୪ଦିନ ପରେ ସୁଭଦ୍ରା ଟଙ୍କା, କିନ୍ତୁ ଏମାନଙ୍କୁ ମିଳିବନି…
ଭୁବନେଶ୍ୱର,୨୦।୧୧: ଆପଣ ବି ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି କି, ଜାଣନ୍ତୁ ବଡ଼ ଅପଡେଟ । ସବୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ । ନଭେମ୍ବର ୨୪ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ ବୋଲି…
ସୋନୁ ନିଗମଙ୍କ ଗୀତରେ ଝୁମିଲେ ଦର୍ଶକ: ପୁଚୁକି ଗାଲିରୁ…
କଟକ, ୨୦।୧୧(ଶିଳ୍ପା ପ୍ରିୟଦର୍ଶିନୀ): ବାଲିଯାତ୍ରାର ପଞ୍ଚମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆକର୍ଷଣ ସାଜିଥିଲେ ବଲିଉଡ କଣ୍ଠଶିଳ୍ପୀ ପଦ୍ମଶ୍ରୀ ସୋନୁ ନିଗମ। ତୁମ୍ ସେ କରକେ ମିଠି ମିଠି ବାତେ, କେହେ ଦୋ ନାଁ ୟୁ ଆର ମାଇଁ ସୋନିଆ,…
୬ରେ ଜନ୍ମମାଟିକୁ ବୁଲିଯିବେ ରାଷ୍ଟ୍ରପତି
ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୬ରେ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ। ୩ରୁ ୭ ପର୍ଯ୍ୟନ୍ତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜିଲା ପ୍ରଶାସନ ସୂଚନା ଦେଇଛି। ରାଷ୍ଟ୍ରପତି ଡିସେମ୍ବର…
ଖୋଲାଖୋଲି ଲାଞ୍ଚମାଗି ଭିଏଡବ୍ଲ୍ୟୁ ଦେଖାଉଥିଲେ ନାଲିଆଖି: ଭିଡିଓ ଭାଇରାଲ ପରେ ଏବେ….
ଚାନ୍ଦବାଲି,୨୦।୧୧(ଅଶୋକ କୁମାର ପଣ୍ଡା): ଲାଞ୍ଚମାଗିବା ପଡ଼ିଲା ମହଙ୍ଗା। ଗ୍ରାମ୍ୟ କୃଷି ଅଧିକାରୀ (V.A.W) ନିଲମ୍ବିତ। ବାତ୍ୟା ‘ଦାନା’ ପ୍ରଭାବରେ କ୍ଷୟ କ୍ଷତି ହୋଇ ଥିବା ଚାଷୀଙ୍କୁ ସରକାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ଘୋଷଣା କରିବା ପରେ ଚାଷୀଙ୍କୁ ଶୋଷଣ କରା…
ଚାଷୀଙ୍କୁ ଲାଞ୍ଚ ମାଗୁଛନ୍ତି କୃଷି କର୍ମଚାରୀ ଭିଡିଓ ଭାଇରାଲ…
ଚାନ୍ଦବାଲି,୧୯।୧୧(କିଷାନ ପାତ୍ର):ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର କ୍ଷତିପୂରଣ ପ୍ରଦାନ ପାଇଁ ଘୋଷଣା କରିବା ପରେ ଏବେ ଚାଷୀଙ୍କୁ ଶୋଷଣ କରାଯାଉଥିବା ଦେଖିବାକୁ ମିଳିଛି। କ୍ଷତିପୂରଣ ବାବଦରେ ହେକ୍ଟର ପିଛା ୮,୫୦୦ ଟଙ୍କା ଘୋଷଣା ପରେ କିଛି ସରକାରୀ କର୍ମଚାରୀ ଏହାର ଫାଇଦା…
ପୁଣି ବାର୍ହା ଶିକାରକଲା ‘ଜିନତ୍’
ବାରିପଦା,୨୦।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍’ ପୁଣି ବାର୍ହା ଶିକାର କରି ଖାଦ୍ୟ ଗ୍ରହଣ କରିଛି। ପାଣି ପିଇବା ସହ ଗାଧୋଇବା ଏବଂ ଚଳପ୍ରଚଳ କରୁଥିବାରୁ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା…
ଶିମିଳିପାଳ ସୁରକ୍ଷାରେ ଏଆଇ କ୍ୟାମେରା
ବାରିପଦା,୨୦।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଜଗିଛି ଏଆଇ କ୍ୟାମେରା। କ୍ୟାମେରା ମାଧ୍ୟମରେ ଶିମିଳିପାଳକୁ ସୁରକ୍ଷିତ ରଖିବା ଓ ବନାଗ୍ନିରୁ ରକ୍ଷା କରିବା ନେଇ ବନ ବିଭାଗ ପକ୍ଷରୁ ନିଆଯାଇଥିବା ସ୍ବତନ୍ତ୍ର ପଦକ୍ଷେପ ସଫଳ ହେବାରେ ଲାଗିଛି। ଏପରିକି…
ଏବେ କେଉଁ ଦଳରେ ଅଛନ୍ତି ସୁର ରାଉତରାୟ? ନିଜେ କଲେ ଖୁଲାସା
ତିର୍ତ୍ତୋଲ,୨୦।୧୧(ଗୌରାଙ୍ଗ ଚରଣ ସ୍ବାଇଁ):ଜଗତ୍ସିଂହପୁର ଜିଲା ତିର୍ତ୍ତୋଲଠାରେ ଚେଳିତୋଳ ବାଲିଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବର ମଙ୍ଗଳବାର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ଯୋଗଦେଇ ଡ଼. ହରେକୃଷ୍ଣ ମହତାବ ଓ…
୨୫ରେ ବିଧାନସଭା ସର୍ବଦଳୀୟ ବୈଠକ
ଭୁବନେଶ୍ୱର, ୨୦ା୧୧(ସୁନିତ୍ ମିଶ୍ର):ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୨୬ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ଭାଜପା ସରକାର ଆସିବା ପରେ ଏହା ଦ୍ୱିତୀୟ ବିଧାନସଭା ଅଧିବେଶନ। ଚଳିତ ଅଧିବେଶରେ ଭାଜପା ସରକାର ପ୍ରଥମ ଅତିରିକ୍ତ ଚିଠା ବଜେଟ ଆଗତ କରିବେ।…
ବଢ଼ିଲା ଯୁକ୍ତ୨ ପରୀକ୍ଷା ପଞ୍ଜୀକରଣ ଅବଧି
ଭୁବନେଶ୍ୱର,୨୦/୧୧ (ଅନୁରାଧା ମହାରଣା):ଶିକ୍ଷାବର୍ଷ ୨୦୨୪-୨୫ରେ ଯୁକ୍ତ୨ ପରୀକ୍ଷା ପାଇଁ ରେଗୁଲାର ତଥା ଏକ୍ସରେଗୁଲାର ଛାତ୍ରୀଛାତ୍ରଙ୍କ ନିମନ୍ତେ ପଞ୍ଜୀକରଣ ସମୟସୀମା ବୃଦ୍ଧି କରାଯାଇଛି। ବୁଧବାରଠାରୁ ଆସନ୍ତା ୨୫ତାରିଖ ମଧ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟର ଆଗ୍ରହୀ ଛାତ୍ରୀଛାତ୍ର ଏଥିପାଇଁ ଆବେଦନ…
ପରିବେଶ ପାଇଁ ବୈଶ୍ୱିକ ସ୍ବର ପାଲଟିଥିବା ଯୋଦ୍ଧା
ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଭାଗୀ କରାଇପାରିବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’…
ପଲ୍ସର୍ରେ ଆସିଲେ, ବ୍ଲାଙ୍କ୍ ଫାୟାରିଂ କରି କାର୍ରୁ ୮.୩୦ ଲକ୍ଷ ଲୁଟିନେଲେ
ବାଣପୁର,୧୯ା୧୧(ଦିଲୀପ କୁମାର ସ୍ବାଇଁ): ବାଣପୁର ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ମଙ୍ଗଳବାର ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥର ବାଣପୁର ଓଭରବ୍ରିଜ ନିକଟରେ ଚାଉଳ ସ’ ମିଲ୍ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୮ଲକ୍ଷ ୩୦ହଜାର ଟଙ୍କା ଲୁଟି…
Archives


