ଜାତୀୟ

ଘୋଡ଼ା ବଦଳରେ ଜେସିବିରେ ଗଲେ ଇଞ୍ଜିନିୟର ବର

କସଡୋଲ,୧୭।୫: ଛତିଶଗଡ଼ର କସଡୋଲ ଗାଁର ଏକମାତ୍ର ଇଞ୍ଜିନିୟର ହେଉଛନ୍ତି ଅମିଶ କୁମାର ଡହରିଆ। ଏବେ ସେ ଖୁବ୍‌ ଚର୍ଚ୍ଚାରେ। କାରଣ ଏହି ଯୁବ ଇଞ୍ଜିନିୟର ଜଣକ ନିଜ ବିବାହ ପାଇଁ ଘୋଡା ପରିବର୍ତ୍ତେ ଜେସିବି ମେଶିନରେ ବର ସାଜି କନ୍ୟା ଘରେ…

ଗାଈକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମୋହନ ଭାଗବତ

ପୁଣେ, ୧୭।୫: ଆରଏସଏସ ମୁଖ୍ୟ ମୋହନ ଭାଗବତ ଏକ ନିଶ୍ଚିତ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏକ ଗାଇକୁ ବଞ୍ଚାଇବାକୁ ଯାଇ ମୋହନ ଭାଗବତଙ୍କ ଗାଡି ଓଲଟି ଯାଇଥିଲା। କିନ୍ତୁ ଏହି ଦୁର୍ଘଟଣାରେ ଭାଗବତଙ୍କ କିଛି ହୋଇ ନ ଥିଲାବେଳେ ଜଣେ…

ନାଥୁରାମଙ୍କୁ ଦେଶଭକ୍ତ କହିବା ଘଟଣା: ପ୍ରିୟଙ୍କା କହିଲେ ‘ହେ ରାମ୍‌’

ନୂଆଦିଲ୍ଲୀ, ୧୭।୫: ମାଲେଗାଁଓ ବିସ୍ଫୋରଣରେ ଅଭିଯୁକ୍ତ ତଥା ଭୋପାଳ ଲୋକସଭା ଆସନର ଭାଜପା ପ୍ରାର୍ଥୀ ସ୍ବାଧୀ ପ୍ରଜ୍ଞା ଠାକୁର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ ମନ୍ତବ୍ୟ ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା…

ପଶ୍ଚିମବଙ୍ଗରେ ସୁରକ୍ଷା ବ୍ୟବସ୍ଥା କଡାକଡି: ୯ଟି ଲୋକ ସଭା ଆସନ ପାଇଁ ୮୦୦ କମ୍ପାନୀ ସୁରକ୍ଷାବଳ

କୋଲକତା, ୧୭।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କୋଲକାତାରେ ସୃଷ୍ଟି ହୋଇଥିବା ବ୍ୟାପକ ହିଂସାକାଣ୍ଡକୁ ନେଇ ଏବେ ସମଗ୍ର ଦେଶରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗରେ ୭ଟି ଯାକ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ହେଉଛି। ରାଜ୍ୟର ୪୨…

ବିଗ୍‌ବସ୍‌ରେ ଭାଗ ନେବାକୁ ଚାହାଁନ୍ତି ହଳଦିଆ ଶାଢି ପିନ୍ଧା ପୋଲିଂ ଅଧିକାରୀ

ଲକ୍ଷ୍ନୌ,୧୭।୫: ଲୋକ ସଭା ନିର୍ବାଚନ ୨୦୧୯ ଅବସରରେ ଏବେ ଉତ୍ତର ପ୍ରଦେଶ ଲକ୍ଷ୍ନୌର ଜଣେ ମହିଳା ପୋଲିଂ ଅଧିକାରୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା କଥା ସମସ୍ତେ ଉଣା ଅଧିକେ ଜାଣିଥିବେ। ସେ ହେଉଛନ୍ତି ହଳଦିଆ ଶାଢି ପିନ୍ଧା ପୋଲିଂ…

ନିଜକୁ ଦ୍ୱିତୀୟ ଲାଲୁ ବୋଲି କହିଲେ ତେଜ ପ୍ରତାପ

ପାଟନା,୧୭।୪: ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆର୍‌ଜେଡି ନେତା ଲାଲୁ ପ୍ରସାନ ଯାଦବଙ୍କ ଝିଅ ମିଶା ଭାରତୀଙ୍କ ପାଇଁ ଭୋଟ ମାଗୁଥିବା ବେଳେ ଅନ୍ୟପଟେ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ନିଜକୁ ଦ୍ୱିତୀୟ ଲାଲୁ…

ଏୟାରପୋର୍ଟରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଆଲର୍ଟ ଜାରି

ଶ୍ରୀନଗର, ୧୭।୫: ଜମ୍ମୁ-କଶ୍ମୀରରର ଶ୍ରୀନଗର ଏବଂ ଅବନ୍ତିପୋରା ଏୟାରବେସ୍‌ରେ ଆତଙ୍କବାଦୀଙ୍କ ଯୋଜନା ରହିଛି। ସୁରକ୍ଷା ଏଜେନ୍ସୀ ପକ୍ଷରୁ ଏନେଇ ଆଲର୍ଟ ଜାରି କରାଯାଇଛି। ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଶୋପିଆରେ ଗୁରୁବାର ଆତଙ୍କବାଦୀଙ୍କ ପକ୍ଷରୁ ଆକ୍ରମଣ ହେବା ପରେ ସୁରକ୍ଷା…

ଗଡସେଙ୍କୁ ଆତଙ୍କବାଦୀ କହି କିଛି ଭୁଲ କରିନି, ଗିରଫକୁ ଭୟ ନାହିଁ: କମଲ ହାସନ

ଚେନ୍ନାଇ, ୧୭।୫: ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକରୀଙ୍କୁ ଆତଙ୍କବାଦୀ କହି ବିବାଦ ଘେରକୁ ଆସିଥିବା ଅଭିନେତା କମଲ ହାସନ ଏନେଇ ସଫେଇ ଦେଇଛନ୍ତି। ସେ କହିଛନ୍ତି ମୁଁ ଗଡସେଙ୍କୁ ଆତଙ୍କବାଦୀ କହି କିଛି ଭୁଲ କରିନି। ଏନେଇ ଯଦି ମୋତେ…

ଶେଷ ପର୍ଯ୍ୟାୟ ମତଦାନ ଲାଗି ଆଜି ସରିବ ପ୍ରଚାର

ନୂଆଦିଲ୍ଲୀ,୧୭।୫: ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଲାଗି ଶୁକ୍ରବାର ପ୍ରଚାର ଶେଷ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ରାଲି ଓ ରୋଡ ଶୋ’ କରି ଭୋଟରଙ୍କୁ ହାତେଇବା ପାଇଁ କସରତ ଜାରି ରହିଛି। ପଶ୍ଚମବଙ୍ଗରେ ଭାଜପା…

ଲୋକପାଳ ଓ୍ବେବ୍‌ସାଇଟ ଲଞ୍ଚ୍‌

ନୂଆଦିଲ୍ଲୀ,୧୭।୫: ଲୋକପାଳ ଓ୍ବେବ୍‌ସାଇଟ ଗୁରୁବାର ଲଞ୍ଚ୍‌ ହୋଇଛି। www.lokpal.gov.in ନାମରେ ଏହି ଓ୍ବେବ୍‌ସାଇଟକୁ ନୂଆଦିଲ୍ଲୀରେ ଲୋକପାଳ ଅଧ୍ୟକ୍ଷ ପିନାକୀ ଚନ୍ଦ୍ର ଘୋଷ ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଛନ୍ତି। ଏହା ଦୁର୍ନୀତି ନିରୋଧୀ ଅମ୍ବୁଡ୍‌ସମ୍ୟାନଙ୍କ କାର୍ଯ୍ୟ ସମ୍ପର୍କିତ ମୌଳିକ ସୂଚନା ପ୍ରଦାନ…

ଜଷ୍ଟିସ ଲୋକୁର ଫିଜି ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୧୭।୫(ପି.ଟି.):ଅବସରପ୍ରାପ୍ତ ବିଚାରପତି ମଦନ ବି. ଲୋକୁର ଫିଜି ସୁପ୍ରିମକୋର୍ଟର ଅଣଆବାସିକ ପ୍ୟାନେଲ୍‌ରେ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସେ ୨୦୧୮ ଡିସେମ୍ବର ୩୧ରେ ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିଥିଲେ। ତାଙ୍କୁ ତିନିବର୍ଷ ପାଇଁ ନୂଆ ନିଯୁକ୍ତି ଦିଆଯାଇଛି। ସେ ଅଗଷ୍ଟ ୧୫ରେ…

ରାଜୀବ କୁମାରଙ୍କ ସୁରକ୍ଷା ପ୍ରତ୍ୟାହାର ଆବେଦନ : ସୁପ୍ରିମକୋର୍ଟ ରାୟ ଆଜି

ନୂଆଦିଲ୍ଲୀ,୧୭।୫(ପି.ଟି.):କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଗିରଫଦାରି ଉପରେ ଲାଗିଥିବା ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର ଲାଗି ସିବିଆଇ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଶୁଣାଇବେ। ପୂର୍ବରୁ ସାରଦା ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ପୋଲିସ ଏସ୍‌ଆଇଟିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri