ଜାତୀୟ

ହିନ୍ଦୁ ନବବର୍ଷ ଅବା ରାମ ନବମୀରେ ପଡ଼ିବ ରାମମନ୍ଦିର ମୂଳଦୁଆ: ସହମତି ପ୍ରକାଶ କଲା ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ,୧୧।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରାଯିବା ପାଇଁ ଯୋଜନା ଆରମ୍ଭ ହୋଇଛି। ମନ୍ଦିରର ମୂଳଦୁଆ ହିନ୍ଦୁ ନବବର୍ଷ ଅବା ରାମ ନବମୀରେ ପଡ଼ିବ ବୋଲି ସନ୍ଥମାନଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିରେ ଆର୍‌ଏସ୍‌ଏସ୍‌ ପକ୍ଷରୁ ସହମତି ପ୍ରକାଶ କରାଯାଇଛି। ୨୦୨୦ ମାର୍ଚ୍ଚ…

ଅପରେଶନ୍‌ ଅଲ୍‌ଆଉଟ୍‌: ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ମୃତ

ଶ୍ରୀନଗର,୧୧।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଅପରେଶନ୍‌ ଅଲ୍‌ଆଉଟ୍‌ ଜାରି ରହିଛି। ସୋମବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ବନ୍ଦିପୋରାରେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଛି। ଆତଙ୍କବାଦୀଙ୍କଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସୂଚନାଯୋଗ୍ୟ, ପୂର୍ବରୁ ରବିବାର…

ଭାଙ୍ଗିବ ଭାଜପା-ଶିବସେନା ମେଣ୍ଟ! ମୋଦିଙ୍କ କ୍ୟାବିନେଟରୁ ଇସ୍ତଫା ଦେବେ ଶିବସେନା ନେତା

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ର ରାଜନୀତି ବେଳକୁ ବେଳ ସରଗରମ ହେବାରେ ଲାଗିଛି। ଭାଜପା ସରକାର ଗଠନ କରିବାକୁ ମନା କରିଦେବା ପରେ ଏବେ କିଏ ଗଢିବ ସରକାର ତାକୁ ନେଇ ଚାଲିଛି ମାନସ ମନ୍ଥନ। ଭାଜପା-ଶିବସେନା ମଧ୍ୟରେ କଥା ଛିଡି ନ ପାରିବାରୁ…

ଝାଡ଼ଖଣ୍ଡ ନିର୍ବାଚନ: ୫୨ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୧।୧୧(ପି.ଟି.): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଭାଜପା ରବିବାର ପ୍ରଥମ ପର୍ଯ୍ୟାୟରେ ୫୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛିି। ଭାଜପା ପୁଣି ଥରେ କ୍ଷମତାରେ ରହିବା ପାଇଁ ଉଦ୍ୟମ ଚଳାଇଛି। ଅନ୍ୟପକ୍ଷରେ ଏଥର ନିର୍ବାଚନରେ ଭାଜପାକୁ କ୍ଷମତାରୁ ହଟାଇବା ଲାଗି କଂଗ୍ରେସ…

୨ ଟଙ୍କା ପାଇଁ ହତ୍ୟା

ସୁଭରନାରାଜୁ,୧୧ା୧୧: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ୨ ଟଙ୍କା ପାଇଁ ବଚସାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। କାକିନାଡା ବ୍ଲକ୍‌ ବଲସାପକଲା ଗ୍ରାମର ନିର୍ମାଣ ଶ୍ରମିକ ସୁବର୍ଣ୍ଣରାଜୁ ସାଇକେଲରେ ପମ୍ପ୍‌ ଦେବାକୁ ଯାଇଥିଲେ। ପମ୍ପ ଦେବା ପରେ ଦୋକାନୀ ଶାମ୍ବା ୨…

ମାହୁନ୍ତ ବିବାଦରୁ ହାତୀକୁ ବିଷ ଦେଇ ମାରିଦେଲେ

ବେଗୁସରାଇ,୧୧ା୧୧(ପି.ଟି.): ମାହୁନ୍ତ ବିବାଦକୁ ନେଇ ବିହାରର ବେଗୁସରାଇ ଜିଲାରେ ଗୋଟିଏ ହାତୀକୁ ବିଷ ଦେଇ ମାରିଦିଆଯାଇଥିବା ପୋଲିସ କହିଛି। ହାତୀର ପୂର୍ବତନ ମାହୁନ୍ତ ମହମ୍ମଦ ଗୟାସ, ମହମ୍ମଦ ଶାମଶଦ ଏବଂ ମହମ୍ମଦ ନିଶାଦଙ୍କ ବିରୋଧରେ ବର୍ତ୍ତମାନର ମାହୁନ୍ତ ମହମ୍ମଦ ମକ୍‌ସୁଦ ଏତଲା…

ଇରାନରେ ବିଶାଳ ତୈଳକ୍ଷେତ୍ର ଆବିଷ୍କୃତ

ତେହରାନ,୧୧ା୧୧(ଏଏଫ୍‌ପି): ଇରାନରେ ଏକ ବିଶାଳ ତୈଳକ୍ଷେତ୍ର ଆବିଷ୍କୃତ ହୋଇଛି। ଏହି ଆବିଷ୍କାର ସମ୍ପର୍କରେ ଇରାନ ରାଷ୍ଟ୍ରପତି ହାସନ ରୌହାନି ରବିବାର ଘୋଷଣା କରିଛନ୍ତି। ସେ କହିଛନ୍ତି, ଇରାନ ଉପରେ ଆମେରିକାର କଟକଣା ପରେ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବାବେଳେ ଖୁସିର ଖବର…

ଅଯୋଧ୍ୟା ରାୟ ପରେ ୯୦ ଗିରଫ

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟ ଅଯୋଧ୍ୟା ରାୟ ଦେବା ପରଠୁ ପ୍ରାୟ ୯୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୮ ହଜାରରୁ ଊର୍ଦ୍ଧ୍ୱ ପୋଷ୍ଟ ସୋସିଆଲ ମିଡିଆରୁ ହଟାଯାଇଛି। ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ଥିବାରୁ କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ଅଯୋଧ୍ୟାରେ…

ଯଦି ବାବ୍ରୀ ମସ୍‌ଜିଦ ବେଆଇନ, ଆଡଭାନୀଙ୍କ ବିରୋଧରେ ମାମଲା ଚାଲିଛି କାହିଁକି

ହାଇଦ୍ରାବାଦ,୧୧ା୧୧: ଯଦି ବାବ୍ରୀ ମସ୍‌ଜିଦ ବେଆଇନ ଥିଲା,ତେବେ ଏହାକୁ ଭାଙ୍ଗିବା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ବରିଷ୍ଠ ଭାଜପା ନେତା ଲାଲ୍‌କୃଷ୍ଣ ଆଡଭାନୀ ଓ ଅନ୍ୟମାନଙ୍କ ବିରୋଧରେ କ’ଣ ପାଇଁ ମାମଲାର ବିଚାର ଚାଲିଛି ବୋଲି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଓଓ୍ବାଇସି ପ୍ରଶ୍ନ…

ଅଯୋଧ୍ୟା ରାୟକୁ ଜଷ୍ଟିସ୍‌ ଗାଙ୍ଗୁଲିଙ୍କ ନାପସନ୍ଦ

କୋଲକାତା,୧୧ା୧୧: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶନିବାର ପ୍ରଦାନ କରିଥିବା ରାୟକୁ ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.କେ. ଗାଙ୍ଗୁଲି ନାପସନ୍ଦ କରିଛନ୍ତି। ବିବାଦୀୟ ଜମିରେ ରାମ ମନ୍ଦିର ନିମାଣ ପାଇଁ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯିବା ସଂଖ୍ୟାଲଘୁଙ୍କ…

କାର୍ଟୁନ୍‌କୁ ନେଇ ବିବାଦ

ନୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ବ୍ୟଙ୍ଗକରି କଂଗ୍ରେସ ମୁଖପତ୍ର ନ୍ୟାଶନାଲ ହେରାଲ୍ଡରେ ଏକ କାର୍ଟୁନ୍‌ ପ୍ରକାଶ ପାଇଛି। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ରବିବାର ଉକ୍ତ ଖବରକାଗଜ ପକ୍ଷରୁ କ୍ଷମା ମଗାଯାଇଛି। ପ୍ରକାଶିତ ବିବାଦୀୟ କାର୍ଟୁନ୍‌ରେ ଗୋଟିଏପଟେ ବାବ୍ରୀ…

ସରକାର ଗଢ଼ିବାକୁ ମନାକଲା ଭାଜପା

ମୁମ୍ବାଇ,୧୧ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଭାଜପା ରବିବାର ମନା କରିଦେବା ପରେ ରାଜ୍ୟପାଳ ଭଗତ ସିଂ କୋଶୟାରୀ ଦ୍ୱିତୀୟ ବୃହତ୍‌ ଦଳ ଶିବସେନାକୁ ଆମନ୍ତ୍ରଣ କରିଛନ୍ତି। ଏହି ଦଳର ୫୬ ଜଣ ବିଧାୟକ ଥିଲାବେଳେ ମୁଖ୍ୟମନ୍ତ୍ରୀ ଶିବସେନାରୁ ନିଶ୍ଚିତ ବୋଲି ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri