ରାଜ୍ୟ

ଭିଜିଲାନ୍ସ ଜାଲରେ କଟକ ନିଆଳି ଥାନା ASI ବିଜୟ ଭଞ୍ଜ

ଭୁବନେଶ୍ୱର,୨୫ା୨: ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ନିଆଳି ଥାନା ଏଏସଆଇ ବିଜୟ ଭଞ୍ଜ। ମାମଲା ରୁଜୁ ଧମକ ଦେଇ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ବିଜୟ। ଏହାପରେ ବିଜୟଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ…

ଏନ୍‌ଏସି ମାନ୍ୟତା ନ ମିଳିବାରୁ ୧୨ ଘଣ୍ଟିଆ ବନ୍ଦ

ଭୁବନେଶ୍ୱର,୨୫।୨: ବୌଦ୍ଧ ଜିଲା ପୁରୁଣାକଟକକୁ ଏନ୍‌ଏସି ମାନ୍ୟତା ନ ମିଳିବାରୁ ରବିବାର ପ୍ରତିବାଦ କରାଯାଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ପୁରୁଣାକଟକ ବନ୍ଦ ଡାକରା ଦିଆଯାଇଥିଲା। ଫଳରେ ପୁରୁଣାକଟକ ସହରରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ…

ଭାଜପାରେ ମିଶିଲେ ଅତାବିରା ପୂର୍ବତନ ବିଧାୟକ ନିହାର ମହାନନ୍ଦ

ବରଗଡ଼/ଭୁବନେଶ୍ୱର,୨୫ା୨(ପ୍ରେମାନନ୍ଦ ଖମାରୀ): ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ବରଗଡ କଂଗ୍ରେସ ସଭାପତି ତଥା ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ। ରବିବାର ନିଜର ଶତାଧିକ ସମର୍ଥକଙ୍କ ସହ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଗେରୁଆ ଦଳରେ ସାମିଲ ହୋଇଛନ୍ତି। ଏହି ସମୟରେ ଭାଜପା…

ବିଜେଡି ଛାଡ଼ିବାର ଘଣ୍ଟାଏ ପରେ ଭାଜପାରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ

ଭୁବନେଶ୍ୱର,୨୫ା୨: ରବିବାର ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଭଜାପରେ ସାମିଲ ହୋଇଛନ୍ତି। କିଛି ସମୟ ପୂର୍ବରୁ ଦେବାଶିଷ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦେବାଶିଷ ଦଳରେ ଯୋଗ ଦେଇଛନ୍ତି। ରବିବାର…

ମାର୍ଚ୍ଚ ପହିଲାରେ ୮୫୯ ଏସ୍‌ଏସ୍‌ବି ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର,୨୫ା୨: ରାଜ୍ୟ ସରକାର ଆସନ୍ତା ମାର୍ଚ୍ଚ ୧ରେ ୮୫୯ ଏସ୍‌ଏସ୍‌ବି ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ। ଏକକାଳୀନ ଲୋକ ସେବା ଭବନର କନଭେନ୍‌ସନ୍‌ ହଲ ଓ ରବୀନ୍ଦ୍ର ମଣ୍ଡପରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନବନିଯୁକ୍ତ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର,୨୫ା୨: ରାଜ୍ୟର କେତେକ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ବାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

ବିଜେଡି ଛାଡ଼ିଲେ ଦେବାଶିଷ ନାୟକ

ଭୁବନେଶ୍ୱର,୨୫ା୨: ବିଜେଡିରୁ ରବିବାର ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଏନେଇ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ସେ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି। ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ…

ଡୁରିଆନ୍‌ ଫର୍ନିଚରର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର,୨୫।୨ (ଅନୁରାଧା ମହାରଣା): ଘରକୁ ସୁନ୍ଦର ଲୁକ୍‌ ଦେବା ସହ ଆରାମଦାୟକ ଆସବାବପତ୍ର କ୍ରୟ ପାଇଁ ଲୋକମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ‘ଡୁରିଆନ୍‌’ ପକ୍ଷରୁ ସ୍ବତନ୍ତ୍ର ଫର୍ନିଚର ଉପଲବ୍ଧ କରାଯାଉଛି। ସାରା ଦେଶରେ ଏହାର ୫୫ରୁ…

ଯାତ୍ରାର ଲକ୍ଷ୍ୟ ସ୍ଥିର କରିବାକୁ ପଡ଼ିବ:ଜୁନେଜା

ଭୁବନେଶ୍ୱର,୨୪।୨ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଆମକୁ ଆଗ ଆମର ଯାତ୍ରାର ଲକ୍ଷ୍ୟ ପଥ ସ୍ଥିର କରିବାକୁ ହେବ। ଯାତ୍ରାର ଲକ୍ଷ୍ୟ ଅନୁଯାୟୀ ଆମକୁ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ବିଶିଷ୍ଟ ଶିଳ୍ପପତି ତଥା ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା…

ଯୁବତୀଙ୍କ ବିବାହ ପ୍ରସ୍ତାବ ପଡ଼ୁପଡ଼ୁ ଯୁବକଙ୍କ ହ୍ବାଟ୍ସଆପ୍‌ରେ ପହଞ୍ଚି ଯାଉଥିଲା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ, ପରେ….

ଭୁବନେଶ୍ୱର,୨୫।୨: ନିଜକୁ ନୌସେନା ଅଧିକାରୀ କହି ଗଢ଼ିଲେ ସମ୍ପର୍କ । ବିବାହର ପ୍ରତିଶ୍ରୁତି ଦେଇ ରଖିଲେ ଶାରୀରିକ ସମ୍ପର୍କ । ପରେ ଯୁବତୀଙ୍କୁ ବ୍ଲାକ୍‌ମେଲ  କଲେ। ଆପତ୍ତିଜନକ ଫଟୋ ଓ ଭିଡିଓ ଭାଇରାଲ ମଧ୍ୟ କରିଦେଲେ। ଜଣେ ଯୁବକଙ୍କ ବିରୋଧରେ ଏଭଳି…

୩୪ଟି ନୂଆ ଏନଏଏସି ଗଠନ କେବଳ ରାଜ୍ୟସରକାରଙ୍କ ନିର୍ବାଚନୀ ଧୂଆଁବାଣ କହି ବର୍ଷିଲା ଭାଜପା

ଭୁବନେଶ୍ୱର,୨୫।୨: ରାଜ୍ୟ ସରକାର ୨୦ଟି ଜିଲାରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଘୋଷଣାକୁ ନେଇ ବିଜେପି ବର୍ଷିଛି । କ୍ୟାବିନେଟ ଅନୁମୋଦନ ନାହିଁ କିମ୍ବା ବିଧାନସଭାର ଅନୁମତି ନାହିଁ । ଏପରିକି ରାଜ୍ୟପାଳ ମଧ୍ୟ ଅନୁମୋଦନ କରିନାହାନ୍ତି । ଏ…

ଏନକାଉଣ୍ଟରରେ ୩ ମାଓବାଦୀ ନିହତ 

ମାଲକାନଗିରି,୨୫।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି-ଛତିଶଗଡ ସୀମାନ୍ତ କାଙ୍କେର ଜିଲାରେ ଏନକାଉଣ୍ଟର ହୋଇଛି। ସୁରକ୍ଷା କର୍ମୀଙ୍କ ଗୁଳିରେ ତିନି ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଚନ୍ତି। ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ସୂଚନାଯୋଗ୍ୟ, କୈଲିବେଡା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri