ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ପୁଞ୍ଚ୍ରେ ମୋର୍ଟାର ଶେଲିଂ ମାଡ଼
ଶ୍ରୀନଗର,୧।୧୦: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ପୁଞ୍ଚ୍ର ଶାହପୁର ଏବଂ କରନି ସେକ୍ଟରରେ ପାକିସ୍ତାନ ମୋର୍ଟାର ଶେଲିଂ ମାଡ଼ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଲକ୍ଷ୍ୟ କରି ଭାରତୀୟ ଫରଓ୍ବାର୍ଡ ପୋଷ୍ଟ ଉପରକୁ ମୋର୍ଟାର…
ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ ପିଟିଶନ୍:ମଙ୍ଗଳବାରଠାରୁ ସାମ୍ବିଧାନିକ ପୀଠରେ ଶୁଣାଣି
ନୂଆଦିଲ୍ଲୀ,୧ା୧୦(ପି.ଟି.): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ସୁବିଧା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ୍ ଦାଏର ହୋଇଥିବାବେଳେ ମଙ୍ଗଳବାରଠାରୁ ଏହାର ଶୁଣାଣି ଆରମ୍ଭ ହେବ। ଉକ୍ତ ପିଟିଶନ୍ଗୁଡିକୁ ସୋମବାର ସାମ୍ବିଧାନିକ ପୀଠକୁ ପଠାଇ ଦିଆଯାଇଛି। ଏଥିସହିତ…
ମଦର ଟେରେସା ସିଷ୍ଟର କନ୍ସିଲିଆଙ୍କୁ ଜାମିନ
ରାଞ୍ଚତ୍,୧ା୧୦-ଶିଶୁ ଚୋରାଚାଲାଣ ଅଭିଯୋଗରେ ଗିରଫ ମିଶନାରିଜ୍ ଅଫ ଚାରିଟି ସଦସ୍ୟା ତଥା ଅନ୍ୟତମ ମଦର ଟେରେସା ସିଷ୍ଟର କନ୍ସିଲିଆ ବାକ୍ସଲାଙ୍କୁ ଜାମିନ ମିଳିଛି। ୮ ମାସ ପୂର୍ବେ ଗିରଫ ହୋଇଥିବା କନ୍ସିଲିଆଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଝାଡ଼ଖଣ୍ଡର ନିର୍ମଳ…
ହରିୟାଣା ବିଧାନସଭା ନିର୍ବାଚନ: ଯୋଗେଶ୍ୱର, ବବିତାଙ୍କୁ ଟିକେଟ
ନୂଆଦିଲ୍ଲୀ,୧ା୧୦(ପି.ଟି.)-୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୨୧ରେ ନିର୍ବାଚନ ହେବାକୁ ଯାଉଥିବାବେଳେ ସୋମବାର ଭାଜପା ୭୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କୁ ପୁଣି ଥରେ କର୍ନଲରୁ ପ୍ରାର୍ଥୀ କରାଯାଇଥିଲାବେଳେ ଏକାଧିକ କ୍ରୀଡାବିତ୍ଙ୍କୁ ଟିକେଟ…
ଅଯୋଗ୍ୟ ବିଧାୟକଙ୍କୁ ଭାଜପାର ଟିକେଟ୍ ଲୋଭ
ବେଙ୍ଗାଲୁରୁ, ୧ା୧୦(ପି.ଟି.): ଅଯୋଗ୍ୟ ଘୋଷିତ କଂଗ୍ରେସ ଓ ଜେଡିଏସ୍ ବିଧାୟକଙ୍କୁ ମନାଇବା ଲାଗି ଭାଜପା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଯଦି ସମସ୍ତ ୧୫ ଅଯୋଗ୍ୟ ଘୋଷିତ ବିଧାୟକ ଚାହିଁବେ ଦଳରେ ସାମିଲ ହୋଇ ଆଗାମୀ ଉପନିର୍ବାଚନ ଲାଗି ଭାଜପାରୁ ପ୍ରାର୍ଥୀ…
କର୍ତାରପୁର କରିଡର ଉଦ୍ଘାଟନ: ମନମୋହନଙ୍କୁ ଆମନ୍ତ୍ରଣ କରିବ ପାକିସ୍ତାନ
ଇସ୍ଲାମାବାଦ,୧ା୧୦(ପି.ଟି.): ପଞ୍ଜାବ ଗୁର୍ଦାସପୁର ଜିଲାର ଡେରା ବାବା ନାନକଙ୍କ ପୀଠକୁ ପାକିସ୍ତାନ କର୍ତାରପୁରର ଦରବାର ସାହିବ ସହ ଯୋଡ଼ିବା ଲାଗି ନିର୍ମିତ କର୍ତାରପୁର କରିଡର ନଭେମ୍ବରରେ ଉଦ୍ଘାଟନ ହେବାକୁ ଯାଉଛି। ଏହି ଉଦ୍ଘାଟନୀ ଉତ୍ସବରେ ଯୋଗଦେବା ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ…
ଗୁଜରାଟରେ ବସ୍ ଓଲଟି ୨୧ ମୃତ
