୫ ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ରେକର୍ଡ କରିବେ ଜଗନ ମୋହନ
ଅମରାବତୀ,୭।୬: ଆନ୍ଧ୍ର୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏବେ ୫ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ରେକର୍ଡ କରିବାକୁ ଯାଉଛନ୍ତି ଜଗନ ମୋହନ ରେଡ୍ଡି। ତାଙ୍କ ମନ୍ତ୍ରିମଣ୍ଡଳରେ ୫ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସେ ଶୁକ୍ରବାର...
୯୩ ଘଣ୍ଟା ପରେ ବି ଏଏନ୍-୩୨ନିଖୋଜ: ସର୍ଚ୍ଚ ଅପରେସନ୍ରେ ସାମିଲ ହେଲା ଅତ୍ୟାଧୁନିକ ସେନ୍ସର ପି୮ଆଇ
ନୂଆଦିଲ୍ଲୀ,୭।୬: ଭାରତୀୟ ବାୟୁସେନାର ଟ୍ରାନ୍ସପୋର୍ଟର ବିମାନ ଏଏନ୍-୩୨ର ଏବେ ବି ପତ୍ତା ମିଳିପାରିନାହିଁ। ଜୁନ ୩ ଦ୍ୱିପହର ୧ଟାରେ ନିଖୋଜ ହୋଇଥିବା ବିମାନର ପତ୍ତା ଲଗାଇବା ପାଇଁ ଭାରତୀୟ ସେନା ନିଜର ସମସ୍ତ ଶକ୍ତି ଲଗାଇଦେଇଛି। ତାମିଲନାଡୁର ଅରାକୋନମରେ ଥିବା...
ଆଲିଗଡ ବଳାତ୍କାର ଘଟଣାକୁ ‘ଭୟାନକ’ କହିଲେ ରାହୁଲ
ଲକ୍ଷ୍ନୌ, ୭।୬: ଉତ୍ତର ପ୍ରଦେଶର ଆଲିଗଡରେ ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯିବା ଘଟଣାକୁ ‘ଭୟାନକ’ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଏହି ଘଟଣା ମୋତେ ବ୍ୟତିବ୍ୟସ୍ତ କରିଦେଇଛି ବୋଲି ରାହୁଲ କହିଛନ୍ତି। ଏଭଳି ଘଟଣା...
ନୀତି ଆୟୋଗ ବୈଠକକୁ ଯିବେ ନାହିଁ ମମତା: ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି
ନୂଆଦିଲ୍ଲୀ,୭ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜୁନ ୧୫ ତାରିଖରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନୀତି ଆୟୋଗ ପାଖରେ କୌଣସି ଆର୍ଥିକ ଅଧିକାର କିମ୍ବା ରାଜ୍ୟ ଯୋଜନାଗୁଡିକୁ ସମର୍ଥନ ଦେବାର...
ଭାରତର ଖ୍ୟାଦ୍ୟ ମୃତ୍ୟୁ ସହ ସମାନ, ପ୍ରତିବର୍ଷ ଯାଉଛି ୧୫ଲକ୍ଷ ଲୋକଙ୍କ ଜୀବନ: ରିପୋର୍ଟ
ନୂଆଦିଲ୍ଲୀ,୭।୬: ପ୍ରତିବର୍ଷ ଭାରତରେ ପ୍ରାୟ ୧୫.୭୩ ଲକ୍ଷ ଲୋକ ଫୁଡ ଫଏଜନିଂରେ ମୃତ୍ୟୁବରଣ କରିଥାନ୍ତି। ଖରାପ ଖାଦ୍ୟ ଖାଇ ମୃତ୍ୟୁବରଣ କରୁଥିବା ମାମଲାରେ ବିଶ୍ୱରେ ଭାରତ ଦ୍ୱିତୀୟ ନମ୍ବର ଓ ଚୀନ ପ୍ରଥମରେ ରହିଛି ବୋଲି ଏକ ସର୍ଭେ ରିପୋର୍ଟରୁ...
