ରାଜ୍ୟ

ଜେରିଆଟିକ ୱାର୍ଡରେ ତାଲା: ବୟସ୍କ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ

ଅନୁଗୋଳ ଅଫିସ, ୧୧।୧୦-ବୟସ୍କ ରୋଗୀ ବା ବରିଷ୍ଠ ନାଗରିକଙ୍କ ଚିକିତ୍ସା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜେରିଆଟିକ ୱାର୍ଡ ଖୋଲାଯାଇଛି। କିନ୍ତୁ ଗତ ସପ୍ତାହେ ହେଲା ଉକ୍ତ ଓ୍ବାର୍ଡରେ ତାଲା ଝୁଲାଇ ଦିଆଯାଇଥିବାରୁ ମେଡିକାଲକୁ ଆସୁଥିବା ବୟସ୍କ ରୋଗୀମାନେ...

ପୂଜା ପାଇଁ ସଜେଇ ହେଉଛି କୁଲାଡ଼ ଗାଁ: ୯ ମଣ୍ଡପରେ ପୂଜା ପାଇବେ ମା’ ଲକ୍ଷ୍ମୀ

ବଅଁରପାଳ, ୧୧।୧୦ (ଡି.ଏନ୍‌.ଏ.)-କୁମାର ପୂର୍ଣ୍ଣିମା ତିଥିରୁ ଆରମ୍ଭ ହେବ ମା’ ଲକ୍ଷ୍ମୀଙ୍କ ପୂଜା। ଢେଙ୍କାନାଳ ପରି ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଏହି ପୂଜାର ସ୍ବତନ୍ତ୍ରତା ରହିଛି। କୁଲାଡ଼ ଗ୍ରାମବାସୀ ମା’ ଲକ୍ଷ୍ମୀଙ୍କ ପୂଜାକୁ ଗଣପର୍ବ ଭାବେ...

ଗଞ୍ଜାମରେ ବଢ଼ୁଛନ୍ତି ମାନସିକ ରୋଗୀ

ବ୍ରହ୍ମପୁର ଅଫିସ୍‌,୧୧ା୧୦- ଗଞ୍ଜାମ ଜିଲାରେ ମାନସିକ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ତଥା ଜିଲା ମୁଖ୍ୟ ଚିକିତ୍ସାଳୟ ମାନସିକ ରୋଗ ବିଭାଗରେ ଗତ ଅଢ଼େଇ ବର୍ଷରେ ପ୍ରାୟ ୯ହଜାର ରୋଗୀ ଚିକିତ୍ସିତ ହୋଇଛନ୍ତି।...

ଏନ୍‌ଏଚ୍‌ରେ ପଡ଼ି ରହିଛି ଦୁର୍ଘଟଣାଗ୍ରସ୍ତ ଟ୍ରକ

ଘସିପୁରା,୧୧ା୧୦(ଡି.ଏନ.ଏ): ୨୦ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଅକାଳରେ ଯାଉଛି ଅନେକଙ୍କ ଜୀବନ। ଦୁର୍ଘଟଣା ଏଡ଼ାଇବା ପାଇଁ ସଚେତନତା ଠାରୁ ଆରମ୍ଭ କରି ନିୟମ ଉଲ୍ଲଂଘନ ଜରିମାନା ଆଦାୟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ମାତ୍ର...

ଅବହେଳିତ ମା’ ତାରାଶୁଣୀଙ୍କ ପୀଠ

ପଦ୍ମପୁର, ୧୧।୧୦(ଡି.ଏନ.ଏ.)- ଭଦ୍ରକ ଜିଲା ସାବରଙ୍ଗ ପଞ୍ଚାୟତ ଅଧୀନ ଆଟୋ ରାଜସ୍ବ ଗ୍ରାମର ଧନନ୍ତ୍ୱରୀ ନଦୀକୂଳରେ ଅବସ୍ଥିତ ମା’ ତାରାଶୁଣୀଙ୍କ ପୀଠ। ଜିଲାର ଏହି ପୁରାତନ ପୀଠ ଅବହେଳିତ ଅବସ୍ଥାରେ ରହିଛି। ମା’ଙ୍କ ମନ୍ଦିର ଅସମ୍ପୂର୍ଣ୍ଣ ହୋଇରହିଥିବା ବେଳେ ପ୍ରସାଦ...

ଗର୍ଭସ୍ଥ ଶିଶୁ ଓ ମା’ଙ୍କ ମୃତ୍ୟୁ ଘଟଣା: ବିନା ଫିଟ୍‌ନେସ,ଇନ୍ସ୍ୟୁରାନ୍ସରେ ଚାଲୁଥିଲା ଆମ୍ବୁଲାନ୍ସ

ବାରିପଦା ଅଫିସ,୧୧ା୧୦- ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ ପ୍ରସୂତିଙ୍କୁ ନେଇ ବାରିପଦା ମେଡିକାଲ ଆଣୁଥିବା ବେଳେ ଆମ୍ବୁଲାନ୍ସର ତେଲ ସରିଯାଇଥିଲା। ଫଳରେ ଅଧାବାଟରେ ଦୀର୍ଘ ସମୟ ଆମ୍ବୁଲାନ୍ସ ଅଟକି ରହିଥିଲା । ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ତାଙ୍କୁ ମେଡିକାଲ...

ପୋଲିସର ଜୁଆଖେଳ ଭିଡିଓ ଭାଇରାଲ, ନିଲମ୍ବିତ କଲେ ଏସ୍‌ପି

ବୁଗୁଡା,୧୦ା୧୦(ଡି.ଏନ.ଏ.)- ପରମ୍ପରା ନଁାରେ ପାର୍ବଣରେ ଚାଲିଛି ଜୁଆଖେଳ। ସର୍ବସ୍ବ ହରାଉଛନ୍ତି ଜୁଆଡି। ଏହା ଉପରେ ରୋକ ଲଗାଇବାକୁ ବିଭିନ୍ନ ସମୟରେ ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କା ଜବତ କରିବା ସହ ଜୁଆଡିଙ୍କୁ ଗିରଫ କରୁଛି। ମାତ୍ର ଗଞ୍ଜାମ ଜିଲା...

ଭୁବନେଶ୍ୱର ଦେଇ ବିଶାଖାପାଟଣାରୁ ଆଲ୍ଲାହାବାଦ ଆଉଏକ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ବିଶାଖାପାଟଣାରୁ ଆଲ୍ଲାହାବାଦକୁ ଆଉ ଏକ ସ୍ବତନ୍ତ୍ର ଟ୍ରେନ ଭାୟା ଭୁବନେଶ୍ୱର ଦେଇ ଚଳାଚଳ ଆରମ୍ଭ କରିଛି। ଶୀତ ଋତୁ ଓ ପୂଜା ସମୟରେ ଗହଳି କମାଇବା ପାଇଁ ପ୍ରତି ମଙ୍ଗଳବାର ବିଶାଖାପଟଣା-ସୁବେଦାରଗଞ୍ଜ(ଆଲ୍ଲାହାବାଦ) ସୁବିଧା ସ୍ପେଶାଲ (୮୨୫୦୭-୮୨୫୦୮) ଚଳାଚଳର...

୪୨ ହାବିଲଦାର ମେଜରଙ୍କ ପଦୋନ୍ନତି

କଟକ ଅଫିସ, ୧୦ା୧୦- ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟରତ ୪୨ଜଣ ହାବିଲଦାର ମେଜରଙ୍କୁ ଡ୍ରିଲ୍‌ ସବ୍‌-ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ଦିଆଯାଇଛି। ଗୁରୁବାର ଏ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଜିପି ବିଜୟ କୁମାର...

ହାତକଡ଼ି ସହ ଅଭିଯୁକ୍ତ ଚମ୍ପଟ ଘଟଣା: ୨ ପୋଲିସ ନିଲମ୍ବିତ

ଚାନ୍ଦବାଲି, ୧୦।୧୦ (ଡି.ଏନ.ଏ.)- ଏକ କମେଣ୍ଟ ମାରିବା ଘଟଣାରେ ଗିରଫ ଜଣେ ଅଭିଯୁକ୍ତଙ୍କୁ ଭଦ୍ରକ ଜେଲକୁ ନିଆଯାଉଥିଲା। ରାସ୍ତାରେ ବାଇକ୍‌ରୁ ଡେଇଁ ହାତକଡ଼ି ସହିତ ଅଭିଯୁକ୍ତ ଚମ୍ପଟ ମାରିବା ମାମଲାରେ କର୍ତ୍ତବ୍ୟରେ ଅବହେଳା ପାଇଁ ବାଂଶଡ଼ା ଥାନାର ୨ ପୋଲିସ...

୪ ଆଇଏଫ୍‌ଏସ୍‌ ଅଫିସରଙ୍କ ପଦୋନ୍ନତି

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଆଇଏଫ୍‌ଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟର ୪ ଜଣ ଆଇଏଫ୍‌ଏସ୍‌ ଅଫିସରଙ୍କୁ ଅତିରିକ୍ତ ପିସିସିଏଫ୍‌ ପଦବୀକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ୧୯୮୯ ବ୍ୟାଚର ସୁଶାନ୍ତ ନନ୍ଦ ଓ ଓମ୍‌ ପ୍ରକାଶ ସିଂହଙ୍କୁ...

୫-ଟି ସଚିବଙ୍କ ରାୟଗଡ଼ା ଗସ୍ତ: ରୋଗୀଙ୍କ ସମସ୍ୟା ପଚାରି ବୁଝିଲେ, ଡାଇଲୋସିସ୍‌ ୱାର୍ଡ କାନ୍ଥ ନଷ୍ଟ ନେଇ ବିରକ୍ତି

ରାୟଗଡ଼ା ଅଫିସ ,୧୦ା୯- ୫-ଟି ସଚିବ ଭି.କେ ପାଣ୍ଡିଆନ ଗୁରୁବାର ରାୟଗଡ଼ା ଗସ୍ତ କରିଛନ୍ତିି । ସେ କଳାହାଣ୍ଡିରୁ ଏକ ହେଲିକେପ୍ଟର ଯୋଗେ ଆସି ରାୟଗଡ଼ାର ଡ଼ିସିଡ଼ି ଖେଳପଡ଼ିଆରେ ଓହ୍ଲାଇଥିଲେ। ତାଙ୍କ ସହ ଜାତୀୟ ଗ୍ରାମୀଣ ମିଶନର ପରିଚାଳନା ନିର୍ଦ୍ଦେଶିକା...

Advertisement
Archives

Model This Week

Why Dharitri