ଅଙ୍ଗଦଙ୍କ ହାତ ଆକ୍ରମଣ ନୁହେଁ, ଦୁର୍ଘଟଣାରେ କଟିଛି: ପୋଲିସ
ବାଲିଗୁଡ଼ା,୧୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଡହଲପଡ଼ି ଗ୍ରାମର ଆଦିବାସୀ ଯୁବକ ଅଙ୍ଗଦ ମଲ୍ଲିକ ମୁମ୍ବାଇ କାମ କରିବାକୁ ଯାଇଥିବା ବେଳେ ଦୁଇ ହାତ ହରାଇ ଘରକୁ ଫେରିବା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି।…
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର କ୍ଷେତ୍ର ପରିଦର୍ଶନ କଲେ ଛାତ୍ରୀଛାତ୍ର
ଭୁବନେଶ୍ୱର,୧୫ା୭(ଅସମାପିକା ସାହୁ): କଟକ ଜିଲା ଅଡ଼ଶପୁରସ୍ଥିତ ଉଦୟନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗର ୨୦ ଜଣ ଛାତ୍ରୀଛାତ୍ର କ୍ଷେତ୍ର ପରିଦର୍ଶନରେ ଆସି ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ବୁଲି ଦେଖିଥିଲେ। ଛାତ୍ରୀଛାତ୍ରଙ୍କୁ ପୁସ୍ତକ ପଞ୍ଜୀକରଣ, ଗ୍ରନ୍ଥାଗାର ପରିଚାଳନା,…
କଂଗ୍ରେସରୁ ମହମ୍ମଦ ମୋକିମ୍, ଚିରଞ୍ଜୀବ ବିଶ୍ୱାଳ ନିଲମ୍ବିତ
ଭୁବନେଶ୍ୱର,୧୫ା୭(ଅନିଲ ଦାସ): କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଶନିବାର କଂଗ୍ରେସରୁ ନିଲମ୍ବନ କରାଯାଇଛି। ଏହି ଦୁଇ ପ୍ରଭାବଶାଳୀ ନେତାଙ୍କ ନିଲମ୍ବନକୁ ନେଇ ରାଜ୍ୟ କଂଗ୍ରେସରେ ଜୋର୍ଦାର ଚର୍ଚ୍ଚା ଚାଲିଛି।…
ଭାଙ୍ଗିଲା ରାମେଶ୍ୱର ମନ୍ଦିରର ଦଧିନଉତି
ଭୁବନେଶର,୧୫।୭: ଘଡ଼ଘଡ଼ିରେ ଭୁବନେଶରରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ଭାଙ୍ଗିପଡ଼ିଛି। ମନ୍ଦିର ଭିତରେ ସେବାୟତ ଥିବା ବେଳେ ଏହି ଅଘଟଣ ଘଟିଛି। ସଂପୂର୍ଣ୍ଣ ଭାବେ ଦଧିନଉତି ଭାଙ୍ଗି ଯାଇଥିବା ସେବାୟତଙ୍କ ପକ୍ଷରୁ ସୂଚନା ମିଳିଛି।
ଓଏଏସସ୍ତରରେ ଅଦଳବଦଳ: କାହାକୁ କେଉଁ ଦାୟିତ୍ୱ
ଭୁବନେଶ୍ୱର, ୧୫।୭(ଅନିଲ ଦାସ): ରାଜ୍ୟ ସରକାର ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । ବରିଷ୍ଠ ଓଏଏସ୍ ଅଫିସର ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କୁ ଓଡ଼ଶା ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ପଦରୁ ହଟାଇ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ)ର ଜେନେରାଲ ମ୍ୟାନେଜର(ପିଆଣ୍ଡଏ) ଭାବେ…
ଟୁଇନ୍ ସିଟି ଜଳମଗ୍ନ: ଆହୁରି ୩ ଦିନ ବର୍ଷିବ
ଭୁବନେଶ୍ୱର, ୧୫।୭(ଅନିଲ ଦାସ): ଟୁଇନ୍ ସିଟି ସମେତ ଉପକୂଳ ଓ ତଥା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଶନିବାର ସକାଳୁ ବର୍ଷା ଲାଗି ରହିଛି। ଶନିବାର ଠାରୁ ଆଗାମୀ ୩ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…
ଶୁକ୍ରବାର ବାହାରି ଥିଲେ ଘରୁ, ଶନିବାର ମିଳିଲା ମୃତଦେହ
ବରଗଡ଼,୧୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ସହରର ଗାନ୍ଧୀଛକ ନିକଟ ଏକ ଗଳିରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡିଛି। ମୃତ ଯୁବକ ଜଣକ ବରଗଡ଼ ମଙ୍ଗଳାଝୁମ୍ପୁଡି ବାସିନ୍ଦା ସୁରଜ ନାଗ ବୋଲି ଚିହ୍ନଟ ହୋଇଛି।…
ଅଜଣା ଜନ୍ତୁ ଆତଙ୍କ: ୪୦ ମେଣ୍ଡା ମୃତ୍ୟୁ
ଢେଙ୍କାନାଳ,୧୫।୭(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ସୋଗରପଶି ପଞ୍ଚାୟତ ଆରଦା ଗ୍ରାମରେ ଶନିବାର ଭୋରରେ ଚାଷୀ ସାଧୁ ଚରଣ ରାଉତଙ୍କ ୪୦ଟି ମେଣ୍ଡାଙ୍କ ମୃତ୍ୟୁ ହୋଇଯାଇଛି । ମୃତ ମେଣ୍ଡାଗୁଡ଼ିକର ବେଳ ଏବଂ ପେଟରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ…
୨୨ କୋଟିର ରାସ୍ତା ବର୍ଷେ ଗଲାନାହିଁ
ଚଣ୍ଡିଖୋଲ,୧୫ା୭(ପ୍ରଦୀପ୍ତ କୁମାର ପୃଷ୍ଟି): ବାଲିଚନ୍ଦ୍ରପୁରଠାରୁ ବେଣୀପୁର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତାରେ ଏବେ ମରାମତି କାର୍ଯ୍ୟ ଆରମ୍ଭ ହୋଇଗଲାଣି। କଟକ ଚାର୍ବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡରେ ରହିଛି ଏହି ରାସ୍ତା। ବାଲିଚନ୍ଦ୍ରପୁରଠାରୁ ବେଣୀପୁର ପର୍ଯ୍ୟନ୍ତ ମାତ୍ର ୧୦…
ଅତିରିକ୍ତ ବଜେଟ ପ୍ରସ୍ତୁତି
ଭୁବନେଶ୍ୱର,୧୫ା୭(ଅନିଲ ଦାସ): ରାଜ୍ୟ ସରକାରଙ୍କ ନୂତନ ଯୋଜନା, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଏବଂ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଅତିରିକ୍ତ ବଜେଟ ପ୍ରସ୍ତୁତ ହେବ। ଏହାକୁ ଦୃଷ୍ଟିରେ ରଖି ଚଳିତ ୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ…
ଅଡ଼ୁଆ କରିପାରନ୍ତି ଅସନ୍ତୁଷ୍ଟ
ଗୁଣପୁର,୧୫।୭ (ପ୍ରଦୀପ କୁମାର ପାଢ଼ୀ): ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାୟଗଡ଼ା ଜିଲାର ରାଜନୈତିକ ବାତାବରଣ ସେତେ ଉଷ୍ମ ହେବାରେ ଲାଗିଛି। କେଉଁ ଦଳ ଏଥର ବାଜିମାତ୍ କରିବ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଆଗାମୀ ସାଧାରଣ…
ଅପରାଜିତାଙ୍କ ୪ର୍ଥ ବର୍ଷର ରିପୋର୍ଟ କାର୍ଡ
ଭୁବନେଶ୍ବର, ୧୫ା୭(ସୁନିତ୍ ମିଶ୍ର): ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ ତାଙ୍କ ୪ର୍ଥ ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପିତ କରିଛନ୍ତି। ଅପରାଜିତା ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଜରିଆରେ ଏନେଇ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ତାଙ୍କୁ ଭୋଟ ଦେଇ ପାର୍ଲାମେଣ୍ଟ…
Archives