ନିଜ ଚାମ୍ବରରୁ ଏସି ହଟାଇ ଡାକ୍ତରଖାନାକୁ ଦେଲେ ଜିଲାପାଳ
ଭୋପାଳ, ୭।୬: ସାରା ଦେଶରରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି ମଣିଷ ବି ଏହି ଅସହ୍ୟ ତାତିରେ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ଉମରିଆ ଜିଲାର ଜିଲାପାଳ ଏକ ନିଆରା ଉଦାହରଣ...
ଆଲିଗଡ ବଳାତ୍କାର ଘଟଣାରେ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦିଆଯାଉ: ପ୍ରିୟଙ୍କା
ଲକ୍ଷ୍ନୌ, ୭।୬: ଉତ୍ତର ପ୍ରଦେଶର ଆଲିଗଡରେ ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯିବା ଘଟଣାରେ ରାଜନୀତି ଜୋର ଧରିଛି। ଦେଶର ବଡ ବଡ ସେଲିବ୍ରିଟି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦେବା ପାଇଁ...
୫ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା
ଲକ୍ଷ୍ନୌ,୭।୬: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ମାତ୍ର ୫ହଜାର ଟଙ୍କା ପାଇଁ ଜଣେ ଅଢ଼େଇ ବର୍ଷର ଶିଶୁକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଅଲୀଗଡ଼ର ଟପ୍ପଲ ଥାନା ଅନ୍ତର୍ଗତ ବୁଢ଼ା ଗଁାରେ ପୀଡ଼ିତଙ୍କ ପରିବାର ଅନ୍ୟ...
ଚାରିଧାମ ଯାତ୍ରା: ଗୋଟିଏ ମାସରେ ୪୧ ତୀର୍ଥଯାତ୍ରୀଙ୍କ ମୃତ୍ୟୁ
ହରିଦ୍ୱାର, ୭।୬: ମେ ୭ରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା। ଏହି ଯାତ୍ରାକୁ ଶୁକ୍ରବାରକୁ ମାସେ ମାସେ ପୂରିଛି। ଇତିମଧ୍ୟରେ ଏହି ଯାତ୍ରା ସମ୍ରରେ ୪୧ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଅଧିକାଂଶଙ୍କ ହୃଦ୍ଘାତରେ ମୃତ୍ୟୁ...
ମମତାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବେ ପ୍ରଶାନ୍ତ କିଶୋର
କୋଲକାତା, ୭।୬: ଗତ ଲୋକ ସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମସି) ଖରାପ ପ୍ରଦର୍ଶନ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୈତିକ କୁଟନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି। ସଚିବାଳୟ ପ୍ରାୟ ୯୦ ମିନିଟ ଧରି ପ୍ରଶାନ୍ତଙ୍କ ସହ ଆଲୋଚନା କରିଥିଲେ...
ଫଳାଫଳ ଆସିବା ପରେ ଆଜି ପ୍ରଥମଥର ବାୟନାଡ ଗସ୍ତରେ ଯିବେ ରାହୁଲ
ଥିରୁଭାନନ୍ତପୂରମ, ୭।୬: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ଶୁକ୍ରବାର ପ୍ରଥମଥର ପାଇଁ କେରଳର ବାୟନାଡ ଗସ୍ତରେ ଯିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ବାୟନାଡ ଲୋକ ସଭା ଆସନରୁ ଜିତିବା ପରେ ରାହୁଲ ଦୁଇଦିନିଆ ଗସ୍ତରେ ସେଠାକୁ...
ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର: ୪ ଆତଙ୍କବାଦୀ ନିହତ
ଶ୍ରୀନଗର, ୭।୬: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଭାରତୀୟ ସୁରକ୍ଷାବଳ ପକ୍ଷରୁ କରାଯାଇଥିବା ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟ ୨ ଜଣ ପୂର୍ବତନ ସ୍ପେଶାଲ ପୋଲିସ ଅଫିସର ବୋଲି ଜଣାପଡିଛି। ଗୁରୁବାର ସନ୍ଧ୍ୟାରୁ ଚାଲିଥିବା ଅପରେଶନରେ ଶୁକ୍ରବାର ସକାଳୁ...
Archives


