ରାଜ୍ୟ

ଗଳିକନ୍ଦିରେ ରହୁଛି ଗାଡ଼ି

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଗାଡିମୋଟର ସଂଖ୍ୟା ବଢ଼ିବାରେ ଳାଗିଛି। ବିଶେଷକରି ଲୋକେ ରାସ୍ତା ଓ ନୋ ପାର୍କିଂ ଜୋନ୍‌ରେ ଗାଡି ରଖୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ସହରର ସବୁଠାରୁ ଜନଗହଳିପୂର୍ଣ୍ଣ ଅଞ୍ଚଳ କୁହାଯାଉଥିବା ରାଜମହଲ…

ରଞ୍ଜନ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ସରକାର ଶନିବାର ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଦଳିଛନ୍ତି। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କୁ ବଦଳି…

ନୈନା ମୃତ୍ୟୁ ମାମଲା: ତଦନ୍ତ କମିଟି ଦ୍ୱାରା ତଦନ୍ତ କରିବାକୁ ହାଇକୋର୍ଟଙ୍କ ଆଦେଶ

କେନ୍ଦୁଝର,୨୯ା୪(ସ୍ବ.ପ୍ର.): କେନ୍ଦୁଝର ସମାଜସେବୀ ରୋଜାଲିନ ସାହୁ (ନୈନା) ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟ ଏକ ମାମଲାର ବିଚାର କରି ଏକ ତଦନ୍ତ କମିଟି ଦ୍ୱାରା ଯାଞ୍ଚ କରିବାକୁ କେନ୍ଦୁଝର ଏସ୍‌ପିଙ୍କୁ ଆଦେଶ ଦେଇଛନ୍ତି। ଏଥିରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ କୌଣସି ଛାଡ଼ ନ…

ଆଇପିଏସ୍‌ ସ୍ତରରେ ଅଦଳବଦଳ, ବିନୟତୋଷ ମିଶ୍ର ହୋମଗାର୍ଡ ଡିଜି

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ବରିଷ୍ଠ ଆଇପିଏସ୍‌ ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଦାୟିତ୍ୱ ମିଳିଥିବା…

ଜେଇଇ ମେନ୍‌ ସେସନ୍‌-୨ ରେଜଲ୍ଟ ପ୍ରକାଶ: ପ୍ରିୟଙ୍କା ସର ରାଜ୍ୟ ଟପ୍ପର

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ଶନିବାର ପ୍ରକାଶ ପାଇଛି ଜେଇଇ ମେନ ସେସନ-୨ ରେଜଲ୍ଟ। ଏହି ପରୀକ୍ଷାରେ ପ୍ରିୟଙ୍କା ସର ୯୯.୯୮ ପ୍ରତିଶତ ମାର୍କ ରଖି ରାଜ୍ୟ ଟପ୍ପର ହୋଇଛନ୍ତି। ସେ ଫିଜିକ୍ସରେ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି। ଗଣିତରେ ୧୦୦ ପ୍ରତିଶତ ମଧ୍ୟ ରଖିଛନ୍ତି…

ମୋତେ ବରବାଦ୍‌ କରିଦେଲା, ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ଦେଇ ଆତ୍ମହତ୍ୟା କଲେ ଯୁବକ

ଭବାନୀପାଟଣା,୨୯ା୪(ସ୍ବ.ପ୍ର.): ପ୍ରେମରେ ମିଳିଲା ଧୋକା। ପ୍ରତାରଣା ସହି ନ ପାଇ ଯୁବକ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ଦେଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ଥାନା ଭାଲୁଚୁଆଁ ଗାଁରେ। ମୃତ ଯୁବକଙ୍କ ନାମ ହିମାଂଶୁ…

ଆସୁଛି ଲଘୁଚାପ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ଆସୁଛି ଲଘୁଚାପ। ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ମେ’ ୫ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ଏହା ଅବପାତ ରୂପ…

ଟ୍ରକ ତଳେ ପଶିଗଲା କାର, ଜଣେ ମୃତ, ୪ ଗୁରୁତର

ଭଦ୍ରକ ଅଫିସ,୨୯।୪: ପଶ୍ଚିମବଙ୍ଗରୁ ଏକ କାର ପୁରୀ ଯାଉଥିବା ବେଳେ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ…

ଭାଜପା, କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ବିଜେଡି

ଭୁବନେଶ୍ବର, ୨୯।୪(ବ୍ୟୁରୋ): ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। କୋଟି କୋଟି ଚାଷୀ ଏବଂ ମତ୍ସ୍ୟଜୀବୀ ସେମାନଙ୍କ ଜୀବନ ଜୀବିକା ପାଇଁ ଏହା ଉପରେ ନିର୍ଭରଶୀଳ। ମହାନଦୀ ଓଡ଼ିଶାର ଅଧା ଜିଲା ଦେଇ ପ୍ରବାହିତ ହେଉଛି ଏବଂ ରାଜ୍ୟର ପ୍ରାୟ ୨.୫ କୋଟି…

ଶ୍ରୀମନ୍ଦିର ସଂସ୍କାର ମାମଲା: ୧ରେ ଶୁଣାଣି

ନୂଆଦିଲ୍ଲୀ,୨୯।୪: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆସନ୍ତା ୧ତାରିଖରେ ହେବ। ଆବେଦନକାରିଣୀ ମ୍ରିଣାଳିନୀ ପାଢ଼ୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ବିଚାରପତି ଏମ୍‌.ଆର୍‌.ଶାହ ଏବଂ ଜଷ୍ଟିସ ସି.ଟି. ରବିକୁମାରଙ୍କ ଖଣ୍ଡପୀଠରେ ହେବ। ପୂର୍ବରୁ ଏହି ମାମଲରେ ଉଭୟ…

ଚାଷୀଙ୍କୁ ମିଳିବ ୯୫୦୦ କୋଟିର ଖରିଫ ଋଣ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ସମବାୟ ବିଭାଗ ପକ୍ଷରୁ ୨୦୨୩ ଖରିଫ ଫସଲ ନିମନ୍ତେ ୯୫୦୦ କୋଟି ଟଙ୍କାର ଋଣ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ମୋଟ ଫସଲ ଋଣର ସିଂହଭାଗ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ…

ଓଡ଼ିଶା ବିଜୁ ପକ୍କାଘରେ ଆନ୍ଧ୍ରର ଷ୍ଟିକର

ପଟ୍ଟାଙ୍ଗି, ୨୯।୪୪(ଡି.ଏନ୍‌.ଏ.): ଓଡ଼ିଶାରେ ଆନ୍ଧ୍ରର ଅନୁପ୍ରବେଶ ଜାରି ରହିଛି। ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଲୋକଙ୍କୁ ଆନ୍ଧ୍ର ପ୍ରଭାବିତ କରିବାରେ ଲାଗିଛି। କିଛି ଦିନ ତଳେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତର କିଛି ଗ୍ରାମରେ ଆନ୍ଧ୍ରର ଅଧିକାରୀମାନେ ଆଧାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri