ଖେଳ

ଦିନ ମଜୁରିଆରୁ ଅନ୍ତର୍ଜାତୀୟ କ୍ରିକେଟର

କଟକ,୨୯ା୮(ସୁପ୍ରିୟା ପ୍ରିୟଦର୍ଶିନୀ):କେନ୍ଦୁଝର ହାଟଡିହି ବ୍ଲକର ଜଞ୍ଜଣା ଗ୍ରାମର ଝିଲି ବିରୂଆ। ପିଲାଟିବେଳୁ ପରିବାରର ଦୁଃଖ, କଷଣ ସହି ଆସୁଥିବା ଝିଲ୍ଲୀ ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ ରହିଛନ୍ତି। ସେ ଇଂଲଣ୍ଡରୁ ଆଇବିଏସଏ ୱାଲର୍‌ଡ ଟୁର୍ଣ୍ଣମେଣ୍ଟର...

ଦଳ ଚୟନକୁ ନେଇ ମୁହଁତୋଡ ଜବାବ ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୯।୮: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆକୁ ଏସିଆ କପ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ଖେଳିବାକୁ ପଡିବ। ଏଥିପାଇଁ ଦଳ ଘୋଷଣା କରାଯାଇଛି। ୧୮ ଜଣିଆ ଦଳରେ ଅନେକ ବଡ ନାମ ନାହିଁ।...

‘ମୁଁ ଚ୍ୟାଲେଞ୍ଜ୍‌ ନେବାକୁ ପସନ୍ଦ କରେ’

ନୂଆଦିଲ୍ଲୀ,୨୯।୮: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଗାମୀ ଏସିଆ କପ ଏବଂ ଦିନିକିଆ ବିଶ୍ୱକପ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଅଛନ୍ତି। ଗତ ୧୫ବର୍ଷ ଧରି ଭାରତୀୟ କ୍ରିକେଟ ଦଳରେ ସେବା କରୁଥିବା କୋହଲି ଚ୍ୟାଲେଞ୍ଜକୁ ପସନ୍ଦ କରନ୍ତି ବୋଲି...

ଚୋପ୍ରାଙ୍କ ପ୍ରଭାବ: ଟପ୍‌ ୬ରେ ୩ ଭାରତୀୟ

ନୂଆଦିଲ୍ଲୀ, ୨୯ା୮ (ପି.ଟି.):ନୀରଜ ଚୋପ୍ରାଙ୍କ ଦ୍ୱାରା ଅନୁପ୍ରାଣିତ ଦେଶରେ ଜାଭେଲିନ ବିପ୍ଳବ ଠିକଣା ଦିଗରେ ଗତିକଲା ଭଳି ମନେ ହେଉଛି। ଟୁର୍ନାମେଣ୍ଟ ଇତିହାସରେ ବିଶ୍ୱଚାମ୍ପିୟନଶିପ୍‌ ଫାଇନାଲର ଶ୍ରେଷ୍ଠ ୬ଜଣଙ୍କ ମଧ୍ୟରେ ୩ ଭାରତୀୟ ସ୍ଥାନ ପାଇଥିବାରୁ ଏହା ସୂଚୀତ ହେଉଛି।...

ଏସିଆ କପ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପୂର୍ବତନ ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ,୨୯।୮: ସେପ୍ଟେମ୍ବର ୨ରେ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ। ଏହାପୂର୍ବରୁ କ୍ରିକେଟ ଭେଟେରାନମାନେ ଭାରତ-ପାକିସ୍ତାନ ମ୍ୟାଚ ଉପରେ କ୍ରମାଗତ ଭାବରେ ନିଜର ମତାମତ ଦେଉଛନ୍ତି। ତେବେ ବର୍ତ୍ତମାନ ପାକିସ୍ତାନର ପୂର୍ବତନ ଭେଟେରାନ ୱାସିମ ଆକ୍ରମ ଭାରତ-ପାକିସ୍ତାନ...

ଜାଭେଲିନ ତାରକା କିଶୋରଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର

ଭୁବନେଶ୍ୱର,୨୯ା୮(ଅନିଲଦାସ):ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ପ୍ରଥମ ଓଡ଼ିଆ ଭାବେ ଦେଶ ପାଇଁ ପ୍ରତିନିଧିତ୍ୱ କରି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜାଭେଲିନ ତାରକା କିଶୋର ଜେନାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି...

ଓଏଫ୍‌ସି ସହ ସିଙ୍ଗସନଙ୍କ ଚୁକ୍ତି

ଭୁବନେଶ୍ୱର,୨୯ା୮(ସରୋଜ ଜେନା): ଓଡ଼ିଶା ଫୁଟବଲ କ୍ଲବ(ଓଏଫ୍‌ସି) ପକ୍ଷରୁ ଯୁବ ସେଣ୍ଟର ବ୍ୟାକ୍‌ ପାଓଗୋମାଙ୍ଗ ସିଙ୍ଗସନଙ୍କ ସହିତ ୩ ବର୍ଷର ଚୁକ୍ତି ସ୍ବାକ୍ଷର କରାଯାଇଛି। ପୂର୍ବରୁ ସିଙ୍ଗସନ୍‌ ପଞ୍ଜାବ ଏଫ୍‌ସି, ହାଇଦ୍ରାବାଦ ଏଫ୍‌ସି ରିଜର୍ଭେସ, ନେରୋକା ଏଫ୍‌ସି ପରି ଆଇ ଲିଗ୍‌...

ଭାରତ କ୍ରୀଡ଼ା ରାଷ୍ଟ୍ର ହେବାକୁ ଯାଉଛି: ଗାଭାସ୍କର

ମୁମ୍ବାଇ, ୨୯ା୮: କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଜାଭେଲିନ ସେନ୍‌ସେଶନ ନୀରଜ ଚୋପ୍ରାଙ୍କ ଐତିହାସିକ ସଫଳତାର ଉଚ୍ଚ ପ୍ରଶଂସା କରିଛନ୍ତି। ଏଥିସହ ନିକଟରେ ଚେସ୍‌ ପ୍ରତିଭା ଆର୍‌. ପ୍ରଜ୍ଞାନନ୍ଦ ଏବଂ ବ୍ୟାଡ୍‌ମିଣ୍ଟନ ଷ୍ଟାର ଏଚ୍‌.ଏସ୍‌. ପ୍ରଣୟଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଦେଶ...

ଫାଷ୍ଟ ବୋଲରରୁ ଜାଭେଲିନ୍‌ ଥ୍ରୋୟର

ହଙ୍ଗେରୀର ବୁଦାପେଷ୍ଟରେ ଉଦ୍‌ଯାପିତ ହୋଇଯାଇଛି ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌। ପ୍ରଥମ ଥର ପାଇଁ ୩ ଜଣ ଭାରତୀୟ ନୀରଜ ଚୋପ୍ରା, ଡି.ପି. ମନୁ ଓ କିଶୋର କୁମାର ଜେନା ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲେ। ନୀରଜ ସ୍ବର୍ଣ୍ଣ...

ଦୁଇ ବର୍ଷ ତଳେ ପରିବାରକୁ ଭେଟିଥିଲେ କିଶୋର

ନୂଆଦିଲ୍ଲୀ,୨୯ା୮: ସାଧାରଣତଃ କ୍ରୀଡ଼ା ସହ ଜଡ଼ିତ ସମସ୍ତ ଆଥ୍‌ଲେଟ ଶୈଶବରୁ ଉକ୍ତ କ୍ରୀଡ଼ାକୁ ଆପଣେଇଥାନ୍ତି। ତେବେ ଓଡ଼ିଶାର ଓଭରନାଇଟ ସେନ୍‌ସେସନ୍‌ ଜାଭେଲିନ୍‌ ଥ୍ରୋୟର କିଶୋର ଜେନାଙ୍କ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ । ଆରମ୍ଭରୁ ଭଲି ଖେଳ ସହ ଜଡ଼ିତ ଥିବା...

ବାଂଲାଦେଶ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ଭାରତ

ନୂଆଦିଲ୍ଲୀ,୨୮ା୮: ଓମାନର ସାଲାହାଠାରେ ବାଂଲାଦେଶ ବିପକ୍ଷ ଏସିଆନ ୫ଏସ୍‌ ପୁରୁଷ ହକି ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ଭାରତୀୟ ମଙ୍ଗଳବାର ବାଂଲାଦେଶ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ପ୍ରତିଯୋଗିତାର ଏଲିଟ୍‌ ପୁଲ୍‌’ରେ ଭାରତ ସହ ମାଲେସିଆ, ପାକିସ୍ତାନ, ଜାପାନ, ଓମାନ ଓ...

ଫାଇନାଲରେ ଭାରତ

ସାଲାଲା(ଓମାନ),୨୮ା୮: ଏସିଆନ ୫ଏସ୍‌ ମହିଳା ହକି ଟୁର୍ନାମେଣ୍ଟରେ ଭାରତର ଅଧିନାୟିକା ନବଜୋତ କୌରଙ୍କ ହ୍ୟାଟ୍ରିକ୍‌ ସହାୟତାରେ ୯-୫ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏଥିସହିତ ଭାରତ ଆସନ୍ତା ବର୍ଷ ହେବାକୁଥିବା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri