ରାଜ୍ୟ

ଖୋଲିନି ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ର

ଲାଠୋର,୧୯ା୧୧(ଭୁବନେଶ୍ୱର ବାରିକ)ସରକାରୀ ନିୟମ ଅନୁସାରେ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ଶ୍ରମିକ ପରିବାରର ୬ରୁ ୧୪ ବର୍ଷର ଶିଶୁଙ୍କ ପାଇଁ ପ୍ରତିବର୍ଷ ନଭେମ୍ବର ୧୫ ତାରିଖରେ ଦାଦନ ପ୍ରବଣ ଅଞ୍ଚଳରେ ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ର ଖୋଲିଥାଏ। ମେ ୧୫…

ଗ୍ରାମବାସୀଙ୍କ ଭରସା ମାଟିରାସ୍ତା

କୁତ୍ରା,୧୯ା୧୧(ଦେବାଶିଷ ସାହୁ)ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ରାସ୍ତା ତିଆରି କରୁଛନ୍ତି। ହେଲେ ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ କଟଙ୍ଗ ବସ୍‌ଷ୍ଟାଣ୍ଡରୁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ…

ଲିଫ୍ଟ ଅଚଳ, ଟଏଲେଟ୍‌ରେ ତାଲା

ରାଉରକେଲା,୧୯।୧୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ରେଲଓ୍ବେ ଷ୍ଟେଶନରେ ସ୍ବୟଂଚାଳିତ ଲିଫ୍ଟ ଅଚଳ ହୋଇପଡିଥିବା ବେଳେ ଟଏଲେଟ ସମସ୍ୟାର ସମାଧାନ ହେଉନାହିଁ। ଫଳରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁସାରେ, ଏହି ଷ୍ଟେଶନର ୪ ଓ ୫ ନମ୍ବର ଫ୍ଲାଟଫର୍ମର ଲିଫ୍ଟ…

ମଧ୍ୟାହ୍ନଭୋଜନରେ ପୋକ

ଚାନ୍ଦବାଲି,୧୯।୧୧(କିଷାନ ପାତ୍ର)ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ପରମାନନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ସୋୟାବିନ ତରକାରିରେ ପୁଳା ପୁଳା ଧଳା ଲାଙ୍ଗୁଡିଆ ପୋକ ବାହାରିଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ଛାତ୍ରୀଛାତ୍ର ଓ ଅଭିଭାବକମାନେ ଶନିବାର ସ୍କୁଲ…

ତିଗିରିଆ ବାତ୍ୟା ଆଶ୍ରୟସ୍ଥଳୀ ଅସୁରକ୍ଷିତ

ପଟ୍ଟାମୁଣ୍ଡାଇ,୧୯ା୧୧(ଅକ୍ଷୟ ବିଶ୍ୱାଳ)ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଞ୍ଚାୟତ ଅଧୀନ ତିଗିରିଆ ବାତ୍ୟା ଆଶ୍ରୟସ୍ଥଳୀ ଅସୁରକ୍ଷିତ ହୋଇପଡିଛି। ଏନେଇ ତିଗିରିଆ ଗ୍ରାମବାସୀ ବାତ୍ୟା ଆଶ୍ରୟସ୍ଥଳ ନିକଟକୁ ଯିବାକୁ ସାହାସ କରୁ ନାହାନ୍ତି। ୨୦୦୩ରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ତତ୍କାଳୀନ ଏମ୍‌ପି ପ୍ରଭାତ ସାମନ୍ତରାୟ…

ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ଲାଗି ଆଉ ୩୪୯ଟି ଆମ୍ବୁଲାନ୍ସକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌‌ ପରିସରରେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବାରେ ନିୟୋଜିତ ହେବା ପାଇଁ ୩୪୯ଟି ନୂତନ ଆମ୍ବୁଲାନ୍ସକୁ ଲୋକାର୍ପଣ କରିଛନ୍ତି। ଦୁର୍ଘଟଣା କିମ୍ବା ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଏହି ଆମ୍ବୁଲାନ୍ସ…

ବଲାଙ୍ଗିରର ୨ଟି ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୨୯୬.୫୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର, ୧୮।୧୧: ବଲାଙ୍ଗୀର ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପ ୨୯୬.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରକଳ୍ପ ଦୁଇଟି ହେଉଛି: ସୁନଗଡ ନଦୀରେ ସିକୁଆଁ/ସିଲେଟକଣି ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ଅଙ୍ଗ ନଦୀରେ…

ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ନେବାକୁ ଅନୁମତି, ଜାଣନ୍ତୁ କିଏ ହେବେ ନୂଆ ଡିଜିପି ?

ଭୁବନେଶ୍ୱର, ୧୮।୧୧: ସରକାରୀ ଚାକିରିରୁ ଅବସର ନେବାକୁ ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ରାଜ୍ୟ ସରକାରଙ୍କ ଅନୁମତି ଦେଇଛନ୍ତି। ଅବସର ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଡିସେମ୍ବର ୩୧ରେ ଅବସର ନେବାକୁ ତାଙ୍କୁ ଅନୁମତି ମିଳିଛି।…

ନଭେମ୍ବର ୨୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୮।୧୧: ନଭେମ୍ବର ୨୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତି ରାଇରଙ୍ଗପୁରର ବାଦାମପାହାଡ଼ ଠାରେ ଟାଟା- ବାଦାମପାହାଡ ଟ୍ରେନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।…

ଟିମ୍‌ ଇଣ୍ଡିଆକୁ ବାଲୁକା କଳାରେ ଶୁଭେଚ୍ଛା ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ, ବେଳାଭୂମିରେ ଆଙ୍କିଲେ ୫୬ ଫୁଟର ବିଶ୍ୱକପ୍‌

ପୁରୀ,୧୮।୧୧: ଆସନ୍ତା ନଭେମ୍ବର ୧୯ ଅର୍ଥାତ ରବିବାର ଦିନ ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ବିଶ୍ୱକପ୍‌ ୨୦୨୩। ଏହି ରୋମାଞ୍ଚକର ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ। ତେବେ ଖ୍ୟାତନାମା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ…

ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର,୧୮।୧୧: ଶନିବାର ମନ୍ତ୍ରୀ ପରିଷଦ ବୈଠକ । ସନ୍ଧ୍ୟା ୫ ଟାରେ ଏହି ବୈଠକ ବସିବ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହୋର ବାଜିପାରେ । କିଛି ନୂଆ ଯୋଜନା କାର୍ଯ୍ୟକରୀ…

ରୁଟିରେ ଦର୍ଶନ ଦେଲେ ଜଗନ୍ନାଥ

ଭଦ୍ରକ,୧୮।୧୧(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକ ମଙ୍ଗୁଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ରୁଟିରେ ଜଗନ୍ନାଥ ଦର୍ଶନ ଦେଇଛନ୍ତି। ସୂଚନା ମୁତାବକ ଶୁକ୍ରବାର ରାତିରେ ତାଙ୍କ ବୋହୁ ରୁଟି ସେକୁଥିବା ବେଳେ ରୁଟିର କିଛି ଅଂଶ ପୋଡ଼ିଯାଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?