ଅହମଦାବାଦ,୧ା୧୦: ଗୁଜରାଟର ବନସକଣ୍ଠା ଜିଲାରେ ସୋମବାର ଏକ ବସ୍ ଓଲଟିପଡ଼ିବାରୁ ୨୧ ଜଣଙ୍କ ମୃତ୍ୟୁ ହେବା ସହ ୫୦ ଆହତ ହୋଇଛନ୍ତି। ଅମ୍ବାଜି ସହର ନିକଟବର୍ତ୍ତୀ ତ୍ରିଶୁଳିଆ ଘାଟଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପ୍ରବଳ ବର୍ଷା ହେଉଥିବାରୁ ପାହାଡିଆ ରସ୍ତାରେ…
ବର୍ଷା ବିତ୍ପାତ: ମୃତ୍ୟୁସଂଖ୍ୟା ୧୪୫; ବିହାର ଉପମୁଖ୍ୟମନ୍ତ୍ରୀ ଓ ପରିବାରଙ୍କୁ ଉଦ୍ଧାର କଲା ଏନ୍ଡିଆର୍ଏଫ୍
ନୂଆଦିଲ୍ଲୀ, ୧ା୧୦(ପି.ଟି.): ବିହାର ଓ ଉତ୍ତରପ୍ରଦେଶ ସମେତ ୪ ରାଜ୍ୟରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୧୪୫ରେ ପହଞ୍ଚିଛି। ଲଗାଣ ବର୍ଷା ଯୋଗୁ କେତେକ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବିହାରରେ ଅନେକ ଲୋକ ପାଣିଘେରରେ ରହିଛନ୍ତି। ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି…
ମେଦବହୁଳତାଠୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଉଷୁମ ପାଣିରେ ମିଶାଇ ପିଅନ୍ତୁ ଏହି ଲୁଣ…
ସକାଳେ ଟିପେ କଳା ଲୁଣ(ସୈନ୍ଧବ ଲବଣ) ଗ୍ଲାସେ ଉଷୁମ ପାଣି ସହିତ ପିଇଲେ ମିଳିଥାଏ ଅନେକ ଉପକାର। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରେ। ମେଦବହୁଳତା କମ୍ କରିବାରେ ଏହା ମହୌଷଧି ସଦୃଶ କାର୍ଯ୍ୟ କରିଥାଏ। ଏହା ପେଟରେ ଥିବା ପ୍ରାକୃତିକ…
ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଜାରି କଲା ଭାଜପା: ଦାଦ୍ରିରୁ ବବିତା ଫୋଗଟ
ଚଣ୍ଡିଗଡ,୩୦।୯: ହରିୟାଣାରେ ବିଧାନସଭା ନିର୍ବାଚନ ଲାଗି ୭୮ ଆସନ ପାଇଁ ଭାଜପା ପକ୍ଷରୁ ସୋମବାର ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ପୁଣି ଥରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାର କରନାଲ ଆସନ ପାଇଁ ନିର୍ବାଚନ ଲଢ଼ିବେ। ସେହିପରି ପ୍ରଦେଶ…
ଭାରତରେ ଚାଇନା ବାଣ: ସତର୍କ ସୂଚନା ଜାରି
ନୂଆଦିଲ୍ଲୀ,୩୦।୯: ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଥିବାରୁ ଘାତକ ଚାଇନା ବାଣ ଭାରତ ପ୍ରବେଶ କରିଛି। ଏନେଇ ଡିଆରଆଇ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭାରତୀୟଙ୍କୁ କ୍ଷତି ପହଞ୍ଚାଇବା ଏବଂ ପରିବେଶ ପ୍ରଦୂଷଣ କରିବା ନିମନ୍ତେ ପାକିସ୍ତାନର ବନ୍ଧୁ ଚାଇନା…
ପାକିସ୍ତାନର ନୂଆ ଷଡ଼ଯନ୍ତ୍ର: କର୍ତ୍ତାରପୁର କରିଡର ଉଦ୍ଘାଟନ ପାଇଁ ମୋଦିଙ୍କ ବଦଳରେ ମନମୋହନଙ୍କୁ ନିମନ୍ତ୍ରଣ
ନୂଆଦିଲ୍ଲୀ,୩୦।୯: କର୍ତ୍ତାରପୁର କରିଡରକୁ ଆଳକରି ପାକିସ୍ତାନ ପୁଣି ଗୋଟିଚାଳନା କରିଛି। ଏହାର ଉଦ୍ଘାଟନ ପାଇଁ ପାକିସ୍ତାନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିବେ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ କହିଛନ୍ତି। ମନମୋହନ ଶିଖ୍ ସମ୍ପ୍ରଦାୟର…
Archives


