ସୁପ୍ରିମକୋର୍ଟ ଓ୍ବେବ୍ସାଇଟ୍ରେ୯ ଭାଷାରେ ରାୟ
ନୂଆଦିଲ୍ଲୀ,୨୫ା୭(ପି.ଟି.): ସୁପ୍ରିମକୋର୍ଟଙ୍କ ରାୟ ଦେଶର ୯ଟି ଆଞ୍ଚଳିକ ଭାଷାରେ ଅନୁବାଦ କରାଯାଇ କୋର୍ଟ ଓ୍ବେବ୍ସାଇଟ୍ରେ ଅପ୍ଲୋଡ୍ କରାଯାଇଛି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର ପ୍ରକାଶ କରିଛନ୍ତି। ଅସମୀୟା, ବେଙ୍ଗଲୀ, ହିନ୍ଦୀ, କନ୍ନଡ଼, ମରାଠୀ, ଓଡ଼ିଆ, ତାମିଲ, ତେଲୁଗୁ…
ଅଜୟ ଭାଲା ହେବେ ସ୍ବରାଷ୍ଟ୍ର ସଚିବ
ନୂଆଦିଲ୍ଲୀ,୨୫ା୭(ପି.ଟି.): କେନ୍ଦ୍ରରେ ଶକ୍ତି ସଚିବ ଥିବା ଅଜୟ ଭାଲାଙ୍କୁ ସରକାର ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି (ଓଏସ୍ଡି) ନିଯୁକ୍ତ କରିଛନ୍ତି। ସେ ଖୁବ୍ଶୀଘ୍ର ସ୍ବରାଷ୍ଟ୍ର ସଚିବ ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଯୁକ୍ତି ସମ୍ପର୍କିତ…
ପାଲିଙ୍କିରେ ବୁହାହେଲେ ବାବୁ
ଜମ୍ମୁ,୨୫ା୭(ପି.ଟି.): ଜମ୍ମୁ-କଶ୍ମୀରର ରାମବନ ଜିଲାରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ପାଲିଙ୍କିରେ ବୋହି ଛତା ଘୋଡ଼ାଇ ନିଆଯାଉଛି। ଏହି ଫଟୋ ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜିଲା ଉନ୍ନୟନ କମିଶନର ଶୌକତ୍ ଅଜାଜ୍ଙ୍କୁ କେତେଜଣ ଲୋକ ଏକ ପାଲିଙ୍କିରେ ବସାଇ ନେଉଛନ୍ତି।…
ରାଷ୍ଟ୍ରପତି ସଚିବଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ିଲା
ନୂଆଦିଲ୍ଲୀ,୨୫ା୭(ପି.ଟି.): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ସଞ୍ଜୟ କୋଠାରୀଙ୍କ କାର୍ଯ୍ୟକାଳ ୩ ବର୍ଷ ବୃଦ୍ଧି କରାଯାଇଛି। ଏନେଇ ସରକାର ବୁଧବାର ଅନୁମୋଦନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି କମିଟି ୧୯୭୮ ବ୍ୟାଚ୍ର ହରିୟାଣା କ୍ୟାଡର୍ ଆଇଏଏସ୍ ଅଫିସର କୋଠାରୀଙ୍କ କାର୍ଯ୍ୟକାଳ…
ଆତଙ୍କବାଦ ନିରୋଧୀ ବିଲ୍ ଲୋକ ସଭାରେ ଗୃହୀତ
ନୂଆଦିଲ୍ଲୀ,୨୫ା୭(ପି.ଟି.): ବିରୋଧୀ ଦଳ ସଦସ୍ୟମାନଙ୍କ ହୋହଲ୍ଲା ଓ କକ୍ଷତ୍ୟାଗ ମଧ୍ୟରେ ଆତଙ୍କବାଦ ନିରୋଧୀ (ସଂଶୋଧନ) ବିଲ୍ ବୁଧବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଏହି ବିଲ୍ ଆଇନରେ ପରିଣତ ହେଲେ ଆତଙ୍କବାଦ ସହ ସମ୍ପୃକ୍ତି ସନ୍ଦେହରେ ଯେକୌଣସି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା…
ଆଣ୍ଠୁଆ ଗୋପାଳ କ୍ଷୀର ପିଇବା ନେଇ ଚର୍ଚ୍ଚା: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଭୋପାଳ,୨୫।୭: ମଧ୍ୟପ୍ରଦେଶ ରତ୍ଲାମ୍ର ତାଲ୍ ଅଞ୍ଚଳରେ ଆଣ୍ଠୁଆ ଗୋପାଳ କ୍ଷୀର ପିଇବା ନେଇ ଚର୍ଚ୍ଚା ହେଉଛି। ଏହି ଘଟଣା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଖବର ପ୍ରଚାରିତ ହେବା ପରେ ଆଣ୍ଠୁଆ ଗୋପାଳ ଥିବା ପରିବାରଙ୍କ ଘରେ ଶ୍ରଦ୍ଧାଳୁଙ୍କ…
