ଖେଳ

କୋହଲି ଏବେ ନିରାମିଷାଶୀ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ ଫିଟ୍‌ନେସକୁ ନେଇ ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ପରିଚିତ। ଏଥି ଲାଗି ସେ ବ୍ରେକ୍‌ଫାଷ୍ଟଠାରୁ ଆରମ୍ଭ କରି ରାତ୍ର ଭୋଜନ ପର୍ଯ୍ୟନ୍ତ ନିୟମିତ ଆମିଷ ଖାଉଥିଲେ। ହେଲେ ଏବେ ସେ…

ଥିରିମାନେ, ସନକାଙ୍କୁ ପାକିସ୍ତାନ ଗସ୍ତର ନେତୃତ୍ୱ

କଲମ୍ବୋ, ୧୧।୯ (ଏଏଫ୍‌ପି): ବହୁଚର୍ଚ୍ଚିତ ପାକିସ୍ତାନ ଗସ୍ତ ଲାଗି ବୁଧବାର ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳ ଘୋଷଣା କରାଯାଇଛି। ଲାହିରୁ ଥିରିମାନେଙ୍କୁ ଦିନିକିଆ ଓ ଦସୁନ ସନକାଙ୍କୁ ଟି୨୦ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ଲସିଥ୍‌ ମାଲିଙ୍ଗା ଓ ଦିମୁଥ…

୨୦୨୨ ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ: କଳିଙ୍ଗରେ ଭାରତ-କାତାର ମ୍ୟାଚ ସମ୍ଭାବନା

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି): ଭାରତର ଅଘୋଷିତ କ୍ରୀଡ଼ା ରାଜଧାନୀଭାବେ ବିବେଚିତ ହେଉଥିବା ଭୁବନେଶ୍ୱରକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ବଡ଼ ମ୍ୟାଚ। ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମୀ ପାଇଁ ଏଠାରେ ହକି ବିଶ୍ୱକପଠାରୁ ଆରମ୍ଭ କରି ଅନେକ ଜାତୀୟ/ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ସଫଳତାର…

କ୍ରୁନାଲଙ୍କୁ କ୍ଷମା ପ୍ରାର୍ଥନା କଲେ ହାର୍ଦ୍ଦିକ

ମୁମ୍ବାଇ,୧୧।୯: ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ରେ ବ୍ଲୁ ଜର୍ସିରେ ଦେଖିବାକୁ ମିଳିବ। ବୁଧବାର ପାଣ୍ଡ୍ୟା ବ୍ରଦର୍ସ ଅଭ୍ୟାସ କରୁଥିବାବେଳେ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ନେଟ୍ସରେ କ୍ରୁନାଲଙ୍କ ବୋଲିଂରେ ହାର୍ଦ୍ଦିକ ହେଲିକାପ୍ଟର ଶଟ୍‌…

ପୁଣି ବର ବେଶରେ ସଜେଇ ହେଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ସିରିଜକୁ କ୍ଲିନ୍‌ସୁଇପ୍‌ କରିବା ପରେ ବିରାଟ ବାହିନୀ ଏବେ ଦକ୍ଷିଣ ଆଫ୍ରିକା ସିରିଜ୍‌ ପାଇଁ ପ୍ରସ୍ତୁତି ଚଳାଇଛି। ଏହା ପୂର୍ବରୁ ସ୍ତ୍ରୀ ଅନୁଷ୍କା…

ରୋନାଲ୍ଡୋଙ୍କ ଦରମା ଅନ୍ୟ ଖେଳାଳିଙ୍କ ୩ ଗୁଣା

ରୋମ,୧୧।୯: ପର୍ତ୍ତୁଗାଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସିରି ଏ’ ଲିଗ୍‌ରେ ସର୍ବାଧିକ ଦରମା ପାଉଥିବା ଖେଳାଳି। ତାଙ୍କ ବାର୍ଷିକ ଦରମା ଅନ୍ୟ ଖେଳାଳିଙ୍କ ଆୟଠାରୁ ପ୍ରାୟ ୩ ଗୁଣା ଅଧିକ। ଗତବର୍ଷ ଜୁଭେଣ୍ଟସ କ୍ଲବରେ ସାମିଲ ହୋଇଥିବା ଫରଓ୍ବାର୍ଡ ରୋନାଲ୍ଡୋ ବର୍ଷକୁ…

ନେମାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ନାମରେ ଧମକାଇବା ମାମଲା

ସାଓ ପାଉଲୋ,୧୧।୯- ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ନେମାର ଜୁନିୟରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ନାମରେ ସାଓ ପାଉଲୋ ରାଜ୍ୟର ପୋଲିସ ନିକଟରେ ଧମକ ଦେଇ ଅର୍ଥ ଆଦାୟ, ଠକାମି ଭଳି ବହୁ ମାମଲା ଦାଏର କରିଛି। ଏହା ପ୍ୟାରିସ…

ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗି ପାରନ୍ତି ସ୍ମିଥ

ଓଭାଲ,୧୧।୯- ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଚଳିତ ଆଶେସ ସିରିଜ୍‌ରେ ଚମତ୍କାର ଫର୍ମରେ ରହିଛନ୍ତି। ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଏପର୍ଯ୍ୟନ୍ତ ଆଶେସ ସିରିଜ୍‌ରେ ଏକ ଦ୍ୱିଶତକ ସହ ଦୁଇଟି ଲେଖାଏ ଶତକ ଓ ଅର୍ଦ୍ଧଶତକ ଲଗାଇ ସାରିଛନ୍ତି। ସିରିଜ୍‌ରେ ୩ ମ୍ୟାଚ୍‌…

ବେକାର ହେଲା ଗେଲ୍‌ଙ୍କ ବିସ୍ଫୋରକ ଶତକ

ସେଣ୍ଟ କିଟ୍ସ, ୧୧।୯: ଓ୍ବାର୍ନର ପାର୍କଠାରେ ଅନୁଷ୍ଠିତ କାରିବିଅନ ପ୍ରିମିୟର ଲିଗ୍‌ (ସିପିଏଲ) ମ୍ୟାଚ୍‌ରେ ଜାମାଇକା ତାଲାଓ୍ବାସ ଦଳର ଅଧିନାୟକ କ୍ରିସ୍‌ ଗେଲ୍‌ଙ୍କ କ୍ୟାରିୟରର ୨୨ତମ ଶତକ ବେକାର ହୋଇଛି। ଗେଲ୍‌ଙ୍କ ଶତକ ଓ ଚାଦ୍ୱିକ ଓ୍ବାଲଟନଙ୍କ ୩୬ ବଲରୁ ୭୩…

ଆଇପିଏଲ ନୁହେଁ, ସୁରକ୍ଷା ଚିନ୍ତାରେ ପଛଘୁଞ୍ଚା ଦେଇଛନ୍ତି ଶ୍ରୀଲଙ୍କା ଖେଳାଳି

ନୂଆଦିଲ୍ଲୀ,୧୧।୯: ଭାରତୀୟ କର୍ତ୍ତୃପକ୍ଷଙ୍କ ଚାପରେ ବଶବର୍ତ୍ତୀ ହୋଇ ୧୦ ଜଣ ଶ୍ରୀଲଙ୍କା ଖେଳାଳି ପାକିସ୍ତାନ ଗସ୍ତରୁ ଓହରିଯାଇଥିବା ଏହି ଦେଶର ମନ୍ତ୍ରୀ ଫଓ୍ବାଦ ହୁସେନ ଅଭିଯୋଗ ଆଣିଥିଲେ। ଏହାକୁ ଖଣ୍ଡନ କରି ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ହାରିନ ଫର୍ନାଣ୍ଡୋ ଟୁଇଟର ଜରିଆରେ ବୁଧବାର…

ପ୍ରଥମ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଥିଲେ ଏହି ଖେଳାଳି

ଜଣେ ଜବରଦସ୍ତ ବ୍ୟାଟ୍ସମ୍ୟାନ୍‌, ବୋଲର୍‌, ଫିଲ୍ଡର ଏବଂ ଜଣେ ଉଚ୍ଚକୋଟୀର ଅଧିନାୟକ ଥିଲେ ଲାଲା ଅମରନାଥ। ସ୍ବାଧୀନ ଭାରତର ପ୍ରଥମ ଅଧିନାୟକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା। ୧୯୧୧ ସେପ୍ଟେମ୍ବର ୧୧ କପୁରଥଲ୍ଲାରେ ଜନ୍ମଗ୍ରହଣ କରିଥିବା ଲାଲା ଅମରନାଥ ୨୪ଟି ଟେଷ୍ଟ…

ସ୍ବସ୍ତିକ, ସତ୍ୟେନ୍ଦ୍ର, ଅନନ୍ତଙ୍କୁ ସରୋଜ ମହାସୁଆର ପୁରସ୍କାର

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି)-ଯୁବ କ୍ରିକେଟର ସ୍ବସ୍ତିକ ସାମଲ ଏବଂ ରାଜ୍ୟର ଦୁଇ ଜଣାଶୁଣା ଅମ୍ପାୟର ସତ୍ୟେନ୍ଦ୍ର ମୋହନ ମହାନ୍ତି ଓ ଅନନ୍ତ ବାସୁଦେବ ମିଶ୍ର ଚଳିତ ବର୍ଷର ସରୋଜ ମହାସୁଆର ସ୍ମୃତି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାର ପ୍ରଦାନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri