ରାଜ୍ୟ

ପାଇପ୍‌ଲାଇନ ତଳେ ଚାପିହୋଇ ଛାତ୍ରୀ ମୃତ

କଟକ ଅଫିସ,୩୧ା୫: କଟକରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଯୋଗୁ ଯାତାୟାତ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବାରୁ ସୋମବାର ତାଳଦଣ୍ଡା କେନାଲରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହାର ୨୪ଘଣ୍ଟା ନ ପୂରୁଣୁ…

୪ ଜିଲାକୁ ୩ ଘଣ୍ଟା ପାଇଁ ରେଡ ୱାର୍ନିଂ

ଭୁବନେଶ୍ୱର,୩୦।୫(ବ୍ୟୁରୋ): ଝଡ଼ବର୍ଷା ନେଇ ୪ ଜିଲାକୁ ୩ ଘଣ୍ଟା ପାଇଁ ରେଡ ୱାର୍ନିଂ କରାଯାଇଛି। ସେହି ସବୁ ଜିଲାଗୁଡ଼ିକ ହେଲା କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏସବୁ ଜିଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ସର୍ବାଧିକ ୯୦ କିମି ପବନ ବହିପାରେ…

ଚକ ଜମି ବିକି ପାରିବେ ମାଲିକ

ଭୁବନେଶ୍ୱର,୩୦।୫(ବ୍ୟୁରୋ): ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତୀକରଣ ନିବାରଣ ଅଧିନିୟମ-୧୯୭୨ର ଧାରା ୩୪ ଅନୁଯାୟୀ କୌଣସି ଚକଭୁକ୍ତ ଜମିର ବିଭକ୍ତୀକରଣ ଅଥବା ବିଭାଜନ ନିଷିଦ୍ଧ ଅଟେ। ଧାରା ୩୫ ଅନୁଯାୟୀ ଯଦି ଧାରା ୩୪କୁ ଉଲ୍ଲଂଘନ କରି କୌଣସି ଜମି ବିକ୍ରି…

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ମଧ୍ୟସ୍ଥ

ବରଗଡ଼ ଅଫିସ/ପଦ୍ମପୁର,୩୦।୫: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଧୀନ ଦହିତା ରାଜସ୍ବ ନିରୀକ୍ଷକ ଦାମୋଦର ସୁନା ଏବଂ ତାଙ୍କ ସହଯୋଗୀ ତଥା ମଧ୍ୟସ୍ଥ ସୋମଦେବ ବନଛୋର ମଙ୍ଗଳବାର ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ମୁଣ୍ଡୋମହୁଲ ଗ୍ରାମର ପ୍ରସନ୍ନ ବରିହାଙ୍କଠାରୁ ରାଜସ୍ବ ନିରୀକ୍ଷକ ଦାମୋଦର…

ବାଘ ଆତଙ୍କ: ଜୀବନ ନେଇ ଦୌଡ଼ିଲେ ପମ୍ପ ହାଉସ କର୍ମଚାରୀ

କୋଟଗଡ଼,୩୦।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡାରେ ବାଘ ଆତଙ୍କ। ସହରର ବଡ଼ଗାଁ ନିକଟ ଖଡଗ ନଦୀ କୂଳରେ ଥିବା ପମ୍ପ ହାଉସ ନକଟରେ ସୋମବାର ରାତିରେ ବାଘ ଗର୍ଜନ କରୁଥିବା କର୍ମଚାରୀ ପ୍ରକାଶ କରିଛନ୍ତି। ଏପରିକି ପମ୍ପ ହାଉସ କର୍ମଚାରୀ ପାଣିପମ୍ପ ଚଳାଇବା…

‘ଫୋନ୍‌ପେ’ରେ ଲାଞ୍ଚ ନେଇ ଟିପିସିଓଡିଏଲ୍‌ କର୍ମଚାରୀ ଗିରଫ 

ଭୁବନେଶ୍ୱର,୩୦।୫(ବ୍ୟୁରୋ): ଜଣେ ବ୍ୟକ୍ତିଙ୍କ ପାଖରୁ ‘ଫୋନ୍‌ପେ’ ଜରିଆରେ ୧୦ ହଜାର ଟଙ୍କା ଲାଞ୍ଚ ନେଇ ବିଦ୍ୟୁତ୍‌ ବିତରଣ ସଂସ୍ଥା ଟିପିସିଓଡିଏଲ୍‌ର ଜଣେ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ସୋମବାର ଗିରଫ ହୋଇଛନ୍ତି। ସେ ହେଲେ ଏହି ସଂସ୍ଥାର ନୟାପଲ୍ଲୀସ୍ଥିତ ଗ୍ରିଭାନ୍‌ସ ରିଡ୍ରେସାଲ୍‌ ଫୋରମ୍‌…

ସ୍ନାନବେଦିରେ ଶ୍ରୀବିଗ୍ରହଙ୍କୁ ଛୁଇଁପାରିବେନି ଶ୍ରଦ୍ଧାଳୁ

ପୁରୀ ଅଫିସ,୩୦।୫: ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ନୀଳାଦ୍ରି ଭକ୍ତନିବାସରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା…

ସ୍ନାନଯାତ୍ରା ନେଇ ମୁଖ୍ୟ ପ୍ରଶାସକ, ଜିଲାପାଳଙ୍କ ସମୀକ୍ଷା

ପୁରୀ ଅଫିସ,୩୦ା୫: ଜୁନ ୪ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଫଳରେ ଶ୍ରୀମନ୍ଦିର ପ୍ରଶାସନଠାରୁ ଜିଲା ପ୍ରଶାସନ ଏବଂ ସେବାୟତମାନଙ୍କ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏବଂ…

ବିଜେଡି ଉପକୃତ ହେଲେ ଓଡ଼ିଶା ଉପେକ୍ଷିତ: କଂଗ୍ରେସ

ଭୁବନେଶ୍ବର, ୩୦ା୫(ବ୍ୟୁରୋ): ବିଜେଡି ୫ମ ପାଳି ସରକାରର ୪ର୍ଥ ବର୍ଷ ପୂର୍ତ୍ତିରେ ଶାସକ ଦଳ ଉପକୃତ ହୋଇଥିବା ବେଳେ ଓଡ଼ିଶା ଉପେକ୍ଷିତ ହୋଇଛି ବୋଲି କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି। କଂଗ୍ରେସ ଭବନଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଗଣେଶ୍ୱର…

୯ ବର୍ଷ ହେଲା ଦେଶରେ ଏକ ଭ୍ରଷ୍ଟାଚାରମୁକ୍ତ ସରକାର ଚାଲିଛି: ରେଡ୍ଡୀ

ଭୁବନେଶ୍ବର, ୩୦।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ୯ ବର୍ଷ ଧରି ଦେଶରେ ଏକ ଭ୍ରଷ୍ଟାଚାର ମୁକ୍ତ ସରକାର ସ୍ଥାପନା କରିବା ସହ ବିକାଶର ଅନେକ ମାପଦଣ୍ଡରେ ଦେଶକୁ ଆଗେଇ ନେଉଛି। ସ୍ବାଧୀନତାଠାରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ହୋଇଥିବା ବିକାଶମୂଳକ…

ଆପାର୍ଟମେଣ୍ଟ ପଞ୍ଜୀକରଣ ବାଟ ଖୋଲିଲା

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଗତ ୧ ବର୍ଷ ଧରି ବନ୍ଦ ହୋଇ ରହିଥିବା ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ବାଟ ଖୋଲିଲା। ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ଅଧିନିୟମ-୨୦୨୩କୁ ଅଧ୍ୟାଦେଶ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ରାଜ୍ୟ କ୍ୟାବିନେଟ୍‌ ବୈଠକରେ…

୩୫ ଘଡ଼ିଆଳ କୁମ୍ଭୀର ଛୁଆ ଜନ୍ମ

ପୁରୁଣାକଟକ,୩୦ା୫(ଡି.ଏନ.ଏ.): ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ସୁନାଖଣିଆ ବିଟ ଅଞ୍ଚଳର ମହାନଦୀ ଭିତରେ ୩୫ଟି ଘଡିଆଳ କୁମ୍ଭୀର ଛୁଆ ଜନ୍ମ ନେଇଛନ୍ତି। ଆଗକୁ ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି। ମହାନଦୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri