ଦେଶର ଅନ୍ତର୍ଜାତୀୟ ଶୁଟିଂ ସେଣ୍ଟରରେ ନାହିଁ ଶୁଟରଙ୍କ ରହଣି ବ୍ୟବସ୍ଥା
ନୂଆଦିଲ୍ଲୀ,୭।୯- ଦେଶର ଜଣାଶୁଣା ଅନ୍ତର୍ଜାତୀୟ ଶୁଟିଂ ସେଣ୍ଟର ଡ. କାର୍ନି ସିଂ ଶୁଟିଂ ରେଞ୍ଜଠାରେ ଭାରତୀୟ ଶୁଟରଙ୍କ ଲାଗି ରହଣି ବ୍ୟବସ୍ଥା ନାହିଁ। ଏଥିଯୋଗୁ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଥିବା ଶୁଟରମାନେ ଆବଶ୍ୟକ ଟ୍ରେନିଂ ପାଇପାରୁ ନାହାନ୍ତି। ଅପୂର୍ବୀ ଚଣ୍ଡେଲା, ଯଶସ୍ବିନୀ…
ସିଓଏର ଘୋଷଣା ପରେ ଅଡୁଆରେ ଓସିଏ
କଟକ ଅଫିସ,୭ା୯- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରିଚାଳନା ପାଇଁ ସୁପ୍ରିମକୋର୍ଟ ଦ୍ୱାରା ନିୟୋଜିତ କମିଟି ଅଫ ଆଡମିନଷ୍ଟ୍ରେଟର(ସିଓଏ) ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ଘୋଷଣା ଏହା ଯେ, ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ ସଂଘ…
ଇଷ୍ଟ ଜୋନ୍ ସ୍ନୁକର: ଶ୍ୟାମ, ଉଦ୍ଭାସଙ୍କ ପ୍ରଭାବୀ ପ୍ରଦର୍ଶନ
ଭୁବନେଶ୍ୱର, ୭।୯(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ପଟିଆ ସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଇଷ୍ଟ ଜୋନ୍ ସ୍ନୁକର ଚାମ୍ପିୟନଶିପ୍ର ଦ୍ୱିତୀୟ ଦିବସରେ ଶ୍ୟାମ ଅଗ୍ରଓ୍ବାଲ ଓ ଉଦ୍ଭାସ ମହାପାତ୍ର ପ୍ରଭାବୀ ପ୍ରଦର୍ଶନ କରି ବିଜୟୀ ହୋଇଛନ୍ତି। ଦ୍ୱିତୀୟ ଦିବସର ମ୍ୟାଚ ଗୁଡ଼ିକ ମଧ୍ୟରେ…
ଦୀନେଶ କାର୍ତ୍ତିକଙ୍କୁ କାରଣ ଦର୍ଶାଅ ନୋଟିସ
ନୂଆଦିଲ୍ଲୀ, ୭ା୯ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟର ଦୀନେଶ କାର୍ତ୍ତିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଦୀନେଶ ବଲିଉଡ ସୁପର ଷ୍ଟାର ଶାହରୁଖ ଖାଁଙ୍କ ମାଲିକାନାରେ କ୍ୟାରିବିୟନ ସୁପର ଲିଗ୍ (ସିପିଏଲ୍) ଫ୍ରାଞ୍ଚାଇଜ୍ ତ୍ରିନିଦାଦ୍ ନାଇଟ…
କିମ୍ବଦନ୍ତୀ ସ୍ପିନର ଅବ୍ଦୁଲ କାଦିରଙ୍କ ଦେହାନ୍ତ
କରାଚୀ/ନୂଆଦିଲ୍ଲୀ, ୭ା୯ (ପି.ଟି.)-ପାକିସ୍ତାନର ପୂର୍ବତନ ମହାନ ସ୍ପିନର ଅବ୍୍ଦୁଲ କାଦିରଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି। ତାଙ୍କୁ ୬୩ ବର୍ଷ ହୋଇଥିଲା। ତାଙ୍କର ୪ ପୁଅ ଏବଂ ଏକମାତ୍ର ଝିଅ ପାକିସ୍ତାନର ବର୍ତ୍ତମାନ ଷ୍ଟାର ବ୍ୟାଟ୍ସମ୍ୟାନ ଉମର ଅକମଲଙ୍କୁ ବିବାହ କରିଛନ୍ତି। କାଦିର…
୧୦୦ ଉଇକେଟ ନେବାରେ ମାଲିଙ୍ଗା ପ୍ରଥମ
କାଣ୍ଡି (ଶ୍ରୀଲଙ୍କା), ୭ା୯ (ଏଏଫ୍ପି)- ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ବୋଲର ଭାବେ ଅନ୍ତର୍ଜାତୀୟ ଟି୨୦ରେ ୧୦୦ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କାଣ୍ଡିଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ମ୍ୟାଚରେ ସେ ଏହି ସଫଳତା ହାସଲ…
ଫୁଟ୍ବଲ ଖେଳିବେ ସିମେନ୍ୟା
ଜୋହାନ୍ସବର୍ଗ ୭ା୯ (ଏଏଫ୍ପି)-ଦୁଇ ଥର ଅଲିମ୍ପିକ ୮୦୦ ମିଟର ସ୍ବର୍ଣ୍ଣ ବିଜୟିନୀ କାଷ୍ଟର ସିମେନ୍ୟା ଦକ୍ଷିଣ ଆଫ୍ରିକାର ଏକ ମହିଳା ଫୁଟ୍ବଲ ଟିମ୍ରେ ଯୋଗ ଦେଇଛନ୍ତି। ଆଥଲେଟିକ୍ସ ଗଭର୍ନିଂବଡ଼ି ଆଇଏଏଏଫ୍ ହାର ନିୟମରେ ପରିବର୍ତ୍ତନ ପରେ ୨୮ ବର୍ଷୀୟା ସିମେନ୍ୟା ଚାହିଥିଲେ…
ଆଶେସ ଦେଖିବା ଲାଗି ୧୨ ବର୍ଷୀୟ ବାଳକଙ୍କ ଅଭିନବ ପ୍ରୟାସ
ମାଞ୍ଚେଷ୍ଟର ୭ା୯ (ପି.ଟି.)-ଇଂଲଣ୍ଡରେ ଆଶେସ ଦେଖିବା ଲାଗି ଅଷ୍ଟ୍ରେଲିଆର ଜଣେ ୧୨ ବର୍ଷୀୟ ବାଳକ ଯାହା କରିଛନ୍ତି, ସେଭଳି ଦୃଷ୍ଟାନ୍ତ କହିବାକୁ ଗଲେ ଦେଖାଯାଏନି। ନିଜର ଅଭିଳାଷ ପୂରଣ କରିବା ଲାଗି ମାକ୍ସ ଓ୍ବେଟ୍ ନାମକ ଏହି ବାଳକଙ୍କୁ ୪ବର୍ଷ ଧରି…
ରସିଦଙ୍କ ଅଲରାଉଣ୍ଡ ଶୋ: ସୁବିଧାଜନକ ସ୍ଥିତିରେ ଆଫଗାନିସ୍ତାନ
ଚିଟ୍ଟାଗଙ୍ଗ,୭।୯(ଏଏଫ୍ପି)- ତାରକା ଅଲରାଉଣ୍ଡର ରସିଦ ଖାଁ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ୍ଦାର ପ୍ରଦର୍ଶନ କରି ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ ସୁବିଧାଜନକ ସ୍ଥିତିରେ ପହଞ୍ଚାଇଛନ୍ତି। ରସିଦ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳିବା ସହ ମୂଲ୍ୟବାନ ୪…
ଆଶେସ ଚତୁର୍ଥ ଟେଷ୍ଟ: ବନର୍ସ, ରୁଟ୍ଙ୍କ ଅର୍ଦ୍ଧଶତକ
ମାଞ୍ଚେଷ୍ଟର,୭।୯- ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଆଶେସ ଟେଷ୍ଟ ମ୍ୟାଚ୍ରେ ଘରୋଇ ଇଂଲଣ୍ଡ ସଂଘର୍ଷ ଜାରି ରଖିଛି। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍ ସ୍ମିଥ୍ଙ୍କ ୨୧୧ ରନର ଦ୍ୱିଶତକୀୟ ପାଳି…
ମାଲିଙ୍ଗା ମ୍ୟାଜିକ୍: ଶ୍ରୀଲଙ୍କାର ସାନ୍ତ୍ୱନାମୂଳକ ବିଜୟ
ପାଲିକେଲ,୭।୯- ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଘରୋଇ ଶ୍ରୀଲଙ୍କା ୩୭ ରନରେ ବିଜୟୀ ହୋଇଛି। ପ୍ରଥମ ଦୁଇଟି ମ୍ୟାଚ୍ରେ ପରାସ୍ତ ହୋଇ ସିରିଜ ହାତଛଡ଼ା କରିଥିବା ଶ୍ରୀଲଙ୍କ ଏହି ମୁକାବିଲା ଜିତି ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି।…
ଦକ୍ଷିଣ ଆଫ୍ରିକା ‘ଏ’ ୩୬ ରନରେ ପରାସ୍ତ: ଭାରତ‘ଏ’ ୪-୧ରେ ସିରିଜ ଜିତିଲା
ଥିରୁଭାନନ୍ତପୁରମ, ୬।୯(ପି.ଟି.): ଶୁକ୍ରବାର ଏଠାରେ ଅନୁଷ୍ଠିତ ୫ମ ତଥା ଅନ୍ତିମ ଅନଅଫିସିଆଲ ଏକଦିବସୀୟ କ୍ରିକେଟ ମ୍ୟାଚରେ ଭାରତ ‘ଏ’ ୩୬ ରନରେ ଦକ୍ଷିଣ ଆଫ୍ରିକା ‘ଏ’କୁ ପରାସ୍ତ କରିଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୪-୧ରେ ବିଜୟୀ ହୋଇଛି।…
Archives


