ରାଜ୍ୟ

ଆମ ବସ୍‌କୁ ଧୂପଦୀପ ଦେଇ ଯମ ରୂପେ କଲେ ପୂଜା: ଅଧିଆ ପଡ଼ି କହିଲେ…

ଭୁବନେଶ୍ୱର,୪।୧: ଆମ ବସ୍‌କୁ ଯମ ରୂପେ ଧୂପ ଦେଇ ପୂଜା କଲେ। ବସ୍‌ ଆଗରେ ଅଧିଆ ପଡ଼ିଲେ। ପ୍ରାର୍ଥନା କଲେ ଏତିକିରେ ଶାନ୍ତି ହେଇଯା ଆଉ ମଣିଷ ମାରନି।ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ଗାଡ଼କଣ ଆମ ବସ ଡିପୋରୁ।…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ: ଆମ ବସ୍‌ ଡ୍ରାଇଭରଙ୍କୁ ଦିଆଯିବ ନିୟମିତ ଟ୍ରେନିଂ

ଭୁବନେଶ୍ୱର,୪ା୧: ରାଜ୍ୟ ସରକାରଙ୍କ ‘ଆମ ବସ୍‌’ ବାରମ୍ବାର ଦୁର୍ଘଟଣା ଘଟାଉଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି, ଡ୍ରାଇଭରଙ୍କୁ ନିୟମିତ ଟ୍ରେନିଂ ଦିଆଯିବ। ବିଶେଷକରି ଆମ ବସ୍‌ ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧିକୁ…

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।…

ବେଆଇନ ବ୍ଲାଷ୍ଟିଂ: ମାଟି ଅତଡ଼ା ତଳୁ ମିଳିଲା ୨ ମୃତଦେହ

ଢେଙ୍କାନାଳ,୪ା୧(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ବଦାଳୁ ନିକଟସ୍ଥ ଗୋପାଳପୁରଠାରେ ଥିବା ପଥରଖଣିରେ ଶନିବାର ସନ୍ଧ୍ୟାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ରାତିରେ ଉଦ୍ଧାର କାର୍ଯ୍ୟ ହୋଇପାରି ନ ଥିଲା। ରବିବାର ସକାଳେ ମୋଟଙ୍ଗା ଥାନା ପୋଲିସ, ଓଡ଼ାପଡ଼ା ତହସିଲଦାର…

ଆମ ବସ୍‌ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍‌ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍‌ ଲାଇନ ସ୍ମାର୍ଟ ସିଟି ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ ହୋଇଛି। ଶନିବାର ମୋ ବସ୍‌…

ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…

ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ରାଜମହଲ ଛକରୁ ବିଜୟ ବାରିକଙ୍କୁ ଗିରଫ କଲା ଭିଜିଲାନ୍ସ। ଜଣେ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀଠାରୁ ଲାଞ୍ଚ…

ବର୍ଷର ପ୍ରଥମ ପଥ ଉତ୍ସବ: ରାଜପଥରେ ଯାନବାହନ ଚଳାଚଳ ନିଷିଦ୍ଧ

ଭୁବନେଶ୍ୱର,୪।୧: ଆଜି ପଥ ଉତ୍ସବ। ସକାଳ ୬ଟାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଥ ଉତ୍ସବ ଆରମ୍ଭ ହୋଇଛି। ମାଷ୍ଟର୍‌ କ୍ୟାଣ୍ଟିନ ଛକଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉପରେ ନାଚଗୀତ ହେଉଛି। ବର୍ଷର ପ୍ରଥମ ପଥ ଉତ୍ସବ ପାଇଁ ରାଜପଥରେ…

୭ରୁ ୧୫ ବିଧାନସଭା ଘେରିବ କଂଗ୍ରେସ

ଭୁବନେଶ୍ୱର, ୪।୧(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ନାମ ବଦଳାଇ ବିଭି-ଜି ରାମ ଜି ରଖିବା କେବଳ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଉପରେ ଆକ୍ରମଣ ନୁହେଁ, ବରଂ ଦେଶର ବହୁ କୋଟି ଗରିବ, ଖଟିଖିଆ, ଶ୍ରମିକଙ୍କ ରୋଟି ଉପରେ ଆକ୍ରମଣ। ଗଡ୍‌ସେଙ୍କ…

ବିମାନବନ୍ଦରରୁୁ ପୁଣି ୮କୋଟିର ମାରିଜୁଆନା ଜବତ

ଭୁବନେଶ୍ୱର,୪।୧(ତ୍ରିନାଥ ମହାନ୍ତି): ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ବିଦେଶୀ ଗଞ୍ଜେଇ (ମାରିଜୁଆନା) ଜବତ କରାଯାଇଛି। ଜବତ ମାରିଜୁଆନାର ମୂଲ୍ୟ ୮କୋଟି ହେବ ବୋଲି ଅନୁମାନ କରାଯାଉଛି। ଜଣେ ଯାତ୍ରୀଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ରାଜସ୍ୱ ଗୋଇନ୍ଦା ନିର୍ଦ୍ଦେଶାଳ(ଡିଆର୍‌ଆଇ) ଯାଞ୍ଚ କରିଥିଲା। ଯାଞ୍ଚ…

ସରକାରୀ ପ୍ରତିଷ୍ଠାନରେ ଭିଡିଓ, ଫଟୋ, ରିଲ୍ସକରି ଛାଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୪।୧(ସୁନିତ୍‌ ମିଶ୍ର): ସାମାଜିକ ଗଣମାଧ୍ୟମରେ ଲୋକସେବା ଭବନ, ରାଜୀବ ଭବନ ଏବଂ ଖାରବେଳ ଭବନରେ ରିଲ୍ସ, ଭିଡିଓ ଉତ୍ତୋଳନ ଉପରେ ସରକାର କଟକଣା ଲଗାଇଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଧିବଦ୍ଧ ନୋଟିସ ଜାରି କରାଯାଇଛି। ଉକ୍ତ ନୋଟିସରେ…

କଳାମୁଗୁନି ଖଣିରେ ବଡ଼ ବିସ୍ଫୋରଣ: ୪ ମୃତ୍ୟୁ ଆଶଙ୍କା

ଢେଙ୍କାନାଳ, ୪ା୧(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ମୋଟଙ୍ଗା ଥାନା ବଦାଳୋ ନିକଟସ୍ଥ ଗୋପାଳପୁରଠାରେ ଥିବା କଳାମୁଗୁନି ପଥର ଖଣିରେ ଶନିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ଶ୍ରମିକଙ୍କର ମୃତ୍ୟୁ…

କଂସ ବଧ: ସରିଲା ବରଗଡ଼ ଧନୁଯାତ୍ରା, କ୍ଷମା ପ୍ରାର୍ଥନା ପାଇଁ ପୁରୀ ଅଭିମୁଖେ…

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶନିବାର ଉଦଯାପିତ ହୋଇଛି। ୧୧ଦିନ ଧରି ଚାଲିଥିବା ଏହି ମହୋତ୍ସବର ଅନ୍ତିମ ଦିବସରେ କଂସବଧ ଦୃଶ୍ୟାଭିନୟ ହୋଇଥିଲା। କଂସବଧ ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଥିଲା ଏବଂ ଚଳିତବର୍ଷର ଧନୁଯାତ୍ରା ମହୋତ୍ସବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri