ଖେଳ

ସର୍ବଭାରତୀୟ ସବ୍‌-ଜୁନିୟର ର଼୍ୟାଙ୍କିଙ୍ଗ ବ୍ୟାଡ୍‌ମିଣ୍ଟନ: ଶ୍ୱେତପର୍ଣ୍ଣା-ସାତ୍ୱିକ ଯୋଡ଼ି ଚାମ୍ପିୟନ

ଭୁବନେଶ୍ୱର,୨୭ା୭(ସ୍ପୋଟର୍‌ସ ବ୍ୟୁରୋ) ମଣିପୁରର ଇମ୍ଫାଲଠାରେ ଅନୁଷ୍ଠିତ ସର୍ବଭାରତୀୟ ସବ୍‌ଜୁନିୟର ର଼୍ୟାଙ୍କିଙ୍ଗ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଶ୍ୱେତପର୍ଣ୍ଣା ପଣ୍ଡା ଓ ତେଲେଙ୍ଗାନାର ସାତ୍ୱିକ ରେଡ୍ଡୀ କେ. ୧୫ ବର୍ଷରୁ କମ୍‌ ମିକ୍ସଡ୍‌ ଡବଲ୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ଶ୍ୱେତପର୍ଣ୍ଣାଙ୍କ ଏହା...

ଫେଲ୍‌ପ୍ସଙ୍କ ରେକର୍ଡ ଭାଙ୍ଗିଲେ ଡ୍ରେସେଲ

ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ), ୨୭ା୭ (ଏଏଫ୍‌ପି)- କାଲେବ ଡ୍ରେସେଲ ପୁରୁଷ ୧୦୦ ମିଟର ବଟରଫ୍ଲାଏ ସୁଇମିଂରେ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଏଠାରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ମାଇକେଲ ଫେଲ୍ପଙ୍କ ପୁରୁଣା ରେକର୍ଡକୁ ସେ ଭଙ୍ଗ କରିଦେଇଛନ୍ତି। ଗତଥରର...

ଆସେସ୍‌ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ: ସ୍ମିଥ, ଓ୍ବାର୍ନର, ବ୍ୟାଙ୍କ୍ରଫ୍ଟ ସାମିଲ

ଲଣ୍ଡନ,୨୭ା୭(ଏ.ଏଫ୍‌.ପି.) ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଥିବା ଆସେସ୍‌ ସିରିଜ ପାଇଁ ଶୁକ୍ରବାର ଅଷ୍ଟ୍ରେଲିଆର ୧୭ଜଣିଆ ଦଳ ଘୋଷଣା କରାଯାଇଛି। ୫ ମ୍ୟାଚ ବିଶିଷ୍ଟ ଏହି ସିରିଜ୍‌ ଲାଗି ଅଷ୍ଟ୍ରେଲିଆ ଦଳରେ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌, ଡେଭିଡ୍‌ ଓ୍ବାର୍ନରଙ୍କ...

ଭାରତ ବିପକ୍ଷ ଦିନିକିଆ ସିରିଜ: ଓ୍ବେଷ୍ଟଇଣ୍ଡିଜ ଦଳରେ ଗେଲ୍‌

ସେଣ୍ଟ ଜନ୍ସ(ଆଣ୍ଟିଗୁଆ), ୨୭।୭(ପି.ଟି.)- ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷଣା କରାଯାଇଛି। ଅଗଷ୍ଟ ୮ରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଦଳରେ କ୍ରିସ୍‌ ଗେଲ୍‌ ସ୍ଥାନ...

ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ହକିଭାରତୀୟ ମହିଳା ଦଳରେ ଲିଲିମା, ଦୀପଗ୍ରେସ୍‌

ନୂଆଦିଲ୍ଲୀ, ୨୭।୭- ୨୦୨୦ ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟ ଅଗଷ୍ଟ ୧୭ରୁ ୨୧ ପର୍ଯ୍ୟନ୍ତ ଜାପାନରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଶୁକ୍ରବାର ୧୮ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ଏହି ଦଳରେ...

ଥାଇଲାଣ୍ଡ ଅନ୍ତର୍ଜାତୀୟ ବକ୍ସିଂ : ଫାଇନାଲରେ ୫ ଭାରତୀୟ

ନୂଆଦିଲ୍ଲୀ,୨୭।୭(ପି.ଟି.)- ରାଜଧାନୀ ବ୍ୟାଙ୍କକ୍‌ରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ବକ୍ସିଂ ଟୁର୍ନାମେଣ୍ଟର ଫାଇନାଲରେ ୫ ଜଣ ଭାରତୀୟ ପ୍ରବେଶ କରିଛନ୍ତି। ଶୁକ୍ରବାର ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ ନିଖାତ ଜରିନ (୫୧ କେ.ଜି.) ଓ ଦୀପକ ସିଂ (୪୯ କେ.ଜି.)ଙ୍କ ସମେତ...

ଅକ୍ଟୋବର ୨୦ରୁ ଇଣ୍ଡିଆନ ବକ୍ସିଂ ଲିଗ୍‌

ନୂଆଦିଲ୍ଲୀ,୨୭।୭(ପି.ଟି.)- ପ୍ରଥମଥର ପାଇଁ ଇଣ୍ଡିଆନ ବକ୍ସିଂ ଲିଗ୍‌ ଆୟୋଜନ ହେବାକୁ ଯାଉଛି। ଅକ୍ଟୋବର ୨୦ରୁ ଆରମ୍ଭ ହୋଇ ଏହି ଲିଗ୍‌ ନଭେମ୍ବର ୯ ତାରିଖରେ ଶେଷ ହେବ। ମହିଳା ତାରକା ବକ୍ସର ତଥା ଅଲିମ୍ପିକ୍ସ ପଦକ ବିଜୟିନୀ ମେରୀକମ୍‌ ଓ...

କପିଳଦେବଙ୍କ ଅଧ୍ୟକ୍ଷତାରେ ସିଏସି କୋଚ୍‌ ଚୟନ କରିବ

ନୂଆଦିଲ୍ଲୀ,୨୭।୭(ପି.ଟି.)- ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଅଧ୍ୟକ୍ଷତାରେ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍‌ ଚୟନ କରିବ। କୋଚ୍‌ ଚୟନ ନେଇ ଅଗଷ୍ଟ ମାସ ମଧ୍ୟଭାଗରେ ସାକ୍ଷାତକାର ନିଆଯିବ। ଶୁକ୍ରବାର ଏକ ବୈଠକ ବସି...

ବିଦାୟୀ ମ୍ୟାଚ୍‌ରେ ମାଲିଙ୍ଗାଙ୍କୁ ବିଜୟ ଭେଟି

କଲମ୍ବୋ,୨୭।୭(ଏଏଫ୍‌ପି)- କ୍ୟାରିୟର ଅନ୍ତିମ ମ୍ୟାଚ୍‌ରେ ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ବିଜୟ ସହ ଦିନିକିଆରୁ ବିଦାୟ ନେଇଛନ୍ତି। ସ୍ଥାନୀୟ ଆର. ପ୍ରେମାଦାସା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଶ୍ରୀଲଙ୍କା ୯୧ ରନରେ ବିଜୟୀ...

ଲଡର୍‌ସ ଟେଷ୍ଟ: ଇଂଲଣ୍ଡର ବୃହତ୍‌ ବିଜୟ

ଲଣ୍ଡନ,୨୭।୭(ଏଏଫ୍‌ପି)- ପ୍ରଥମ ଇନିଂସରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୨୨ ରନ ପଛରେ ପଡିଥିଲେ ମଧ୍ୟ ଦିନିକିଆ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଆୟର୍ଲାଣ୍ଡକୁ ୩ ଦିନରେ ବୃହତ୍‌ ୧୪୩ ରନରେ ପରାସ୍ତ...

୧୦୦ ମିଟର ଫ୍ରି-ଷ୍ଟାଇଲ ରେକର୍ଡ ବଜାୟ ରଖିଲେ ମାନୁଏଲ୍‌

ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ), ୨୬ା୭ (ଏଏଫ୍‌ପି)-ଆମେରିକାର ସିମୋନ୍‌ ମାନୁଏଲ୍‌ ତାଙ୍କ ୧୦୦ ମିଟର ଫ୍ରିଷ୍ଟାଇଲ ବିଶ୍ୱ ଟାଇଟଲ ବଜାୟ ରଖିଛନ୍ତି। ଗ୍ବାଙ୍ଗଜୁରେ ଏହି ଅଲିମ୍ପିକ ଚାମ୍ପିୟନ ୫୨.୦୪ ସେକେଣ୍ଡ ଟାଇମିଂରେ ତାଙ୍କ ରେସ୍‌ ଶେଷ କରିଥିଲେ। ସ୍ବିଡେନର ସାରା ଜୋସ୍‌ଷ୍ଟର୍ମଙ୍କୁ...

ବେଲ୍‌ଫାଷ୍ଟ ଟାଇଟାନ୍ସରୁ ଖେଳିବେ ଡୁ’ପ୍ଲେସି

ମୁମ୍ବାଇ, ୨୬ା୭ (ପି.ଟି.)- ୟୁରୋ ଟି୨୦ ସ୍ଲାମ୍‌ ଟୁର୍ନାମେଣ୍ଟରେ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା କ୍ରିକେଟ ଅଧିନାୟକ ଫାଫ୍‌ ଡୁ’ପ୍ଲେସି ବେଲ୍‌ଫାଷ୍ଟ ଟାଇଟାନ୍ସ ଫ୍ରାଞ୍ଚାଇଜ୍‌ ଦଳରେ ଯୋଗ ଦେଇଛନ୍ତି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ହେବାକୁଥିବା ଏହି ଟୁର୍ନାମେଣ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri