ରାଜ୍ୟ

ଚାଇନାରେ ଚମକିଲେ ଓଡ଼ିଆ ପୁଅ କିଶୋର: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧୦: ଚାଇନାରେ ଅନୁଷ୍ଠିତ ହେଉଥିବା ଏସିଆନ୍‌ ଗେମ୍ସରେ ଚମକିଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ସେ ଜାଭେଲିନ୍‌ ଥ୍ରୋରେ ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସେ ତାଙ୍କ କ୍ୟାରିୟରରେ ସବୁଠୁ ଭଲ ପ୍ରଦର୍ଶନ କରିଛନ୍ତି। କିଶୋର ୮୭.୫୪…

ଭୁବନେଶ୍ୱର, ବାଲିଅନ୍ତା, ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୧୦( ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଗତ ଅଗଷ୍ଟ ମାସ ୨୩…

ଜିଲା ଦାବିରେ ନୀଳଗିରି ୧୨ଘଣ୍ଟା ବନ୍ଦ

ନୀଳଗିରି, ୪।୧୦(ପ୍ରଶାନ୍ତ ବିଶ୍ୱାଳ)ବାଲେଶ୍ୱର ଜିଲା ନୀଳଗିରିକୁ ଜିଲା ଦାବିରେ ମଙ୍ଗଳବାର ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏହି ଡାକରାକୁ ନୀଳଗିରିର ଜନସାଧାରଣ ସମର୍ଥନ ଦେବା ସହ ଦୋକାନ ବଜାର, ସମସ୍ତ ଅଫିସ୍‌ ବନ୍ଦ ଓ ଗାଡ଼ି…

୫ ଜିଲାରୁ ଯିବେ ୧ ହଜାର ତୀର୍ଥଯାତ୍ରୀ

ଛତ୍ରପୁର,୪ା୧୦(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ)ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲାର ବରିଷ୍ଠ ନାଗରିକମାନେ ତୀର୍ଥ କରିବାକୁ ଯିବେ। ଉକ୍ତ ୫ ଜିଲାର ୧ ହଜାର ବରିଷ୍ଠ ନାଗରିକ ଏଥିରେ ସାମିଲ ହେବେ। ବ୍ରହ୍ମପୁର ରେଲୱେ…

ଭାଇଚାରାର ସମ୍ପର୍କ ଗଢ଼ିଥାଏ ଦାଣ୍ଡିଆ

ବ୍ରହ୍ମପୁର,୪ା୧୦(ସ୍ମୃତି ରଞ୍ଜନ ମହାଲିକ)ବ୍ରହ୍ମପୁର ସହରରେ ପାର୍ବଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମୂର୍ତ୍ତି, ତୋରଣ ନିର୍ମାଣ କାର୍ଯ୍ୟ ଚାଲିଛି। ମା’ଙ୍କ ନବରାତ୍ର ଓ ଦଶହରା ଲାଗି ବିଭିନ୍ନ ସାଜସଜା ଓ ଆଲୋକମାଳାରେ ସହର ଝଲସି ଉଠିବ।…

ବିଶ୍ୱ ସଂସ୍କୃତି ମହୋତ୍ସବରେ ଓଡ଼ିଶୀନୃତ୍ୟ ପ୍ରଶଂସିତ

କଟକ,୪ା୧୦ (କାର୍ତ୍ତିକ ସାହୁ)ୱାଶିଂଟନ ଡିସିସ୍ଥିତ ନ୍ୟାଶନାଲ ମଲ୍‌ଠାରେ ୩ ଦିନିଆ ବିଶ୍ୱ ସଂସ୍କୃତି ମହୋତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୮୦ ଦେଶର ଲୋକମାନେ ଯୋଗ ଦେଇଥିଲେ। ନୃତ୍ୟ, ସଙ୍ଗୀତ, ଧ୍ୟାନ ଏବଂ ସଂସ୍କୃତି ମାଧ୍ୟମରେ ମାନବ ବିବିଧତାକୁ ପାଳନ କରି ଭାଇଚାରା…

