ରାଜ୍ୟ

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଧଳା ରଙ୍ଗର ଟାଟା ଇଣ୍ଡିଗୋ କାର୍ (OD 02 R 9002)…

ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୬।୬: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ ପ୍ରଭାରୀ ଅଜୟ ଲଲ୍ଲୁଙ୍କ ସ୍ଥାନ ନେବେ। ସର୍ବଭାରତୀୟ କଂଗ୍ରେସ କମିଟି (AICC) ପକ୍ଷରୁ…

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ: ଦୁଇ ଶିକ୍ଷକ ସମେତ ଜଣେ ଗିରଫ

ଭବାନୀପାଟଣା,୨୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷକ ସମେତ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଶୁକ୍ରବାର ବଲାଙ୍ଗୀର ଜିଲା ସଇଁନ୍ତଲା ଥାନା ନିକଟସ୍ଥ ବରଗାଁ ଛକ୍ ଠାରେ ଅବକାରୀ ବିଭାଗ ପକ୍ଷରୁ ଧରା…

ଧରିତ୍ରୀ ପୋର୍ଟାଲର ପ୍ରଭାବ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ପାର୍କର ଉଦ୍‌ଘାଟନ

କେସିଙ୍ଗା,୨୬।୬(ତୁମେଶ୍ୱର ସାହୁ): କେସିଙ୍ଗା ନିର୍ବାଚନ ମଣ୍ଡଳୀକୁ ପୁନର୍ବାର ଫେରାଇ ଆଣିବାକୁ ଜନସାଧାରଣଙ୍କ ଦାବି ଶୀର୍ଷକ ଏକ ଖବର ଗୁରୁବାର ଧରିତ୍ରୀ ପୋର୍ଟାଲରେ ପ୍ରକାଶ ପାଇଥିଲା। ଉକ୍ତ ଖବରର ମଧ୍ୟଭାଗରେ କେସିଙ୍ଗାସ୍ଥିତ କୁର୍ଲୁପାଡା ଗ୍ରାମର ୧୫୦ ଜଣ ଚାଷୀଙ୍କ ୧୮୦ ଏକର ଜମିରେ…

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲାପାଳ ମନୋଜ ସତ୍ୟବାନ ମହଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜୟପୁର ବିଧାୟକ ତାରାପ୍ରସାଦ…

ତାମିଲନାଡୁ ଗ୍ୟାସ୍‌ ଦୁର୍ଘଟଣା: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲା

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ୨୪ ତାରିଖ ଦିନ ସୁବାସି ଜୁଆଙ୍ଗ (୨୪)ଙ୍କର ମୃତ୍ୟୁ ଘଟିଥିବାବେଳେ ୨୫ ତାରିଖରେ ଆଉ ୨ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ତେଲକୋଇ ଥାନା…

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌, ୨ ଗୁରୁତର

ଛତ୍ରପୁର,୨୬ା୬(ଦିଲ୍ଲୀପ ସାମଲ): ଛତ୍ରପୁର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଟ୍ରକ୍‌ ପଛରେ ଏକ ପିକ୍‌ଅପ୍‌ ପିଟି ହେବାରୁ ୨ ଗୁରୁତର ହୋଇଛନ୍ତି। ଫଳରେ ପିକ୍‌ଅପ୍‌ ଭିତରେ ଚାପି ହୋଇ ରହିଥିବା ଡ୍ରାଇଭର ଏବଂ ହେଲପରଙ୍କୁ ପିକ୍‌ଅପ୍‌ ଡୋର୍‌…

ଅନଶନକାରୀଙ୍କ ସହ ଜିଲାପାଳ-ଏସ୍‌ପିଙ୍କ ରୁଦ୍ଧଦ୍ୱାର ବୈଠକ, ଫଳାଫଳ ଉପରେ ସମସ୍ତଙ୍କ ନଜର

ପଟ୍ଟାମୁଣ୍ଡାଇ,୨୬ା୬(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଳଭା-୨ ଅଧୀନ ୧୬ନଂ କେନାଲ ରାସ୍ତା କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ଆଦୌ ବିନିଯୋଗ ନ ହୋଇ ମିଥ୍ୟା ବିଲ୍‌ କରି ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ କରି ଶାଶନ ପଞ୍ଚାୟତର ପ୍ରଶାନ୍ତ ମହାନ୍ତି,…

ସ୍କୁଲ ବହି ତ୍ରୁଟିକୁ ନେଇ ଆକ୍ସନରେ ମୁଖ୍ୟମନ୍ତ୍ରୀ: ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୨୬।୬: ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମିଟି ସୁପାରିସ ଅନୁଯାୟୀ ମୁଖ୍ୟମନ୍ତ୍ରୀ ୪ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ତତ୍କାଳୀନ ନିର୍ଦ୍ଦେଶକ ମନୋଜ…

କାର୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ସରକାରୀ ଶିକ୍ଷକ

ଟିଟିଲାଗଡ଼,୨୬।୬: ୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ୨ଜଣ ସରକାରୀ ଶିକ୍ଷକ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ମୁତାବକ, ଏକ କାର୍‌ରେ…

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

ରାଜନଗର,୨୬ା୬(ଭାସ୍କର ରାଉତରାୟ): ସମଗ୍ର ରାଜ୍ୟରେ କେଉଁଠି କେଉଁଠି ବେଆଇନ ବାଲି ଚାଲାଣକୁ ନେଇ ପୋଲିସ ପ୍ରଶାସନଙ୍କ ସହିତ ମାଫିଆଙ୍କର ମୁକାବିଲା ଏପରକି ଆକ୍ରମଣ ଭଳି ଅନେକ ଘଟଣା ସାମ୍ନାକୁ ଆସୁଛି। ଶୁକ୍ରବାର ରାଜନଗର ଭଳି ଶାନ୍ତିପୂର୍ଣ୍ଣ ଜାଗାରେ ବାଲି ବୋଝେଇ ଟ୍ରକ୍‌କୁ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ ଓଡ଼ିଆ ଯୁବତୀ। ମୃତ ଯୁବତୀ ପିଟାନାଳୀ ଗ୍ରାମର ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?