କ୍ଷମତାଚ୍ୟୁତ ହେବାପରେ କୁମାରସ୍ବାମୀ କହିଲେ, ଭବିଷ୍ୟତରେ ମଧ୍ୟ ରାଜନୈତିକ ଅସ୍ଥିରତା ଲାଗି ରହିବ
ବେଙ୍ଗାଲୁରୁ, ୨୪।୭: ଦୁଇ ସପ୍ତାହରେ ଧରି କର୍ନାଟକରେ ଚାଲିଥିବା ରାଜନୀତିକ ନାଟକରେ ଯବନିକା ପଡ଼ିଛି। ମଙ୍ଗଳବାର ଆସ୍ଥା ଭୋଟ ହାରିବା ପରେ କୁମାରସ୍ବାମୀ ସରକାର ଭାଜପା ପାଖରୁ ପରାଜୟ ବରଣ କରିଛି। କୁମାରସ୍ବାମୀ କ୍ଷମତାଚ୍ୟୁତ ହେବା ପରେ ପ୍ରଥମଥର ପାଇଁ ମୁହଁ…
ଗୋଟିଏ ଦିନରେ ବଜ୍ରପାତରେ ଗଲା ୩୨ ଜଣଙ୍କ ଜୀବନ
ପାଟନା, ୨୪।୭: ବିହାରରେ ଗୋଟିଏ ଦିନରେ ବଜ୍ରପାତରେ ୩୨ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୩୨ଜଣ ଆହତ ହୋଇଛନ୍ତି। ବଜ୍ରପାତରେ ଜାମୁଇରେ ୮, ଔରଙ୍ଗାବାଦରେ ୭, ବାଙ୍କାରେ ୫, ଭାଗଲପୁର ଏବଂ ରେହାତାସ୍ ୩ ଜଣ ଜିଲାରେ, ଗୟା, ମୁଙ୍ଗେର, କଟିଆର ଏବଂ ଅରାରିଆରେ…
ଭିଡ ହିଂସାକୁ ନେଇ ୪୯ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମୋଦିଙ୍କୁ ଚିଠି: ଉଠିଲା ବିବାଦ, ମଣିରତ୍ନମଙ୍କ ଦସ୍ତଖତ ଜାଲ୍
ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଭିଡ଼ ହିଂସାକୁ ନେଇ ଚଳଚ୍ଚିତ୍ର ଜଗତରେ ଉଦବେଗ ପ୍ରକାଶ ପାଇଛି। ଏହାକୁ ରୋକିବା ଲାଗି ୪୯ ଜଣ ପ୍ରତିଷ୍ଠିତ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି। ଏହି ଚିଠି ଦେବାର କିଛି ଘଣ୍ଟା…
ଟିକ୍ଟକ୍ରୁ ୬୦ ଲକ୍ଷ ଭିଡିଓ ହଟିଲା
ନୂଆଦିଲ୍ଲୀ, ୨୪।୭: ବିଶ୍ୱର ହଜାର ହଜାର ଯୁବପିଢ଼ିଙ୍କୁ ମାତ୍ର ୨୦ ସେକେଣ୍ଡରେ ନିଜକୁ ବ୍ୟକ୍ତ କରିବାର ଭିଡିଓ ଆପ ଟିକ୍ଟକ୍ ନିଶା ଘାରିଛି। ଏବେ ଭାରତରେ ୬୦ ଲକ୍ଷରୁ ଅଧିକ ଟିକ୍ଟକ୍ ଭିଡିଓ ହଟାଇ ଦିଆଯାଇଛି। ଭାରତର କଣ୍ଟେଣ୍ଟ୍ ଗାଇଡଲାଇନ୍ ଉଲ୍ଲଘଂନ…
କର୍ନାଟକରେ ଗଣତନ୍ତ୍ରର ପରାଜୟ ଘଟିଛି: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ, ୨୪।୭: କର୍ନାଟକ କ୍ଷମତା ଲୋଭିଙ୍କ ବିଜୟ ଏବଂ ଗଣତନ୍ତ୍ରର ପରାଜୟ ଘଟିଛି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। କ୍ଷମତା ହାସଲ ପାଇଁ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ପ୍ରଥମ ଦିନରୁ ହିଁ ଟାର୍ଗେଟରେ ରହିଥିଲା। ମେଣ୍ଟ ଭିତରେ…
କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମନ୍ତବ୍ୟ: ଜୟଶଙ୍କରଙ୍କ ଉପସ୍ଥିତିରେ ହୋଇଥିଲା ମୋଦି-ଟ୍ରମ୍ପ ଆଲୋଚନା
ନୂଆଦିଲ୍ଲୀ, ୨୪।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟକୁ ନେଇ ବୁଧବାର ସଂସଦରେ ପ୍ରବଳ ହଙ୍ଗାମା ଜାରି ରହିଛି। କଂଗ୍ରେସ ପକ୍ଷରୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଯାଇ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରାଯାଇଛି।…
Archives


