କଳାମୁଗୁନି ଖଣିରେ ବଡ଼ ବିସ୍ଫୋରଣ: ୪ ମୃତ୍ୟୁ ଆଶଙ୍କା

ଢେଙ୍କାନାଳ, ୪ା୧(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ମୋଟଙ୍ଗା ଥାନା ବଦାଳୋ ନିକଟସ୍ଥ ଗୋପାଳପୁରଠାରେ ଥିବା କଳାମୁଗୁନି ପଥର ଖଣିରେ ଶନିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଥିବା ବେଳେ ସରକାରୀ ସ୍ତରରେ ମୃତାହତଙ୍କ ସୂଚନା ଦିଆଯାଇନାହିଁ। ଓଡ଼ାପଡ଼ା ତହସିଲଦାରଙ୍କ ସମେତ ମୋଟଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅନ୍ଧାରରେ ଛାନ୍‌ଭିନ କରୁଛି ା ଭାଇବ୍ରେଟର ଲଗାଇ ବ୍ଲାଷ୍ଟିଂ କରାଯାଉଥିବା ବେଳେ ପଥର ଖଣିରେ ୬ ଶ୍ରମିକ କାମ କରୁଥିବା କୁହାଯାଉଛି। ସେମାନଙ୍କ ଉପରେ ମାଟି ଖସିପଡ଼ିଥିବା ସନ୍ଦେହ କରାଯାଉଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏ ସଂକ୍ରାନ୍ତରେ ଓଡ଼ାପଡ଼ା ତହସିଲଦାର ମନୋଜ ମାଝୀ କହିଛନ୍ତି, ଅତିରିକ୍ତ ତହସିଲଦାରଙ୍କ ସମେତ ମୋଟଙ୍ଗା ଥାନା ଅଧିକାରୀ ଦୀପକ ଲେଙ୍କା ଓ ପୋଲିସ ସମସ୍ତେ ମିଶି ଘଟଣାସ୍ଥଳ ନିକଟରେ ପହଞ୍ଚତ୍ଥିବା ବେଳେ ରାତି ହୋଇଯାଇଥିବାରୁ ଅନ୍ଧାରରେ ମୋବାଇଲ ଲାଇଟ୍‌ ଲଗାଇ ତଦନ୍ତ କରିବା କଷ୍ଟକର ହୋଇପଡିଛି। ତଥାପି ଯାଞ୍ଚ ଜାରିରଖିଛୁ। ଘଟଣା ସମ୍ପର୍କରେ ଏସ୍‌ପି ଅଭିନବ ସୋନକର କହିଛନ୍ତି, ଖବରପାଇ ମୋଟଙ୍ଗା ଥାନା ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ରାତି ହୋଇଯିବାରୁ ଛାନଭିନରେ ସମସ୍ୟା ଉପୁଜିଛି ା ବର୍ତ୍ତମାନ ସୁଦ୍ଧା ଘଟଣା ସମ୍ପର୍କରେ ତଥ୍ୟ ଅସ୍ପଷ୍ଟ ରହିଛି ା ସୂଚନା ମିଳିଲେ ଆମେ ଜଣାଇବୁ। କିଛି ଶ୍ରମିକ ମାଟିତଳେ ଫସିରହିଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ସୂଚନାରୁ ମିଳୁଛି।
ସ୍ଥାନୀୟ ଅଞ୍ଚଳରୁ ଖବର ପାଇବା ପରେ ଢେଙ୍କାନାଳ ଏମ୍‌ପି ରୁଦ୍ରନାରାୟଣ ପାଣି ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ତୁରନ୍ତ ଏ ସମ୍ପର୍କରେ ତଦନ୍ତ କରିବା ପାଇଁ ଜିଲାପାଳ, ଏସ୍‌ପି ଓ ଉପଜିଲାପାଳଙ୍କୁ କହିଛନ୍ତି। ଓଡ଼ିଶା ମାଇନିଂ ଅଫିସର ଢେଙ୍କାନାଳ ଜିଲା ପକ୍ଷରୁ ଗତ ୮.୯.୨୦୨୫ରେ ପତ୍ର ସଂଖ୍ୟା ନଂ ୧୮୦୮ରେ ଖଣି ଅଧିକାରୀ ସମସ୍ତ କଳାପଥର ଓ ରୋଡ୍‌ମେଟାଲ କ୍ୱାରି ଲିଜ୍‌୍‌ଧାରୀଙ୍କୁ ବ୍ଲାଷ୍ଟିଂ ଅନୁମତିପତ୍ର ଦାଖଲ କରି ନ ଥିଲେ ଖଣିରେ ପଥର ଖନନ କାର୍ଯ୍ୟ କରିପାରିବେ ନାହିଁ ବୋଲି ଚିଠି ମାଧ୍ୟମରେ ଜଣାଇଥିଲେ। ଏହି ପତ୍ରର ଏକକିତା ନକଲ ଜିଲାପାଳ ଏବଂ ବିଭିନ୍ନ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା। ତେବେ ଉକ୍ତ ପଥର ଖଣିରେ ବ୍ଲାଷ୍ଟିଂ ଅନୁମତିପତ୍ର ପ୍ରଦାନ କରାଯାଇ କାର୍ଯ୍ୟ କରାଯାଉଥିଲା କି ନାହିଁ ତାହା ତଦନ୍ତ ସାପେକ୍ଷ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri