ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜୟପୁର,୧ା୮(ପବନ ପାଣିଗ୍ରାହୀ): ସ୍କୁଲରୁ ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଶୁକ୍ରବାର ୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣୀପୁଟସ୍ଥିତ ଯୋଜନା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଶୀ ଛାତ୍ର ମହେଶ ବାଘ। ଅଭିଯୁକ୍ତଙ୍କୁ ଗିରଫ ସହ ନ୍ୟାୟ ଦାବିରେ ପରିବାର ଲୋକେ ବାରିଣୀପୁଟ ଫାଣ୍ଡି ସମ୍ମୁଖ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏସ୍‌ଡିପିଓ ଅର୍ଚ୍ଚିତା ମିତଲ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଖବର ଲେଖା ହେବା ବେଳକୁ ରାସ୍ତା ଅବରୋଧ ହଟି ନ ଥିଲା।
ସୂଚନାନୁଯାୟୀ, ଶୁକ୍ରବାର ମଧ୍ୟାହ୍ନଭୋଜନ ଛୁଟି ସମୟରେ ପ୍ରତିଦିନ ଭଳି ମହେଶ ଘରକୁ ଖାଇବାକୁ ଯାଉଥିଲେ। ଏହି ସମୟରେ ବିଦ୍ୟାଳୟଠାରୁ ୮୦ ମିଟର ଦୂରରେ ୨ ଅଣ ଛାତ୍ର ଅବତାଭ ହିଆଲ ଓ ତାଙ୍କ ଭାଇ ରିଆନ ହିଆଲଙ୍କ ସହ କୌଣସି କାରଣରୁ ତାଙ୍କର ବଚସା ହୋଇଥିଲା। ଏହା ପରେ ୨ ଭାଇ ଧାରୁଆ ଛୁରିରେ ମହେଶଙ୍କ ପେଟକୁ ଆକ୍ରମଣ କରିଥିଲେ। ଛାତ୍ର ଚିତ୍କାର କରିବାରୁ ଅଭିଯୁକ୍ତମାନେ ଛୁରିକୁ ଫିଙ୍ଗି ଦେଇ ସେଠାରୁ ଫେରାର ହୋଇଯାଇଥିଲେ। ପୂର୍ବରୁ ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ମହେଶଙ୍କୁ ପରିବାର ଓ ସ୍ଥାନୀୟ ଲୋକେ ନିକଟସ୍ଥ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ମଧ୍ୟାହ୍ନଭୋଜନ ସମୟରେ ସ୍କୁଲର ମୁଖ୍ୟ ଫାଟକ ବନ୍ଦ ଥିବା ବେଳେ ସିକ୍ୟୁରିଟି ମଧ୍ୟ ଜଗିଥିଲେ। କିନ୍ତୁ ମହେଶ ଅନ୍ୟ ବାଟ ଦେଇ ଘରକୁ ଖାଇବାକୁ ଯାଇଥିବା ପ୍ରଧାନଶିକ୍ଷକ ପର୍ଶୁରାମ ସେଠୀ କହିଛନ୍ତି। ପୁଅ ମହେଶ ଝଗଡ଼ା କି ପାଟିତୁଣ୍ଡ କରୁ ନ ଥିବା ଓ ତାଙ୍କର କାହା ସହ ଶତ୍ରୁତା ନ ଥିବା ବାପା ମୁରଲି ବାଘ କହିଛନ୍ତି। ବିନା କାରଣରେ ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଥିବା ମହେଶଙ୍କ ମା’ସୁରଭି ବାଘ କହିଛନ୍ତି। ଏ ନେଇ ଜୟପୁର ସଦର ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି। ସଦର ପୋଲିସ ନଂ.୨୪୩/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ତଦନ୍ତ କରୁଛି। ଏସ୍‌ଡିପିଓ ଅର୍ଚ୍ଚିତା ମିତ୍ତଲ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡ଼ିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷ ପରେ ଜୀବିତ ମିଳିଲେ ଶକୁନ୍ତଳା! ଯାହାଙ୍କ ମୃତ୍ୟୁକୁ ନେଇ ସ୍ବାମୀ-ଶ୍ୱଶୁରଙ୍କ ନାଁରେ ହୋଇଥିଲା କେସ୍

ପାଟନା,୧୬ା୯: ବିହାରର ୧୨ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ମୋଡ଼ । ୨୦୧୪ରେ ନିଖୋଜ ହୋଇଥିବା ଶକୁନ୍ତଳା ଦେବୀଙ୍କୁ ମୃତ ଭାବି ତାଙ୍କ…

ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରୁ ଧମକ, ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ ): ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ…

ଆଦର୍ଶ ଆଇନଜୀବୀ ଭାବେ ପରିଚିତ ଥିଲେ ବଂଶୀଧର, ଆଜି ତାଙ୍କୁ ଝୁରୁଛି ଓକିଲ ସଂଘ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟ ବରିଷ୍ଠ ଆଇନଜୀବୀ ବଂଶୀଧର ପାଳଙ୍କ ଭୁବନେଶରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…

EPFରେ ବଡ଼ ପରିବର୍ତ୍ତନ; ୫୧ ଲକ୍ଷରୁ ଅଧିକ କର୍ମଚାରୀ ହେବେ ଉପକୃତ, ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୧୬ା୯: କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । EPF ଓ EPS କଭରେଜ୍‌ ପାଇଁ ଲାଗୁଥିବା…

ସହରର ମୁଖ୍ୟ ରାସ୍ତାରେ ଗଦାହୋଇଛି ବାଲି, ଦୁର୍ଘଟଣାକୁ ଆମନ୍ତ୍ରଣ କରି…

ଗଞ୍ଜାମ,୧୬ା୯(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥଠାରୁ ଗଞ୍ଜାମ ସହରକୁ ସଂଯୋଗ ମୁଖ୍ୟ ରାସ୍ତାରେ ଅଧିକାଂଶ ସମୟରେ ଘର ନିର୍ମାଣ କାର୍ଯ୍ୟ ପାଇଁ ବାଲି ଶୁଖା ଯାଉଥିବା…

ବାଲସି ଗାଁରେ ନୂଆଖାଇ ଜୁହାର, ଏକାଠି ହୋଇ ନବାନ୍ନ ଭକ୍ଷଣ କରିବା ପରେ…

କେସିଙ୍ଗା,୧୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମର ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଷଣା ବଂଶ ପକ୍ଷରୁ ନୂଆଖାଇ ଓ ଜୁହାର କାର୍ଯ୍ୟକ୍ରମ…

Asian Games 2026: ଏସିଆନ୍ ଗେମ୍ସ ପୂର୍ବରୁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ବାଦ୍ ପଡ଼ିଲେ ବରୁଣ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୬।୯: ଏସିଆନ୍ ଗେମ୍ସ ୨୦୨୬ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରେ ପରିବର୍ତ୍ତନ ହୋଇଛି । ଆହତ କାରଣରୁ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏସିଆନ୍ ଗେମ୍ସରୁ ବାଦ୍…

ବଜ୍ରପାତରେ ଦୁଇ ପରିବାରର ଚାଲିଗଲା ୨ ଜୀବନ

ବଞ୍ଚୋ/ଆନନ୍ଦପୁର,,୧୬ା୯(ପ୍ରଦୋଷ ବିଶ୍ୱାଳ/ ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବୁଧବାର ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅଚାନକ ବଜ୍ରପାତରେ ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?