ରାମଗଡ଼କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଜେନାପୁର,୪ା୧୦(ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମ ନିକଟସ୍ଥ ପାହାଡ଼ରେ ଥିବା ରାମଗଡ଼ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ତେଣୁ ଏହାର ପୁନରୁଦ୍ଧାର କରିବା ସହ ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାକୁ ଜେନାପୁର ଗୋପବନ୍ଧୁ ପ୍ରେସ୍‌ କ୍ଲବର ସଦସ୍ୟ…

ପାର୍ବଣ ପାଇଁ ବାଦ୍ୟଯନ୍ତ୍ର ନିର୍ମାଣକାରୀ ଉତ୍ସାହିତ

କେନ୍ଦ୍ରାପଡା, ୪ା୧୦ (ଜଗନ୍ନାଥ ଧଳ)ଶ୍ରୀଗଣେଶ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଛି। ଏହା ମଧ୍ୟରେ ଶ୍ରୀଜୀଉଙ୍କ ଭସାଣି ଉତ୍ସବ ସରିଥିବା ବେଳେ ମା’ ଖୁଦୁରୁକୁଣୀଙ୍କୁ ବିଦାୟ ଦିଆଯାଇଛି। ସେହିପରି ମା’ ଦୁର୍ଗାଙ୍କର ପୂଜା ଉତ୍ସବ ଆଗକୁ ଆସୁଛି। ଏହା ପରେ ଆସନ୍ତା…

ମୂଳ ଖାତାକୁ ଫେରିଲା ୫. ୭୮ ଡିସିମିଲ ବିକ୍ରି ଜମି

ରାଜନଗର, ୪ା୧୦(ଭାସ୍କର ରାଉତରାୟ)ମୃତ ବ୍ୟକ୍ତିଙ୍କୁ ଜୀବତ ଦର୍ଶାଇ ଭୂତ ବିକିଥିବା ଜମି ଘଟଣାର ରହସ୍ୟ ଉପରୁ ପରଦା ହଟିଛି। କେନ୍ଦ୍ରାପଡ଼ା ଜିଲାପାଳ, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, କେନ୍ଦ୍ରାପଡ଼ା ଏସ୍‌ପିଙ୍କ ଜମି ମାଲିକ ମୃତ ଉପେନ୍ଦ୍ର ଖିଲାରଙ୍କ ଝିଅ ମଞ୍ଜୁଲତା ଖିଲାର ଦ୍ୱାରସ୍ଥ…

ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପ୍ରହସନ

ନୂଆଗାଁ,୪।୧୦(ଧନେଶ୍ୱର ସାହୁ)ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ସ୍ବଚ୍ଛ ଭାରତ ଗଠନ କରିବାର ସଂକଳ୍ପ ନେଇଛନ୍ତି ସରକାର । ସେଥିପାଇଁ ଅନେକ ଯୋଜନା ପ୍ରସ୍ତୁତ କରିବା ସହ କର୍ମଚାରୀ ନିୟୋଜିତ କରି ଲକ୍ଷାଧିକ ଟଙ୍କା ଅନୁଦାନ ଦେଉଛନ୍ତି…

ଅବସର ନେଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର

କଟକ,୪ା୧୦ (କାର୍ତ୍ତିକ ସାହୁ)ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ହାଇକୋର୍ଟର ବରିଷ୍ଠ ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ବୁଧବାରଠାରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବେ। ଭାରତ ସରକାରଙ୍କ ଆଇନ ଓ ନ୍ୟାୟ…

‘କର୍କଟ ରୋଗୀଙ୍କୁ ବାହାରକୁ ଯିବାକୁ ପଡ଼ିବ ନାହିଁ’

ଭୁବନେଶ୍ୱର, ୪।୧୦(ଅସମାପିକା ସାହୁ)ଜଟଣୀ ନାଇଜର କ୍ୟାମ୍ପସରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋମି ଭାବା କ୍ୟାନ୍‌ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉକ୍ତ ହସ୍ପିଟାଲରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ସହ ଗବେଷଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri