ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ: ଗଣାଇଲେ ମୋହନ ସରକାରଙ୍କ ସଫଳତା
ଭୁବନେଶ୍ୱର,୧୩।୨: ଗୁରୁବାର ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଉଛି। ପ୍ରଥମ ଦିନ ଆରମ୍ଭରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଆଭିଭାଷଣ ରଖିଛନ୍ତି। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରି ରାଜ୍ୟରେ ଭାଜପା ସରକାରଙ୍କ ଗତ ସାତ ମାସର ଉପଲବ୍ଧିକୁ ସେ ଗଣାଇଥିଲେ।…
VIMSARରେ ଅବ୍ୟବସ୍ଥା: କରେଣ୍ଟ ଚାଲିଯିବାରୁ ମୋବାଇଲ ଲାଇଟ୍ ଜଳାଇ ଡାକ୍ତର କଲେ ଚିକିତ୍ସା
ସମ୍ବଲପୁର,୧୩।୨: ବୁର୍ଲାରେ ଥିବା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ (VIMSAR)ରେ କେମୋଥେରାପି ନେଉଥିବା ରୋଗୀମାନେ ଭୟଙ୍କର ଅବ୍ୟବସ୍ଥାର ଶିକାର ହୋଇଛନ୍ତି। ବୁଧବାର ବିଦ୍ୟୁତ୍ କାଟ ହେବାରୁ ସେମାନଙ୍କୁ ତିନି ଘଣ୍ଟା ଅନ୍ଧାରରେ ରହିବାକୁ ପଡିଛି।…
ବଜେଟ ଅଧିବେଶନ ପାଇଁ ୩୦ ପ୍ଲାଟୁନ୍ ଫୋର୍ସ
ଭୁବନେଶ୍ୱର,୧୩ା୨(ସତ୍ୟଜିତ୍ ରାଉତ): ବିଧାନସଭାରେ ଗୁରୁବାରଠାରୁ ଚଳିତବର୍ଷର ବଜେଟ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା ରହିଛି। ବୁଧବାର ଅପରାହ୍ନରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ…
ରାଜଧାନୀରେ ପୁଣି ମାତିଲେ ଲୁଟେରା, ଝରକା ତାଡି ନେଇଗଲେ ଅଳଙ୍କାର
ଭୁବନେଶ୍ୱର,୧୩।୨(ସତ୍ୟଜିତ୍ ରାଉତ): ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଗାୟତ୍ରୀ ବିହାର ପ୍ଲଟ୍ ନଂ.୬୯୮/୩୯୫୫ସ୍ଥିତ ଘରୁ ଦୁର୍ବୃତ୍ତମାନେ ଅଳଙ୍କାର ଚୋରିକରି ନେଇଛନ୍ତି। ଏନେଇ ଘର ମାଲିକ ରଘୁନାଥ ମଙ୍ଗଳବାର ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା (ନଂ.୩୫/୨୦୨୫) ରୁଜୁ କରି…
କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଦମନ କରିବ ପୋଶ ଆଇନ
ଭୁବନେଶ୍ୱର,୧୩ା୨(ସୂର୍ଯ୍ୟକାନ୍ତ ବେହେରା): ସମାଜରେ ମହିଳାମାନଙ୍କ ଭୂମିକା ଓ କର୍ତ୍ତବ୍ୟରେ ବହୁ ପରିବର୍ତ୍ତନ ଆସିଛି। ଆଜିର କର୍ମଜୀବୀ ମହିଳା ନିଜ ଘର ଓ କାର୍ଯ୍ୟକୁ ଅତି ନିଖୁଣ ଭାବରେ ପରିଚାଳନା କରିପାରୁଛନ୍ତି। ଏହି ପରିପ୍ରେକ୍ଷିରେ ସେମାନଙ୍କୁ ଏକ ସୁରକ୍ଷିତ ଓ ସମ୍ମାନଜନକ କାର୍ଯ୍ୟକ୍ଷେତ୍ର…
ନବ ଦାସ ହତ୍ୟା ତଦନ୍ତର ସ୍ଥିତି ଜଣାଅ
କଟକ,୧୩ା୨(କାର୍ତ୍ତିକ ସାହୁ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ବୁଧବାର ହୋଇଛି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଏବଂ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ…
ଫ୍ଲଡଲାଇଟ୍ ଲିଭିବା ବିବାଦ ମଧ୍ୟରେ OCA ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ଏହି ବ୍ୟକ୍ତି
କଟକ, ୧୨।୨: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସଭାପତି ପାଇଁ ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବତନ ମନ୍ତ୍ରୀ ଏବଂ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ନେତା ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ଓସିଏ…
ଶିକ୍ଷିତ ପତ୍ନୀ ରୋଜଗାର ନ କରି ଭରଣପୋଷଣ ଦାବି କରିପାରିବେ ନାହିଁ: ଓଡ଼ିଶା ହାଇକୋର୍ଟ
ଭୁବନେଶ୍ୱର,୧୨।୨: ନିକଟରେ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଉପଯୁକ୍ତ ଲାଭଦାୟକ ଚାକିରିରେ ଅଭିଜ୍ଞତା ଥିବା ଜଣେ ସୁଶିକ୍ଷିତ ପତ୍ନୀ କେବଳ ତାଙ୍କ ସ୍ୱାମୀଙ୍କଠାରୁ ଭରଣପୋଷଣ ଦାବି କରିବା ପାଇଁ ବେରୋଜଗାର ରହିପାରିବେ ନାହିଁ। ଏକ ମାମଲାର ଶୁଣାଣି କରି, ହାଇକୋର୍ଟ…
ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ୧୦୪ କୋଟି ଟଙ୍କା ଅନୁମୋଦନ
ଭୁବନେଶ୍ୱର,୧୨।୨: ରାଜ୍ୟର ୯୦ ଗୋଟି ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର (ଏଡ଼େଡ଼ କେଲଜ) ଭିତ୍ତିଭୂମି ବିକାଶ ପ୍ରକଳ୍ପ ନିମନ୍ତେ ସରକାରଙ୍କ ତରଫରୁ ୧୦୪ କୋଟି ଟଙ୍କା ଅର୍ଥରାଶି ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପରେ ରାଜ୍ୟର ୯୦ଟି ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଭିତ୍ତିଭୂମିକୁ…
ବରଗଡ଼ର ୩ ମନ୍ଦିରକୁ ମିଳିଲା ପର୍ଯ୍ୟଟନସ୍ଥଳୀର ମାନ୍ୟତା: ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା
ବରଗଡ଼,୧୨।୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ସମ୍ଭାବ୍ୟ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଚିହ୍ନଟ କରିବା ସହ ବହୁମାତ୍ରାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ସ୍ଥାୟୀ ପର୍ଯ୍ୟଟନର ବିକାଶ ତଥା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟର ପ୍ରଭାବଶାଳୀ ପ୍ରଚାର ପ୍ରସାର ପାଇଁ…
ମହାପ୍ରସାଦରେ ବ୍ୟବହାର ହେବ ଜୈବିକ ଚାଉଳ: ‘ଅମୃତ ଅନ୍ନ’ ନାମରେ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ପ୍ରସ୍ତାବ
ଭୁବନେଶ୍ୱର,୧୨।୨: ଶ୍ରୀମହାପ୍ରସାଦ ପ୍ରସ୍ତୁତିରେ ଜୈବିକ ଚାଉଳର ବ୍ୟବହାର ନେଇ ଏକ ପରାମର୍ଶ ବୈଠକ କୃଷି ଭବନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ.…
ବ୍ରିଜ୍ ତଳୁ ଯୁବତୀଙ୍କ ଦରପୋଡ଼ ମୃତଦେହ ଉଦ୍ଧାର, ହତ୍ୟା ପରେ ଜାଳି ଦେଇଥିବା ସନ୍ଦେହ
ବଣାଇଁ,୧୨।୨(ପ୍ରଦୀପ ତ୍ରିପାଠୀ): ଚାନ୍ଦିପୋଷ ଥାନା କୁମ୍ଭାକେଲା ବ୍ରିଜ୍ ତଳୁ ଯୁବତୀଙ୍କ ଦରପୋଡ଼ ମୃତଦେହ ଉଦ୍ଧାର କରାଯାଇଛି। ଯୁବତୀଙ୍କ ପରିଚୟ ମିଳିପାରି ନ ଥିଲା ବେଳେ ତଣ୍ଟି କାଟି କେହି ହତ୍ୟା କରିବା ପରେ ପେଟ୍ରୋଲ ଢାଳି ପୋଡିଦେଇଥିବା ନେଇ ପ୍ରାଥମିକ ତଦନ୍ତରୁ…

