଳାଫଳ ନିର୍ଣ୍ଣୟ ହେବ। ୫ ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ପ୍ରାର୍ଥୀ ଚୂଡାନ୍ତ ହେବ। ନିର୍ବାଚନ ମଇଦାନରେ ଓହ୍ଲାଇଥିବା ସମସ୍ତ ୪୭ ପ୍ରତିଦ୍ୱନ୍ଦୀଙ୍କ ହୃଦସ୍ପନ୍ଦନ ବଢିବାରେ ଲାଗିଛି। କାହା...

କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଗଣତି

ଭଦ୍ରକ ଅଫିସ,୨୩।୫: ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିବ। ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଭଦ୍ରକରେ ଗୁରୁବାର ସକାଳ ୮ଟାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଆରମ୍ଭ ହୋଇଛି। ଜିଲା ସଂସ୍କୃୃତି ଭବନ ପରିସରରେ ପ୍ରଥମେ...

ମାଟ୍ରିକ ପରୀକ୍ଷାରେ ଟି.ଏସ୍‌.ଜି. ଗୁରୁକୁଳର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର,୨୩।୫(ବ୍ୟୁରୋ) : ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଟି.ଏସ୍‌.ଜି ଗୁରୁକୁଳର ଓଡ଼ିଆ ମାଧ୍ୟମ ଛାତ୍ରୀଛାତ୍ର ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଏହି ଧାରା ବିଗତ ୯ବର୍ଷ ଧରି ଅପ୍ରତିହତ ରହିଛି। ସ୍କୁଲର ଏହି ସଫଳତାରେ ଖୁସି ପ୍ରକାଶ କରି ଏହାର...

ଆଶା ଆଶଙ୍କାରେ ବହୁ ହେଭିୱେଟ୍‌

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ପ୍ରତୀକ୍ଷାର ଅନ୍ତଘଟାଇ ଗୁରୁବାର ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ନିର୍ବାଚନ ମଇଦାନରେ ଥିବା ସବୁ ଦଳର ହେଭିୱେଟ୍‌ଙ୍କ ରାଜନୈତିକ ଭାଗ୍ୟ ସଂକ୍ରାନ୍ତ ନିଷ୍ପତ୍ତି ଭୋଟର ନେଇସାରିଛନ୍ତି। ତେଣୁ କେଉଁ ହେଭିୱେଟ୍‌ ସଫଳ ହେଉଛନ୍ତି, କିଏ ପଛରେ...

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳି

ବ୍ରହ୍ମପୁର ଅଫିସ,୨୩ା୫: କିଛିଦିନର ନୀରବତା ପରେ ପୁଣି ଥରେ ବ୍ରହ୍ମପୁରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଗୁରୁବାର ସାଧାରଣ ନିର୍ବାଚନର ଭୋଟ ଗଣତି ହେବାକୁ ଥିବାବେଳେ ବୁଧବାର ରାତି ପ୍ରାୟ ୯ଟାବେଳେ ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନାଙ୍କୁ...

‘ଗେଲ୍‌ ଉତ୍କର୍ଷ’କୁ ଶତପ୍ରତିଶତ ସଫଳତା : ଜେଇଇ ମେନ୍‌ରେ ସଫଳ ହେଲେ ସମସ୍ତ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୩।୫(ବ୍ୟୁରୋ): ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଏହାର ଫ୍ଲାଗ୍‌ସିପ୍‌ କର୍ପୋରେଟ୍‌ ସୋସିଆଲ ରେସ୍‌ପନ୍ସିବିଲିଟି(ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ କାନପୁର ସେଣ୍ଟରଠାରେ ଜେଇଇ ମେନ୍‌ ୨୦୧୯ ପରୀକ୍ଷା ପାଇଁ କୋଚିଂ ନେଉଥିବା ସମସ୍ତ ଛାତ୍ରୀଛାତ୍ର ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆର୍ଥିକ ସ୍ତରରେ...

ପାଣିପାଗ କେନ୍ଦ୍ରର ସତର୍କ ସୂଚନା : ୨୬ ତାରିଖ ପର୍ଯ୍ୟନ୍ତ ୮ ଜିଲାକୁ ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର,୨୩।୫(ବ୍ୟୁରୋ)- ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଗୁରୁବାର ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ୮ ଜିଲାକୁ ହିଟ୍‌ ଓ୍ବେଭ୍‌ ଜାରି ରହିବ। ଆସନ୍ତା...

ନବଜାତ ଶିଶୁକୁ ମୃତ ଘୋଷଣା କରିଦେଲେ ଡାକ୍ତର: ଫିଙ୍ଗିବାକୁ ନେବା ବେଳେ ଚେତା ଆସିଲା

ଅନୁଗୋଳ ଅଫିସ, ୨୩।୫:  ନବଜାତ ଶିଶୁକୁ ମୃତ ଘୋଷଣା କରିଦେଲେ ନର୍ସିଂହୋମ ଡାକ୍ତର। ଏତିକିରେ ସରି ନ ଥିଲା ପରିବାରର ଦୁଃଖ। ପ୍ରସୂତିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଗଲା। ସେପଟେ ମା’ଙ୍କୁ ଡାକ୍ତରଖାନାରେ ଭର୍ତ୍ତି...

ଦିନ ମଜୁରିଆଙ୍କ ଝିଅ ରଖିଲେ ୮୮.୫% ମାର୍କ

ଢେଙ୍କାନାଳ ଅଫିସ, ୨୩।୫: ପ୍ରତିକୂଳ ପରିସ୍ଥିତି ଆସିଲେ ଅନେକେ ଆଶା ଛାଡ଼ିଦିଅନ୍ତି। ଦାୟିତ୍ୱରୁ ମୁହଁ ଫେରାଇ ପିଠି ପଛ କରି ଫେରିଆସନ୍ତି। ସମାଜରେ ଏପରି ଉଦାହରଣର ଅଭାବନାହିଁ। ହେଲେ ସମସ୍ୟାବହୁଳ ଜୀବନ ଭିତରେ ମଧ୍ୟ ଏପରି ଅନେକ ଅଛନ୍ତି, ଯେଉଁମାନେ ନିଜର...

କେଉଁ ୪ ପ୍ରାର୍ଥୀଙ୍କ ମୁଣ୍ଡରେ ହାତୀ ଢାଳିବ ସୁନାକଳସ

ନୟାଗଡ଼ ଅଫିସ,୨୨।୫: ପ୍ରାୟ ଏକ ମାସ ଧରି ଇଭିଏମ୍‌ରେ ସିଲ୍‌ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଗୁରୁବାର ଖୋଲାଯିବ। ଏହି ଦିନ ଭୋଟଗଣତି ହେଉଥିବାରୁ ସବୁଠି ଉତ୍କଣ୍ଠା ପରିଲକ୍ଷିତ ହେଉଛି। ଜିଲାର ୪ ନିର୍ବାଚନମଣ୍ଡଳୀ ପାଇଁ ହୋଇଥିବା ନିର୍ବାଚନର ଗଣତି କାର୍ଯ୍ୟକ୍ରମ...

Advertisement


Archives

Model This Week

Why Dharitri